Advertisment

BJD କରିବ ଯୋଦ୍ଧା ଘୋଷଣା; କିଏ ହେବେ ନୂଆ ଚେହେରା, କାହାକୁ କରିବେ ରିପିଟ୍‌ ?

ଚର୍ଚ୍ଚା ହେଉଛି ବ୍ରହ୍ମପୁର ସାଂସଦ ଭାବେ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ରିପିଟ୍ କରିପାରେ। ବିପ୍ଲବଙ୍କୁ ଦିଗପହଣ୍ଡି, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରରୁ ଟିକେଟ ମିଳିପାରେ।

author-image
Manoranjan Behera
BJD

BJD

ବିଜେଡିର ଟିକଟ କସରତ। ନବୀନ ନିବାସରେ ଚାଲିଛି ସମୀକ୍ଷା। ପୂର୍ବାହ୍ଣରେ ଗଂଜାମ ଜିଲ୍ଲାର ଦୁଇ ସଂସଦୀୟ କ୍ଷେତ୍ର ଆସିକା ଓ ବ୍ରହ୍ମପୁର ପାଇଁ ବୈଠକ ସରିଥିବା ବେଳେ ଏବେ ଭୁବନେଶ୍ୱର ଓ କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ଆଲୋଚନା ଚାଲିଛି। ବୈଠକରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଗଂଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି। ଏଥିସହ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଧାୟକ ଚକ୍ରମଣି କଅଁର, ସାଲୁଗା ପ୍ରଧାନ, ଅଙ୍ଗଦ କଅଁର, ମହୀଧର ରଣା, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଅଛନ୍ତି।

Advertisment

ଚର୍ଚ୍ଚା ହେଉଛି ବ୍ରହ୍ମପୁର ସାଂସଦ ଭାବେ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ରିପିଟ୍ କରିପାରେ। ବିପ୍ଲବଙ୍କୁ ଦିଗପହଣ୍ଡି, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରରୁ ଟିକେଟ ମିଳିପାରେ। ଏପରିସ୍ଥଳେ ରମେଶ ଚ୍ୟାଉପଟ୍ଟନାୟକଙ୍କୁ ବ୍ରହ୍ମପୁର ଟିକେଟ ମିଳିପାରେ। ଉଷା ଦେବୀଙ୍କ ପୁଅ ଶ୍ରୀରୂପଙ୍କୁ ଚିକିଟିରୁ ଦଳ ମଇଦାନକୁ ଓହ୍ଲାଇପାରେ। ପରାଜିତ ସିଟ୍ ମୋହନା ଓ ପାରଳାଖେମୁଣ୍ଡି ପାଇଁ ଦଳ ଏବେ ବି କସରତ ଜାରି ରଖିଛି।

ପ୍ରଥମ ପର୍ଯ୍ୟାୟ ବୈଠକ ପରେ ବିଜେଡି ବିଧାୟିକା ଲତିକା ପ୍ରଧାନ କହିଛନ୍ତି ସଙ୍ଗଠନ କିପରି ଆହୁରି ମଜବୁତ୍ ହେବ ସେ ନେଇ ଆଲୋଚନା ହୋଇଛି। ତେବେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନଥିବା ଲତିକା କହିଛନ୍ତି। ପ୍ରଥମ ପର୍ଯ୍ୟାୟ ବୈଠକରେ ଗଞ୍ଜାମ ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ, ଗଜପତି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜଙ୍କ ସମେତ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Advertisment
BJD Odisha Politics General Elections 2024
Advertisment
Advertisment