• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ । ବ୍ରେନ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଅ ସମ୍ବିତ ରାଉତରାୟଙ୍କ ସୂଚନା ଅନୁଯାୟୀ ଗତ ୧୮ ତାରିଖରେ ଦାମୋଦର ରାଉତଙ୍କର ହୃଦଘାତ ହୋଇଥିଲା ।

ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ନେବା ବାଟରେ ତାଙ୍କର ପୁଣି ଥରେ ହୃଦଘାତ ହୋଇଥିଲା । ତେବେ ସେଠାରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ CPR ଦେଇନଥିବା ସମ୍ବିତ ରାଉତରାୟ ଅଭିଯୋଗ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ପାଇଁ ଏଭଳି ଅବସ୍ଥା ହେଲା କହିଲେ ସମ୍ବିତ । ସିପିଆର ନଦେବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିବା ସେ କହିଛନ୍ତି ।

ରାତି ୩ଟାରେ ବାପାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲୁ । ବାରମ୍ବାର କହିବା ସତ୍ତ୍ୱେ କ୍ୟାପିଟାଲ ହସ୍ପିଟାଲରେ ସିପିଆର୍‌ ଦେଲେନି । ଏଣୁ ବାଧ୍ୟହୋଇ ସେଠାରୁ ଆମେ ବାପାଙ୍କୁ ଘରୋଇ ହସ୍ପିଟାଲ ନେଲୁ । ସେହି ଯିବା ଆସିବା ଭିତରେ କିଛି ସମୟ ଡେରି ହୋଇଗଲା । ଫଳରେ ବ୍ରେନକୁ ଅକ୍ସିଜେନ୍‌ ଓ ବ୍ଲଡ୍‌ ଠିକ ଭାବେ ଗଲାନି ବୋଲି ଅଭିଯୋଗ କରିଛନ୍ତି ଦାମଙ୍କ ପୁଅ ।

ଏହାପରେ ତୁରନ୍ତ ତାଙ୍କୁ ସେଠାରୁ ଘରୋଇ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଦାମୋଦର ରାଉତଙ୍କ ଚିକିତ୍ସା ଚାଲିଛି । ତାଙ୍କର ବ୍ରେନ ଡେଡ୍ ହୋଇଥିବା ସେ ସୂଚନା ଦେଇଛନ୍ତି । ବ୍ରେନକୁ ବ୍ଲଡ ସପ୍ଲାଇ କମିଯିବାରୁ ବ୍ରେନ ଡେଡ୍ ହୋଇଥିବା ସମ୍ବିତ ଅଭିଯୋଗ କରିଛନ୍ତି । ଘରୋଇ ହସ୍ପିଟାଲରେ ସିପିଆର ଦେବା ପରେ ହାର୍ଟ ଚାଲିଥିଲା ବୋଲି କହିଛନ୍ତି ।

ଏବେ ହାର୍ଟ କାମ କରୁଛି, କିନ୍ତୁ ବ୍ରେନ୍‌ ବହୁତ ଖରାପ ହୋଇଯାଇଛି ବୋଲି କହିଛନ୍ତି ସମ୍ବିତଙ୍କ ପୁଅ । ଅନ୍ୟପଟେ ଦାମୋଦର ରାଉତଙ୍କୁ ସିପିଆର ଦିଆ ଯାଇନଥିବା ନେଇ ତାଙ୍କ ପୁଅ ସମ୍ବିତ ଆଣିଥିବା ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି CPR ଦେଲା ଭଳି ଅବସ୍ଥା ନଥିଲା । କାଜୁଆଲିଟିରେ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା ।

ତାଙ୍କର ଅକ୍ସିଜେନ୍ ସାଚୁରେସନ କମିଯାଇଥିଲା, କିଡନି ଠିକ୍ ନଥିଲା । ଡାକ୍ତର ତୁରନ୍ତ ଦେଖିଥିଲେ । ଇସିଜି ହୋଇଥିଲା, ଅକ୍ସିଜେନ୍ ଦିଆଯାଇଥିଲା । ଯେହେତୁ ଆମର ଏଠି କିଡନି ଡାକ୍ତର ନାହାନ୍ତି ତେଣୁ ରେଫର କରିବାକୁ ପଡ଼ିଲା । ପ୍ରାଥମିକ ଚିକିତ୍ସା ସାରି ୩୦ ମିନିଟ ଭିତରେ ତାଙ୍କୁ ରେଫର କରାଯାଇଥିଲା । ତାଙ୍କୁ ସିପିଆର୍ ଦେଲା ଭଳି ଅବସ୍ଥା ନଥିଲା, ତେଣୁ ଦିଆଯାଇନଥିଲା ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ମୋତେ ସେ ଅଭିଯୋଗ କରିଥିଲେ, ମୁଁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛି ବୋଲି ମଧ୍ୟ କହିଛନ୍ତି ।