• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟଙ୍କା ମଣିଷର ସର୍ବନାଶ କରେ କୁହାଯାଏ । ମାତ୍ର ଏହା ଆଜି ପ୍ରମାଣିତ ହୋଇଛି । ମାତ୍ର କେତୋଟି ଟଙ୍କା ପାଇଁ ମାରିଦେଲା ଦୋକାନୀକୁ ମାରିଦେଲା ଗ୍ରାହକ । ତେଜରାତୀ ଦୋକାନରୁ କିଣିବାକୁ ଯାଇଥିଲେ ଯୁବକ ଜଣକ । ଅଳ୍ପ ଟଙ୍କା ଦେଇନଥିଲେ । ଟଙ୍କା ମାଗିବାରୁ ଉତ୍ତ୍ୟକ୍ତ ହୋଇ ଯାଇଥିଲେ ଯୁବକ, ମୁଣ୍ତକୁ ପିତ୍ତ ଚଢ଼ିଯାଇଥିଲା । ଫଳରେ ଧକ୍କା ଦେଇ ମାରି ଦେଇଥିଲା ଯୁବକ ।

ମାତ୍ର ୪୦ ଟଙ୍କା ମାଗିବାରୁ ଦୋକାନୀଙ୍କୁ ହତ୍ୟା । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା । ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ଏ ଘଟଣା । ଭଦ୍ରକ ଟାଉନ୍ ଥାନା ପଥରଆଡ଼ି ଛକରେ ତେଜରାତି ଦୋକାନ କରିଥିଲେ ବିଜୟ ପଣ୍ଡା । ଆଜି ସକାଳୁ ଚରମ୍ପା ଅଞ୍ଚଳର ଜଣେ ଯୁବକ ଦୋକାନକୁ ଯାଇ ୧୮୦ ଟଙ୍କାର ସାମଗ୍ରୀ କିଣିଥିଲେ । ହେଲେ ୧୪୦ ଟଙ୍କା ଦେଇ ବଳକା ୪୦ ଟଙ୍କା ଦେଇନଥିଲେ ।

ଏନେଇ ଦୋକାନୀ ବିଜୟ ପଣ୍ଡା ଓ ସଂପୃକ୍ତ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯୁବକ ଜଣକ ବିଜୟଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ହିଁ କାମେଶ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ତାଙ୍କୁ ମୃତ ଘୋଷଣା କରାଯାଇଛି ।

ଘଟଣାକୁ ନେଇ ଥାନାରେ ଏତଲା ପରେ ପୋଲିସ୍ ଏବେ ତଦନ୍ତ କରୁଛି ।