/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700023073.jpg)
Farmer sets his own crop land on fire due to deficient rainfall
ସବୁ ସାରିଦେଲା ନିଅଣ୍ଟିଆ ବର୍ଷା । ଉଜୁଡ଼ି ଗଲା ଧାନ ଫସଲ, ଶେଷରେ ବିଲରେ ନିଆଁ ଲଗାଇଦେଲା ଚାଷୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ସାନ ଖଣି ଅଞ୍ଚଳରେ।
ସାନଖଣି ଗାଁର ବାଳକୃଷ୍ଣ ମଲ୍ଲିକ ନାମକ ଜଣେ ଚାଷୀ ନିଜ ଜମିରେ ନିଆଁ ଲଗାଇଦେଇଛନ୍ତି। ସେ ୪ ଏକର ଜମିରେ ଧାର କରଜ କରି ଧାନ ଚାଷ କରିଥିଲା। କିନ୍ତୁ ନିଅଣ୍ଟିଆ ବର୍ଷା ଯୋଗୁଁ ୪ ଏକର ଧାନ ଫସଲ ଶୁଖି ନଷ୍ଟ ହୋଇଯାଇଛି । ଏହି ଅଞ୍ଚଳରେ ଜଳସେଚନ ସୁବିଧା ବି ନାହିଁ। ଶେଷରେ ଧାନ ବିଲରେ ନିଆଁ ଲଗାଇଦେଇଥିବା କହିଛନ୍ତି ବାଳକୃଷ୍ଣ। ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।...
ଉଜୁଡ଼ି ଗଲା ଧାନ ଫସଲ, ବିଲରେ ନିଆଁ ଲଗାଇଲେ ଚାଷୀ...ଗଜପତି ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି#Gajapati#Croppic.twitter.com/geWkihZbhu
— ଓଟିଭି (@otvkhabar) November 15, 2023
ବାଳକୃଷ୍ଣ ମଲ୍ଲିକ କହିଛନ୍ତି, ଚାଷୀମାନଙ୍କୁ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ବୋଲି କହୁଛନ୍ତି। ହେଲେ ଆମକୁ କିଛି ସୁବିଧା ସୁଯୋଗ ମିଳୁ ନାହିଁ। ନିଅଣ୍ଟିଆ ବର୍ଷା ଯୋଗୁ ଧାନ ଫସଲ ଭଲ ହେଲା ନାହିଁ। ସବୁ ଧାନ ଫସଲ ସୁଖି ନଷ୍ଟ ହୋଇଗଲା। ଗାଈଗୋରୁ ମଧ୍ୟ ଖାଇଲେ ନାହିଁ। ଆମ ଅଞ୍ଚଳରେ ଜଳସେଚନର ସୁବିଧା ନାହିଁ। ଶେଷରେ ବାଧ୍ୟ ହୋଇ ମୁଁ କ୍ଷେତରେ ନିଆଁ ଲଗାଇଦେଲି। ମୁଁ କିପରି ଋଣ ସୁଝିବି ଜାଣିପାରୁ ନାହିଁ। ଋଣ ସୁଝି ନପାରିଲେ ଆତ୍ମହତ୍ୟା କରିବି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)