• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପୁଣି ଥରେ ଅଶାନ୍ତ ହୋଇଉଠିଛି ସିଲ୍କ ସିଟି ବ୍ରହ୍ମପୁର। ସହରରେ ନିୟମିତ ଲୁଟ୍ , ବୋମାମାଡ଼, ବିଚ୍ ରାସ୍ତାରେ ଖଣ୍ଡା ଧରି ଆତଙ୍କରାଜ ଭଳି ଘଟଣା ଘଟୁଛି । ସେପଟେ ଅବାଧ ଓ ମୁକ୍ତ ନିର୍ବାଚନ ଲାଗି ସହରର ସାହି ସାହିରେ ପୋଲିସ ଫ୍ଲାଗମାର୍ଚ୍ଚ କରୁଛି । ତେବେ ଏହାର କୌଣସି ପ୍ରଭାବ ନ ପଡିଥିବା ବେଳେ ଦାଗୀଙ୍କ ଲିଷ୍ଟ ପ୍ରସ୍ତୁତ କରି ତାଙ୍କ ଉପରେ ପୋଲିସ କଡ଼ା ନଜର ରଖିଥିବା କହିଛି ।

ସିଲକ୍ ସିଟିରେ ପୁଣି ମାତିଲେ ଅପରାଧୀ । ଲଗାତାର ତିନି ଦିନରେ ତିନୋଟି କ୍ରାଇମ୍ ନେଇ ସହରବାସୀଙ୍କ ମନରେ ଛନକା ।  କେତେବେଳେ ଲୁଟ, ବୋମାମାଡ଼  ତ କେତେ ବେଳେ ବଜାର ଉପରେ ଲୋକଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଫେବ୍ରୁଆରୀ ୧୨ ତାରିଖ ସହରର ବୈଦ୍ୟନାଥପୁର ଥାନା ଅଞ୍ଚଳରୁ ଜଣେ ଆଇନଜୀବୀଙ୍କ ଠାରୁ ୫ ଲକ୍ଷ ୨୦ ହଜାର ଟଙ୍କା ଝାମ୍ପି ନେଇଥିଲେ ଲୁଟେରା ।  ଏହାର ପର ଦିନ ଅର୍ଥାତ୍ ଫେବ୍ରୁଆରୀ ୧୩ ତାରିଖ । ବଡ଼ବଜାର ଥାନା ଅଞ୍ଚଳରେ ଖଣ୍ଡାଧରି ଜଣେ ବ୍ୟକ୍ତିଙ୍କ ଆତଙ୍କରାଜ, ଆଉ ସିସିଟିଭିରେ ଏହାର ଭିଜୁଆଲ ଭାଇରାଲ ପରେ ଆବଶ୍ୟ ପୋଲିସ ତାକୁ କାବୁ କରିଛି ।

 
ସେହିପରି ଫେବ୍ରୁଆରୀ ୧୪ ବ୍ରହ୍ମପୁର ବଡ଼ବଜାର ଥାନା ରଘୁପତି ନଗରରେ ଜଣେ ଶିକ୍ଷକଙ୍କ ଘରେ ପଶି ବୋମାମାଡ଼ କରି ଫେରାର ମାରିଥିଲେ ଦୁର୍ବୃତ୍ତ । ଏହାବାଦ ସହର ଉପକଂଣ୍ଠ ଗୋଳନ୍ଥା ଥାନା ଅଞ୍ଚଳରେ ଦେଶୀ ମଦ ପିଇବାକୁ କେନ୍ଦ୍ର କରି ରାଳବର ପିସନ୍ତୋଷ ପାତ୍ର ନମକ ଯୁବକଙ୍କୁ ଖଣ୍ଡାରେ ହୋଇଥିଲା ଆକ୍ରମଣ । ଆଗକୁ ନିର୍ବାଚନ ଥିବା ବେଳେ ଏଭଳି ଆତଙ୍କ ନେଇ ସହରବାସୀ ଆତଙ୍କିତ । 

ଅନ୍ୟପକ୍ଷରେ  ନିର୍ବାଚନ ତାରିଖ ଘୋଷଣା ପରେ ପୋଲିସ ପକ୍ଷରୁ ମଧ୍ୟ କଡ଼ା ପାଟ୍ରୋଲିଂ ହେଉଛି । ସଶସ୍ତ୍ର ବିଏସ୍ଏଫ ସହ ସ୍ଥାନୀୟ ପୋଲିସ ସହର ଓ ଆଖପାଖ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରୁଛି । ପୁରୁଣା ଅପରାଧୀଙ୍କୁ ନନ୍ ବେଲେବୁଲ ୱାରେଣ୍ଡ ଜରିଆରେ ଗିରଫ ଲାଗି ପୋଲିସ ପଦକ୍ଷେପ ନେଉଛି । ଏମିତିକି ଯେଉଁ ଅପରାଧୀ ଫେରାର ଅଛନ୍ତି ସେମାନଙ୍କ ସଂପତ୍ତି ଜବତ ଲାଗି ପୋଲିସ ପଦକ୍ଷେପ ନେବ ବୋଲି କହିଛି । 

କେବଳ ଏତିକିରେ ବ୍ରହ୍ମପୁର ସହରରେ କ୍ରାଇମ ଥମିନି, ଗତ ୨୦ ତାରିଖରେ ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ମାତ୍ର ୫ ସେକଣ୍ଡରେ ଡିକି ଭାଙ୍ଗି ୫ ଲକ୍ଷ ଲୁଟି ନେଇଥିଲେ ଚୋର।