• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୫ ସେକେଣ୍ଡରେ ୫ ଲକ୍ଷ ଚୋରି । ବ୍ରହ୍ମପୁର ଜୟପ୍ରକାଶ ନଗରରୁ ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକିରୁ ଚାହୁଁ ଚାହୁଁ ଗାଏବ ହୋଇଗଲା ୫ ଲକ୍ଷ ଟଙ୍କା । ଆଜି କିଛି ସମୟ ପୂର୍ବରୁ ଘଟିଥିବା ଏହି ଘଟଣା ଏବେ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି । ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ୍ ଡିକିରେ ରଖିଥିଲେ କୃଷ୍ଣ ମହାରଣା ନାମକ ଜଣେ ଯୁବକ ।

ବାଇକକୁ ରାସ୍ତାକଡ଼ରେ ରଖି ଚାହା ପିଇବାକୁ ଯାଇଥିଲେ । ହେଲେ ମାତ୍ର ୫ରୁ ୭ ସେକେଣ୍ଡ୍ ଭିତରେ ଜଣେ ଯୁବକ କୃଷ୍ଣଙ୍କ ଡିକି ଭାଙ୍ଗି ଟଙ୍କା ବ୍ୟାଗ୍ ନେଇ ଛୁ’ ମାରିଛନ୍ତି । ଘଟଣା ସମୟର ଭିଡିଓକୁ ଯାଞ୍ଚ କରି ଏବେ ତଦନ୍ତ କରୁଛି ବୈଦ୍ୟନାଥପୁର ଥାନା ପୋଲିସ୍ । ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜୟପ୍ରକାଶ ନଗର ଛକରୁ ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକି ଭାଙ୍ଗି ୫ଲକ୍ଷ ଟଙ୍କା ନେଇ ଫେରାର ।

କନିଶି ଅଞ୍ଚଳର କୃଷ୍ଣ ମହାରଣା ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ବାଇକ୍ ଡିକିରେ ରଖିଥିଲେ । ନିକଟରେ ଥିବା ଏକ ଦୋକାନରେ ଚା ପିଉଥିବା ବେଳେ ହଠାତ୍ ଜଣେ ଯୁବକ ଆସି ତାଙ୍କ ଡିକିକୁ ଭାଙ୍ଗି ଟଙ୍କା ନେଇ ଫେରାର ମାରିଥିଲା । ସେ ଟଙ୍କାଗୁଡ଼ିକୁ ଏକ ଜରି ବ୍ୟାଗରେ ରଖିଥିଲେ ।