Advertisment

ଘର କାମ ପାଇଁ ଆଣିଥିଲେ ବାଲି, ଭିତରୁ ବାହାରିଲା ଶିବ ପାର୍ବତୀଙ୍କ ବିରଳ ମୂର୍ତ୍ତି

ଭଣ୍ଡାରୀପୋଖରୀ ବ୍ଲକ ସାହାରାଗଡିଆ ଗାଁର ମାୟାଧର ବେହେରାଙ୍କ ଘର କାମ ପାଇଁ ଆସିଥିବା ବାଲିରୁ ଉଦ୍ଧାର...

author-image
Prangyan Parimita
old statue of God Shiv and Parvati

old statue of God Shiv and Parvati

ଶିବ ପାର୍ବତୀଙ୍କ ବିରଳ ମୂର୍ତ୍ତି ଉଦ୍ଧାର। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ସାହାରାଗଡିଆ ଗାଁରେ ଉଦ୍ଧାର ହୋଇଛି ବିରଳ ମୂର୍ତ୍ତି। ବିରଳ ମୂର୍ତ୍ତି ଉଦ୍ଧାର ହେବା ପରେ ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।

Advertisment

ସୂଚନା ଅନୁଯାୟୀ ଗତକାଲି ଗାଁର ମାୟାଧର ବେହେରା ଘର କାମ କରିବାକୁ ବୈତରଣୀ ନଦୀରୁ ବାଲି କିଣି ଆଣିଥିଲେ। ସେହି ବାଲି ଭିତରେ ଏକ ଶିବ ପାର୍ବତୀ ମୂର୍ତ୍ତି ଦେଖିବାକୁ ପାଇଥିଲେ । ଏଇ ଖବର ଶୁଣି ଶହ ଶହ ଲୋକଙ୍କ ଭିଡ ଜମିଯାଇଥିଲ ମାୟାଧରଙ୍କ ଘରେ।ମୂର୍ତ୍ତି ପାଇବା ପରେ ମାୟାଧରଙ୍କ ପରିବାର ସମେତ ସ୍ଥାନୀୟ ଲୋକମାନେ ଏହି ମୂର୍ତ୍ତିକୁ ପୂଜାର୍ଚ୍ଚନା କରିଥିଲେ। ମାୟାଧର ଏହି ମୂର୍ତ୍ତିର ସୁରକ୍ଷା ଓ ସରଂକ୍ଷଣ ପାଇଁ ସ୍ଥାନୀୟ ଇନଟାକ ସଦସ୍ୟ ବିଶ୍ୱମ୍ବର ରାଉତଙ୍କୁ ଖବର ଦେଇଥିଲେ ।

ଏହି ମୂର୍ତ୍ତିଟି ଏକାଦଶ ଶତାବ୍ଦୀର ରାବଣାନୁଗ୍ରହ ଶିବ ପାର୍ବତୀଙ୍କ ମୂର୍ତ୍ତି ବୋଲି ଚିହ୍ନଟ ହୋଇଥିବା ବେଳେ ସୋମବଂଶୀ ରାଜା କର୍ଣ୍ଣ କେଶରୀଙ୍କ ରାଜ୍ୱତ କାଳରେ ନିର୍ମାଣ ହୋଇଥିବା ଜଣାପଡିଥିଲା। ଏଥିସହିତ ଏହି ମୂର୍ତ୍ତିରେ କଳାକୃତି ବିରଳ ବୋଲି ସୂଚନା ରହିଛି । ଏହି ମୂର୍ତ୍ତିରେ ଶିବପାର୍ବତୀ ,  କୈଳାସ ପର୍ବତ , ଗଣେଶ, କାର୍ତ୍ତିକ, ନନ୍ଦୀ, ଭୃଙ୍ଗୀ ଶୋଭା ପାଉଥିବା ଦେଖିବାକୁ ମିଳିଛି ।

Advertisment

Advertisment
Advertisment