/odishatv-khabar/media/post_attachments/uploadimage/library/16_9/16_9_0/accident_1700027153.jpg)
accident
କାର୍ ଧକ୍କାରେ ୨ ସାଇକଲ ଆରୋହୀ ମୃତ। ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ଥାନା ଝାରମୁଣ୍ଡାରେ ଏହି ଦୁର୍ଘଟଣା ଘଟିଛି । ଏହି ଗାଁର ସମ୍ବାରୁ ସାହୁ ଓ କ୍ଷୀରୋଦ ପୃଷେଠ ରାସ୍ତା ପାର୍ ହେଉଥିବା ବେଳେ ଉଭୟଙ୍କୁ ଧକ୍କା ଦେଇଥିଲା ଏକ କାର୍। କାରଟି ରାଉରକେଲାରୁ ସୁନ୍ଦରଗଡ଼ ଆସୁଥିଲା।
କାରଟି ଏତେ ଦ୍ରୁତ ଗତିରେ ଯାଉଥିଲା ଯେ, ଧକ୍କା ଦେବା ପରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାପରେ ଘଟଣାସ୍ଥଳରୁ କାର୍ ନେଇ ଚମ୍ପଟ ମାରିଥିଲା ଡ୍ରାଇଭର । ପିଛା କରିବା ପରେ କାର ସହ ଚାଳକକୁ ଧରିବାରେ ସଫଳ ହୋଇଛି ପୋଲିସ ।
କାର୍ ଧକ୍କାରେ ୨ ସାଇକେଲ ଆରୋହୀ ମୃତ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଝାରମୁଣ୍ଡା ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି...#Accident#Sundargarhpic.twitter.com/akNbArtzp5
— ଓଟିଭି (@otvkhabar) November 15, 2023
ଅନ୍ୟପଟେ ଦୁର୍ଘଟଣା ପରେ ସେଠାରେ ଦେଖା ଦେଇଛି ଉତ୍ତେଜନା । ସ୍ଥାନୀୟ ଲୋକେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି । କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ୧୦କୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ରାସ୍ତାରୋକ ଯୋଗୁ ଉଭୟ ପଟରେ ଗାଡ଼ିମଟର ଅଟକି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)