Advertisment

ମଝି ରାତିରେ ମାତିଲେ ମନ୍ଦିର ଚୋର ! ରାମ ମନ୍ଦିର ହୁଣ୍ଡି-ସିନ୍ଦୁକ ତାଡ଼ି ଲୁଟି ନେଲେ ଅଳଙ୍କାର

ଫତେଗଡ଼ ରାମ ମନ୍ଦିର ହୁଣ୍ଡି ଓ ସିନ୍ଦୁକ ତାଡ଼ି ଲୁଟିଲେ ଅଳଙ୍କାର ସହ ଦାନ ଅର୍ଥ । ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ହୁଣ୍ଡି ବାକ୍ସରେ ବି ବୁଲାଇଲେ କଳାକନା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Crime

ଦାନବାକ୍ସ ଖୋଲା, ସିନ୍ଦୁକ ଠିଆ ମେଲା । ଅଧ ରାତିରେ ଚୋର ମାତିଲେ, ନୟାଗଡ଼ ଜିଲ୍ଲା ଫତେଗଡ଼ ଗିରିଗୋବର୍ଦ୍ଧନ ପାହଡ଼ ଉପରେ ନବନିର୍ମିତ ସୌନ୍ଦର୍ଯ୍ୟପୂର୍ଣ୍ଣ ଶ୍ରୀରାମ ମନ୍ଦିରରୁ ଗତକାଲି ରାତିରେ କଳାକନା ବୁଲାଇଲେ ଚୋର । ଭକ୍ତ ଦାନ ଦେଉଥିବା ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା । ଏମିତିକି ଚୋର ଦଳ ମନ୍ଦିର ଟ୍ରଷ୍ଟବୋର୍ଡ ଅଫିସ୍‌ର ଭିତର ଘର କବାଟ ଭାଙ୍ଗି ସେଠି ଥିବା ସିନ୍ଦୁକରୁ ଲୁଟି ନେଇଛନ୍ତି ଠାକୁରମାନଙ୍କୁ ଲାଗି ହେଉଥିବା ଅଙ୍ଗବସ୍ତ୍ର ସହ ସୁନା-ରୁପା ଅଳଙ୍କାର। ତାସହ ସେଠି ଥିବା ଲୁହା ଆଲମାରୀକୁ ଶାବଳରେ ତାଡ଼ି ଅନେକ ମୂଲ୍ୟବାନ ସାମଗ୍ରୀ ଓ ପାଟବସ୍ତ୍ର ଚୋରି କରିଛନ୍ତି।

Advertisment

ଆଜି ସକାଳେ ମନ୍ଦିର ମୁଖ୍ୟ ପୂଜାରୀ ପ୍ରଥମେ ଏସବୁ ଦେଖି ଲୋକଙ୍କୁ ଡାକ ପକାଇଥିଲେ। ମନ୍ଦିର ମୁଖ୍ୟ ଫାଟକର ଗୋଟିଏ ପାଖ ଖୋଲାଥିବା ବେଳେ ତାଲା ଭଙ୍ଗାଯାଇ ତଳେ ପଡ଼ିଥିବା ଦେଖି, ଆଚମ୍ବିତ ହୋଇଯାଇଥିଲେ। ପରେ ମନ୍ଦିର ଭିତର ଗରୁଡ଼ ଖମ୍ବ ପାଖରେ ଥିବା ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏହା ପରେ ମନ୍ଦିର କମିଟି ପକ୍ଷରୁ ଫତେଗଡ ଥାନାରେ ଚୋରି ସମ୍ପର୍କରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ଚୋରି ହୋଇଥିବା ଭକ୍ତଙ୍କ ଦାନ ଓ ଠାକୁରଙ୍କ ଅଳଙ୍କାର ସହ ଅଙ୍ଗବସ୍ତ୍ର ସବୁର ମୂଲ୍ୟ ପ୍ରାୟ ୨୫ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରିଛନ୍ତି ସେବାୟତ। ସେପଟେ ଲିଖିତ ଅଭିଯୋଗ ପରେ ଫତେଗଡ଼ଗଡ଼ ପୋଲିସ୍ ଘଟଣାସ୍ଥଳକୁ ଯାଇ ଛାନବିନ୍ କରିଛି। ୩ ଜଣଙ୍କୁ ସନ୍ଦେହରେ ଆଣି ପଚରାଉଚରା କରୁଥିବାବେଳେ ଦୋଷୀଙ୍କୁ ଖୁବଶୀଘ୍ର ଧରିବାର ରତିଶ୍ରୁତି ବି ଦେଇଛି ପୋଲିସ ।

Advertisment

ଏପଟେ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ବାଲେଶ୍ୱର ଜିଲ୍ଲାର ପଂଚଲିଙ୍ଗେଶ୍ୱରଙ୍କ ପୀଠରେ ବି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଗ୍ୟାସ କଟରରେ କାଟି ଭକ୍ତଙ୍କ ଦାନ ହୁଣ୍ଡିରୁ ନେଇଛନ୍ତି ଲକ୍ଷାଧିକ ଟଙ୍କା। ମନ୍ଦିର ପୂଜକଙ୍କ କହିବାନୁସାରେ ନିକଟରେ ଯାଇଥିବା ମହାଶିବରାତ୍ରୀ ଉତ୍ସବ ଓ ଦୀର୍ଘ ୬ମାସ ହେଲା ବିଭିନ୍ନ ଯାନିଯାତ୍ରା ବେଳେ ଠାକୁରଙ୍କୁ ଭକ୍ତ ପ୍ରଦାନ କରିଥିବା ସବୁ ଦାନ ଟଙ୍କା ଲୁଟ୍ ହୋଇଛି। ଆଜି ସକାଳୁ ଟ୍ରଷ୍ଟି ସଦସ୍ୟ ଏକଥା ଜାଣିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥଇଲେ।

ଗତ ୨୨ ତାରିଖରେ ଅଯୋଧ୍ୟାରେ ବାଳକ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଉଦଘାଟିତ ହୋଇଥିବା ଫତେଗଡ଼ ଜଗନ୍ନାଥ ମନ୍ଦିର ହେଉ କି ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର ପୀଠ। ରାତି ଅଧରେ କବାଟ ତାଡ଼ି ଯେଉଁଭଳି ସେଠୁ ଚୋରି ହୋଇଛି ତାହା ଭକ୍ତଙ୍କୁ କ୍ଷୁବ୍ଧ କରିଥିବାବେଳେ ଦୁର୍ବୃତ୍ତଙ୍କୁ ତୁରନ୍ତ ଧରି କଠୋର ଶାସ୍ତି ଦେବାକୁ ଭକ୍ତ ଦାବି କରିଛନ୍ତି ।

Advertisment
Advertisment