Advertisment

'ଅଲମୋଷ୍ଟ୍ ବ୍ରେନ୍ ଡେଡ୍' ଦାମୋଦର ରାଉତ ! 'ଲାଇଫ ସପୋର୍ଟ ସିଷ୍ଟମରେ ଚାଲିଛି ଚିକିତ୍ସା'

ଭେଣ୍ଟିଲେଟରରେ ବରିଷ୍ଠ ନେତା ଦାମୋଦର ରାଉତ। ପ୍ରାୟ ବ୍ରେନ୍ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି ।

author-image
Sujit kumar Swain
undefined

Damodar Rout critical

ଭେଣ୍ଟିଲେଟରରେ ବରିଷ୍ଠ ନେତା ଦାମୋଦର ରାଉତ । ପ୍ରାୟ ବ୍ରେନ୍ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ କ୍ୟାପିଟାଲ୍  ହସ୍ପିଟାଲରେ ଉଚିତ ସମୟରେ CPR ଦିଆଗଲାନି ବୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସମ୍ବିତ । ଯାହାର ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।

Advertisment

ଦୀର୍ଘ ଦିନ ଧରି କିଡନୀ ସମସ୍ୟା ସହ ଯୁଝୁଥିବା ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ସଂକଟାପନ୍ନ ସ୍ଥିତିରେ । ଗତ ୧୮ ତାରିଖ ବିଳମ୍ବିତ ରାତିରେ ଅକ୍ସିଜେନ୍ ସାଚୁରେସନ କମିବା ସହ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ଦାମ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ସେ ହୃଦଘାତର ଶିକାର ହୋଇଥିଲେ । ଏବେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ଏବଂ ସେ ଲାଇଫ୍ ସପୋର୍ଟ ସିଷ୍ଟମରେ ଅଛନ୍ତି ବୋଲି କହିଛନ୍ତି ତାଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ। ହାର୍ଟ ଚାଲିଥିଲେ ବି, ବ୍ରେନ ଅଲମୋଷ୍ଟ ଡେଡ୍ ହୋଇଯାଇଥିବା ସେ ସୂଚନା ଦେଇଛନ୍ତି।

ଏଥିସହ ଅଭିଯୋଗ କରିଛନ୍ତି ଯେ, କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ବି, ବାପାଙ୍କୁ CPR ଦିଆନଯିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଗଲା । ସେଠାରୁ ଘରୋଇ ହସ୍ପିଟାଲକୁ ନେବା ଭିତରେ, ବ୍ରେନକୁ ବ୍ଲଡ ଓ ଅକ୍ସିଜେନ୍ ସପ୍ଲାଇ କମିଯାଇଥିଲା । ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ସିପିଆର୍ ଦିଆଯାଇଥିଲା ଏବଂ ହାର୍ଟ ଚାଲିଥିଲା । ତେଣୁ ପୂର୍ବରୁ ସିପିଆର୍ ଦିଆଯାଇଥିଲେ ମସ୍ତିଷ୍କ ଏତେ କ୍ଷତି ହୋଇନଥାନ୍ତା।

Advertisment

ଦାମୋଦରଙ୍କୁ ସିପିଆର ଦିଆଯାଇନଥିବା ପ୍ରସଙ୍ଗରେ, ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ। ସେ କହିଛନ୍ତି, ନାଡ଼ି କିମ୍ବା 
ଶ୍ବାସକ୍ରିୟା ଆଦି ବନ୍ଦ ହୋଇଯାଇଥିଲେ କିମ୍ବା ହୃଦସ୍ପନ୍ଦନ ଠିକ୍ ଭାବେ ହେଉନଥିଲେ ରୋଗୀଙ୍କୁ CPR ଦିଆଯାଏ। ହେଲେ ଦାମଙ୍କର ସେଭଳି ଅବସ୍ଥା ନଥିଲା। କାଜୁଆଲିଟିରେ ପହଞ୍ଚିବା ପରେ ତୁରନ୍ତ ପ୍ରାଥମିକ ଚିକିତ୍ସା ଆରମ୍ଭ କରାଯାଇଥିଲା। ଏନେଇ ଅଭିଯୋଗ ଆସିବା ପରେ, ପୁଙ୍ଖାନୁପୁଙ୍ଖ ତଦନ୍ତ ହୋଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।

କିଡନୀ ସମସ୍ୟା ଯୋଗୁଁ ପୂର୍ବରୁ ମଧ୍ୟ ଏକାଧିକ ଥର ଗୁରୁତର ଅସୁସ୍ଥ ହୋଇଥିଲେ ଦାମ। ତେବେ ଜାନୁଆରୀରେ ବିଜେଡି ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରିବା ପରେ, ପ୍ରଥମ ଥର ପାଇଁ ତାଙ୍କୁ ସଭାମଞ୍ଚରେ ଦେଖିବାକୁ ମିଳିଥିଲା ଗତ ଫେବୃଆରୀରେ। କୁଜଙ୍ଗରେ ଆୟୋଜିତ ବିଜେଡି କର୍ମୀ ସମାବେଶକୁ ହୁଇଲ୍ ଚେୟାରରେ ବସି ଯାଇଥିଲେ ଦାମ । ତେବେ ବର୍ତ୍ତମାନ ପୁଣି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଜାଣିବା ପରେ, ସୋସିଆଲ ମିଡିଆରେ ତାଙ୍କର ଆଶୁ ଆରୋଗ୍ୟ ଓ ଦୀର୍ଘାୟୁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Damodar Rout Brain Dead
Advertisment
Advertisment