Advertisment

Vastu Tips: ନୂଆ ଘରଟିଏ କରୁଛନ୍ତି କି... ଜାଣନ୍ତୁ ଏହାର ଶୟନ କକ୍ଷ କିପରି ଓ କେଉଁଠି ହେବା ଉଚିତ...

ସାଧାରଣତଃ ମଣିଷ ଯେଉଁ ସ୍ଥାନରେ ରାତ୍ରିଯାପନ କରେ ସେହିସ୍ଥାନର ବାସ୍ତୁର ପ୍ରଭାବ ପଡ଼ିଥାଏ। ଏଣୁ ଗୃହ ଭିତରେ ଶୋଇବା ଘରର ଏକ ମୁଖ୍ୟ ଭୂମିକା ରହିଛି। ଆଗରୁ ତ ଆମେ ଶୋଇବା ଗୃହ ବିଷୟରେ ଜାଣିଛେ ଆଜି ଆମେ ଏହାର କିଛି ମୁଖ୍ୟ ଦିଗ ଉପରେ ଜାଣିବା।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Tips On Bed Direction As Per Vastu Shastra

Know how and where the bedroom should be

ପୁରାତନ କାଳେ ମଣିଷ ପର୍ବତର ଗୁମ୍ଫା, ଗଛର କୋରଡ ଆଦିକୁ ନିଜର ବାସସ୍ଥାନ ଭାବରେ ବ୍ୟବହାର କରୁଥିଲା। କାଳକ୍ରମେ ମଣିଷ ବୁଦ୍ଧିର ବିକାଶ ବଳରେ ଜଳ, ବାୟୁ, ଅଗ୍ନି, ମାଟି ଆଦିର ବ୍ୟବହାର ଶିଖିଲା ଏବଂ ଖରା, ବର୍ଷା ଆଦିରୁ ନିଜକୁ ରକ୍ଷା କରିବା ପାଇଁ ବାସସ୍ଥାନଟିଏ ତିଆରି କରିବା ମଧ୍ୟ ଜାଣିଲା।

Advertisment

ଧିରେ ଧିରେ ନଗର ଗ୍ରାମ ଅଦି ସ୍ଥାପନ କରି ସେଠାରେ ବାସଗୃହଟିଏ ତିଆରି କରି ରହିଲା। ମଣିଷ ଜୀବନରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ପ୍ରାପ୍ତି ପାଇଁ ସବୁବେଳେ ଚେଷ୍ଟା କରିଥାଏ। କିନ୍ତୁ ସମସ୍ତେ ଏହାକୁ ସହଜରେ ପାଇପାରନ୍ତି ନାହିଁ। ମଣିଷ ଜୀବନରେ ଆସୁଥିବା ଦୁଃଖ, ଦୁର୍ଦ୍ଧଶାର କାରଣ ଜାଣିବା ପାଇଁ ସୃଷ୍ଟିହେଲା ଜ୍ୟୋତିଷ ଏବଂ ବାସ୍ତୁବିଦ୍ୟା।

ଅଧିକ ପଢ଼ନ୍ତୁ: ଗୃହର କେଉଁ ଭାଗକୁ ଭଡ଼ା ଦେଲେ ଗୃହକର୍ତ୍ତାଙ୍କର ହୁଏ ସର୍ବନାଶ

ଏହା ଭିତରୁ ବାସ୍ତୁବିଦ୍ୟା ଏକ ମୁଖ୍ୟ ବିଦ୍ୟା କାରଣ ମଣିଷ ସୁଖ ଶାନ୍ତିରେ ରହିଲେ ସିନା ଧର୍ମ, ଅର୍ଥ, କାମ, ମୋକ୍ଷ ଆଦି ସହଜରେ ପାଇବ। ଯଦି ରହିବା ପାଇଁ ବା ବସବାସ କରିବା ପାଇଁ ଗୃହଟିଏ ନ ଥାଏ ତେବେ ଧର୍ମ, ଅର୍ଥ, କାମ ଓ ମୋକ୍ଷ କେମିତି ପ୍ରାପ୍ତ ହେବ। ପ୍ରାକୃତିକ, ଭୌତିକ, ଅଧିଭୌତିକ ଏବଂ ଦୈବିକ କୁପ୍ରଭାବରୁ ନିଜକୁ ରକ୍ଷା କରିବା ପାଇ ବାସଗୃହର ଆବଶ୍ୟକତା ରହିଛି।

Advertisment

ଏଣୁ ରହିବା ସ୍ଥାନଟି ଯଦି ଦୋଷଯୁକ୍ତ ହୋଇଥାଏ ତେବେ ସେହିସ୍ଥାନରେ ରହୁଥିବା ବ୍ୟକ୍ତିମାଙ୍କର ଶୁଭ କର୍ମର ଶୁଭଫଳ ମିଳେ ନାହିଁ ଏବଂ ନାନା ପ୍ରକାର ଅସୁବିଧା ଦେଖାଦେଇଥାଏ। ବାସଗୃହ ହେଉ କି ବ୍ୟବସାୟ ଗୃହ ସବୁଠାରେ ବାସ୍ତୁବିଦ୍ୟାର ଆବଶ୍ୟକତା ରହିଛି।

ସାଧାରଣତଃ ମଣିଷ ଯେଉଁ ସ୍ଥାନରେ ରାତ୍ରିଯାପନ କରେ ସେହିସ୍ଥାନର ବାସ୍ତୁର ପ୍ରଭାବ ପଡ଼ିଥାଏ। ଏଣୁ ଗୃହ ଭିତରେ ଶୋଇବା ଘରର ଏକ ମୁଖ୍ୟ ଭୂମିକା ରହିଛି। ଆଗରୁ ତ ଆମେ ଶୋଇବା ଗୃହ ବିଷୟରେ ଜାଣିଛେ ଆଜି ଆମେ ଏହାର କିଛି ମୁଖ୍ୟ ଦିଗ ଉପରେ ଜାଣିବା।

  • ଗୃହର କେନ୍ଦ୍ର ଭାଗରେ କେବେବି ଶୋଇବା ଘର କରୁନ୍ତୁ ନାହିଁ।
  • ଶୋଇବା ଘରର କବାଟ ସବୁବେଳେ ଏକ ଫାଳିଆ ହେବା ଭଲ।
  • କୌଣସି ବି ପରିସ୍ଥିତିରେ ଶୋଇବା ଘର ଗ୍ୟାରେଜ୍ ଉପରେ, ରୋଷେଇ ଘର ଉପରେ, ପୋର୍ଟିକୋ ଉପରେ କରନ୍ତୁ ନାହିଁ।
  • ଶୋଇବା ଘର ଭିତରେ କୌଣସି ବି ଜଳର ଉତ୍ସ ରହିବା କଥା ନୁହେଁ। କି ବଡ଼ ବଡ଼ ସମୁଦ୍ର, ନଦୀ, ହ୍ରଦ, ପୁଷ୍କରିଣୀର ଫଟୋ ରଖିବା ମଧ୍ୟ ଠିକ ନୁହେଁ।
  • ଶୋଇବା ଘରେ ଦର୍ପଣ ନ ରଖିଲେ ଭଲ କିନ୍ତୁ ଯଦି ରଖୁଛନ୍ତି ତେବେ ଶୟନ ସମୟରେ ଖଟର ପ୍ରତିବିମ୍ବ ଯେମିତି ଦର୍ପଣରେ ନ ଆସେ ସେଥିପ୍ରତି ବିଶେଷ ଯତ୍ନବାନ ହେବା ଉଚିତ। ଶୟନ ସମୟରେ ପ୍ରତିବିମ୍ବ ଦର୍ପଣରେ ଆସିଲେ ଏହା ସ୍ୱାସ୍ଥ୍ୟ ପାଇଁ ଶୁଭ ନୁହେଁ। ଏହା ସହିତ ଦର୍ପଣର ମୁଖ ଯେମିତି ପୂର୍ବ କିମ୍ବା ଉତ୍ତର ଆଡକୁ ନ ରହେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ।

ଅଧିକ ପଢ଼ନ୍ତୁ: ଗୃହର ସମ୍ମୁଖରେ ମନ୍ଦିର ଥିଲେ ନାନା ସମସ୍ୟାରେ ଘାଣ୍ଟି ହୋଇଥାଆନ୍ତି ଗୃହବାସୀ, ଜାଣନ୍ତୁ ପ୍ରତିକାର

  • ଡବଲ ବେଡ୍ ଶୋଇବା ଘରେ ଥିଲେ ଦୁଇପଟରୁ ଓହ୍ଲାଇବା ପାଇଁ ଅର୍ଥାତ୍ ଖଟର ଦୁଇପଟେ ଖାଲି ସ୍ଥାନ ରଖିବା ଭଲ।
  • ଖଟ ଉପରେ ଯେପତି ବିମ୍ ନ ଆସେ ସେଥିପ୍ରତି ବିଶେଷ ଧ୍ୟାନ ଦେବେ।
  • ଠାକୁରଙ୍କ ମୂର୍ତ୍ତୀ ଆଦି ଶୋଇବା ଘରେ ସ୍ଥାପନା କରନ୍ତୁ ନାହିଁ।
  • ଶୋଇବା ଘରର ଏହି ସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦେଲେ ଶୋଇବା ଘରେ ବାସ୍ତୁଦୋଷ ରୁହେ ନାହିଁ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips Vastu Bichar Vastu Tips For Bedroom Vastu Tips For Home Vastu Shastra
Advertisment
Advertisment