Advertisment

ଯୋଡ଼ା ମୁଣ୍ଡରୁ ଅଲଗା ଶିଶୁ ଜଗା ଏବେ ସମ୍ପୂର୍ଣ୍ଣ ସୁସ୍ଥ : ଖେଳୁଛି, ବୁଲୁଛି, ମର୍ଣ୍ଣିଂ ୱାକରେ ଯାଉଛି..

ଫୁଲବାଣୀ ମେଡ଼ିକାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହୁଛି ଜଗା...ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଥିଲେ ବି ତା’ମୁଣ୍ଡରେ ଦ୍ୱିତୀୟ ଅସ୍ତ୍ରୋପ୍ରଚାର ହେବାର ଅଛି।

author-image
Prangyan Parimita
One of Conjoined twins is now completely healthy

One of Conjoined twins is now completely healthy

ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା କନ୍ଧମାଳ ଫିରିଙ୍ଗିଆ ବ୍ଲକ ମେଲୁପଡ଼ାର ଶିଶୁ ଜଗା ଏବେ ସମ୍ପୂର୍ଣ୍ଣ ସୁସ୍ଥ। ସାଧାରଣ ଜୀବନଯାପନ କରୁଛି ଓ ପରିବାର ସହ ଖେଳୁଛି, ବୁଲୁଛି । ଏପରିକି ବାପାଙ୍କ ସହିତ ମର୍ଣ୍ଣିଂ ୱାକରେ ବି ଯାଉଛି। ଜଗା ବର୍ତ୍ତମାନ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱତନ୍ତ୍ର କ୍ୟାବିନରେ ରହିଛି।

Advertisment

ସେଠାରେ ମା, ବାପାଙ୍କ ସହିତ ରହୁଛି । ଏବେ ବି ତା’ମୁଣ୍ଡରେ ଲାଗିଛି ହେଲମେଟ। ସେହି ହେଲମେଟ ପିନ୍ଧି ସେ ମେଡିକାଲ ପରିସରରେ ଖେଳାଖେଳି କରୁଛି । ତା’ସହିତ ବାପା ଭୂୟାଁ କହଁରଙ୍କ ସହ ମର୍ଣ୍ଣିଂ ୱାକରେ ଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ବାପା ପୁଅ ମିଶି ସକାଳୁ ପ୍ରାୟ ୨/୩ କିଲୋମିଟର ମର୍ଣ୍ଣିଂ ୱାକରେ ଯାଉଛନ୍ତି । ବେଳେ ବେଳେ ବଜାରକୁ ଯାଇ ବି ବାପା ସହ ଜିନିଷ ପତ୍ର କିଣାକିଣି କରୁଛି।

ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଥିଲେ ବି ତା’ମୁଣ୍ଡରେ ଦ୍ୱିତୀୟ ଅସ୍ତ୍ରୋପ୍ରଚାର ହେବାର ଅଛି। ସେ ପର୍ଯ୍ୟନ୍ତ ସେ ମେଡିକାଲରେ ଡାକ୍ତରଙ୍କ ନିରୀକ୍ଷଣରେ ରହିବ। ଗତ ୨୦୨୧ ମାର୍ଚ୍ଚ ୨୩ରେ ଜଗା କଟକ ବଡ଼ ମେଡିକାଲରୁ ଡିସଚାର୍ଜ ହୋଇ ଫୁଲବାଣୀକୁ ଫେରିଥିଲା। ସେବେଠାରୁ ସେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱତନ୍ତ୍ର କ୍ୟାବିନରେ ରହୁଛି।

Advertisment

୨୦୧୫ ଏପ୍ରିଲ ୯ରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ାମୁଣ୍ଡ ଅବସ୍ଥାରେ ଜଗା ଏବଂ କାଳିଆ ଜନ୍ମଗ୍ରହଣ କରିଥିଲେ। ଏ ସଂପର୍କରେ ପରବର୍ତ୍ତୀ ସମୟରେ ଓଟିଭିରେ ପ୍ରଥମ ଥର ପାଇଁ ଖବର ପ୍ରସାରଣ ପରେ ତତ୍ପର ହୋଇଥିଲେ ରାଜ୍ୟ ସରକାର। ଏହାପରେ ଆରମ୍ଭ ହୋଇଥିଲା ଚିକିତ୍ସା ପ୍ରକ୍ରିୟା। ୨୦୧୭ ଅଗଷ୍ଟ ୨୮ରେ ଦିଲ୍ଲୀ AIIMSରେ ଜଗା-କାଳିଆଙ୍କ ଅସ୍ତ୍ରୋପ୍ରଚାର କରାଯାଇ ଉଭୟଙ୍କୁ ଅଲଗା କରାଯାଇଥିଲା। କିନ୍ତୁ ୨୦୨୦ ନଭେମ୍ବର ୨୫ରେ କଟକ SCBରେ କାଳିଆର ମୃତ୍ୟୁ ହୋଇଥିଲା।...

Kandhamal Conjoined Twins
Advertisment
Advertisment