Advertisment

ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ବାରବାଟୀ-କଟକରୁ ଲଢ଼ିବେ ପ୍ରକାଶ ବେହେରା

ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
BJD Releases 3rd list of Lok Sabha Candidates

BJD Candidate List

ବିଧାନସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜୁ ଜନତା ଦଳ । ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି। ଏହି ତାଲିକାରେ ରେଙ୍ଗାଲିରୁ ସୁଦର୍ଶନ ହରିପାଲ, ରାଉରକେଲାରୁ ସାରଦା ପ୍ରସାଦ ନାୟକ, ବିରମିତ୍ରପୁର ରୋହିତ ଯୋଶେଫ ତିର୍କୀ, କେଉଁଝରରୁ ମୀନା ମାଝୀ, ରାଇରଙ୍ଗପୁର ରାଇସିଂ ମୁର୍ମୁ, ବାଲେଶ୍ୱରରୁ ସ୍ୱରୂପ କୁମାର ଦାସ, ବାରବାଟୀ-କଟକରୁ ପ୍ରକାଶ ଚନ୍ଦ୍ର ବେହେରା, ସାଲେପୁରରୁ ପ୍ରଶାନ୍ତ ବେହେରା ଓ ଜୟଦେବରୁ ନବ କିଶୋର ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି

Advertisment

ତୃତୀୟ ପର୍ଯ୍ୟାୟ ତାଲିକାରେ ଦଳ ୩ ଜଣଙ୍କୁ ରିପିଟ୍ କରିଥିବା ବେଳେ ୬ ସିଟରେ ନୂଆମୁହଁ ଦେଇଛି। ପୂର୍ବରୁ ଦଳ ୨୦ ଲୋକସଭା ଏବଂ ୯୯ଟି ବିଧାନସଭା ସିଟ୍ ଲାଗି ପ୍ରାର୍ଥୀ ଘୋଷଣା କରିଥିଲା। ଆଜିର ତାଲିକାକୁ ମିଶାଇ ୧୦୮ରେ ପହଁଚିଛି ବିଧାନସଭା ପ୍ରାର୍ଥୀଙ୍କ ତାଲିକା। ଦଳର ଆଉ ୩୯ ଟି ସିଟ୍ ଲାଗି ପ୍ରାର୍ଥୀ ଘୋଷଣା ବାକି ରହିଛି।

ସୂଚନା ଅନୁସାରେ ବିଜେଡି ପ୍ରଥମ ପର୍ଯ୍ୟାୟରେ ୭୨ ବିଧାନସଭା ଓ ୧୫ ଲୋକସଭା ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏହାପରେ ଆଜି ଆଉ ୯ଟି ବିଧାନସଭା ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ଆଜି ବାକିଥିବା ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି। ସେହିପରି ଏବେ ବି ୩୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ବିଜେଡି ।

Advertisment

ଅଧିକ ପଢ଼ନ୍ତୁ: ସରଗରମ ଗଞ୍ଜାମ ରାଜନୀତି, ମଇଦାନରେ ୩ ପ୍ରମୁଖ ଦଳର ପ୍ରାର୍ଥୀ

Lok Sabha Election BJD General Elections 2024 CM Naveen Patnaik
Advertisment
Advertisment