• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁବନେଶ୍ୱର ରାଜମହଲ ଛକରେ ଦୁର୍ଘଟଣା । ଯାତ୍ରୀବାହୀ ଅଟୋକୁ ବାଡେଇଲା ମୋ ବସ୍ । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଟୋର ସମ୍ମୁଖ ପଟ ଭାଙ୍ଗି ଚୁରମାର୍ ହୋଇପଡିଛି । ସକାଳୁ ସକାଳୁ ଅଟୋଟି ରାଜମହଲ ଛକରେ ଯାତ୍ରୀ ଓହ୍ଲାଇବା ପରେ ମୋ ବସ୍ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୋ ବସ୍ ଡ୍ରାଇଭରକୁ ପଚରାଉଚରା କରୁଛି । ଗତ କିଛିଦିନ ହେବ ରାଜଧାନୀରେ ମୋ ବସ୍ ଦୁର୍ଘଟଣା ବଢ଼ି ଚାଲିଛି । ଗତ ଫେବୃଆରୀ ୪ ତାରିଖରେ ମଧ୍ୟ ଭୁବନେଶ୍ୱରରେ ମୋ ବସ୍‌ ଦୁର୍ଘଟଣା ଘଟିଥିଲା । ରାଜଧାନୀର ଶିଖରଚଣ୍ଡୀ ବିହାରରେ ‘ମୋ ବସ୍‌’ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା ।

ଅଧିକ ପଢ଼ନ୍ତୁ: ମର୍ମନ୍ତୁଦ ଦୁର୍ଘଟଣା; କାର ସହ ଧକ୍କା ହେଲା ଟ୍ରାକ୍ଟର, ଗଡ଼ିଲା ୭ ମୁଣ୍ତ

ପଟିଆ ଶିଖରଚଣ୍ଡି ବିହାରରେ ଉତ୍ତ୍ୟକ୍ତ ଲୋକେ ଏନେଇ ବସକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ରାତି ପ୍ରାୟ ସାଢ଼େ ୮ଟାବେଳେ ଘଟିଥିଲା ଏହି ଦୁର୍ଘଟଣା । ଦୁର୍ଘଟଣାର ଶିକାର ବ୍ୟକ୍ତି ଜଣକ ଥିଲେ ଶିଖରଚଣ୍ଡି ନଗର ବସ୍ତିର ଏ.ଦଣ୍ଡପାଣି ରେଡ୍ଡୀ । ରାସ୍ତା ପାରି ହେଉଥିବାବେଳେ ତାଙ୍କୁ ‘ମୋ ବସ୍’ଟି ଧକ୍କା ଦେଇଥିଲା ।

ପୂର୍ବରୁ ‘ମୋ ବସ୍‌’ର ଯାତାୟାତକୁ ନେଇ ଅନେକ ଅଭିଯୋଗ ହୋଇସାରିଛି । ଡ୍ରାଇଭରମାନଙ୍କ ବେପରୁଆ ବସ୍‌ ଚାଳନା ଯୋଗୁଁ ଅନେକ ଥର ଦୁର୍ଘଟଣା ହୋଇଛି । ଗତ ଜାନୁଆରୀ ୧୬ ତାରିଖ ଦିନ ବାରଙ୍ଗ ଛକ ନିକଟରେ ଏକ ‘ମୋ ବସ୍‌’ କାରକୁ ଧକ୍କା ଦେଇଥିଲା ।

ପରେ ସ୍ଥାନୀୟ ଲୋକ ‘ମୋ ବସ’କୁ ଅଟକ ରଖିଲେ । କଟକରୁ ଭୁବନେଶ୍ୱର ଯିବା ବେଳେ ବାରଙ୍ଗ ଛକ ନିକଟରେ ଦୁର୍ଘଟଣା ଘଟାଇଥିଲା ‘ମୋ ବସ୍‌’ । ଦୁର୍ଘଟଣା ଫଳରେ କାରଟି କ୍ଷତିଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ବାରଙ୍ଗ ପୋଲିସ ଉଭୟ କାର ଓ ବସକୁ ଥାନାକୁ ଆଣି ଘଟଣାର ତଦନ୍ତ କରିଥିଲା ।