/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712408834.jpg)
55 lakh seized
ଗାଡ଼ି ଚେକିଂ ବେଳେ କାର୍ରୁ ମିଳିଲା ୫୫ ଲକ୍ଷ ଟଙ୍କା । ସାଧାରଣ ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ ସହରର କଲେଜ ଛକରେ ନାକାବନ୍ଦି କରି ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ଇନୋଭା କାରରୁ ୫୫ ଲକ୍ଷ୍ ୨୦ ହଜାର ଟଙ୍କା ବିନିକା ପୋଲିସ ଜବତ କରିଛି। ପରେ ଏହି ଟଙ୍କାକୁ ବ୍ୟାଙ୍କରେ ଜିମା ଦେଇଛି ପୋଲିସ ।
Rs 55 lakh found in car
Binika: Rs 55 lakh seized from a car by police during vehicle checking near College Chhak; there were 6 occupants in the car including the driver; the car was reportedly on its way to Kakinada (Andhra Pradesh)#Odishapic.twitter.com/EHDiPVnnwZ
— OTV (@otvnews) April 6, 2024
ଏହି ଟଙ୍କା ଆନ୍ଧ୍ର ପ୍ରଦେଶ କାକିନାଡ଼ା ଜିଲ୍ଲାକୁ ଯାଉଥିବା ବେଳେ ବିନିକା କଲେଜ ଛକରେ ଧରାପଡ଼ିଛି । ଏଥିରେ ଆନ୍ଧ୍ରପ୍ରଦେଶ କାକିନାଡ଼ା ଜିଲ୍ଲା ଗୋରିପୁରୀ ଗାଁର ୬ ଜଣ ଥିବାବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଏନେଇ ବିନିକା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।
ଶୁକ୍ରବାର ରାତିରେ ଡୁଙ୍ଗୁରିପାଲି-ସୋନପୁର ମୁଖ୍ୟ ରାସ୍ତାର ବିନିକା କଜେଲଛକରେ ନାକା ଚେକିଂ ଚାଲିଥିଲା । ଏହି ସମୟରେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା ଯେ, ଏକ ଦାମୀକାରରେ ବ୍ୟାପକ ପରିମାଣରେ ଟଙ୍କା ଚାଲାଣ ହେଉଛି । ଏହି ଆଧାରରେ ପୁଲିସ କଲେଜ ଛକରେ ପ୍ରସ୍ତୁତ ଥିଲା । ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପାର୍ଶ୍ବରୁ ଆନ୍ଧ୍ର ପ୍ରଦେଶ ଅଭିମୁଖେ ଯାଉଥିବା କାର୍ଟି କଲେଜ ଛକରେ ପହଞ୍ଚିଲା ପରେ ପୁଲିସ ଏହାକୁ ଅଟକାଇଥିଲା । ଯାଞ୍ଚ ସମୟରେ ବିପୁଳ ପରିମାଣର ଟଙ୍କା ମିଳିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)