Advertisment

ବିଜେଡିର ମୁଣ୍ଡବିନ୍ଧା; ଟିକଟକୁ ନେଇ ଅଙ୍କ ଛିଡୁନି..ଏବେବି ବାକି ରହିଛି ୩୯ ବିଧାନସଭା ସିଟ୍‌

ଅଙ୍କ ଛିଡୁନି, ଅକଲ ଗୁଡୁମ୍। ବଳକା ୩୯ ବିଧାନସଭା ଆସନକୁ ନେଇ ବିଜେଡିର ଏବେ ବେଶି ମୁଣ୍ଡବିନ୍ଧା। ୨୦ରୁ ଅଧିକ ଆସନରେ ନିଷ୍ପତ୍ତି ଟଳମଳ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Assembly Election

ବାଲେଶ୍ୱର ଲୋକସଭା ଓ ବାକି ଥିବା ୩୯ ବିଧାନସଭାରେ କାହାକୁ ପ୍ରାର୍ଥୀ କରିବ ସେ ନେଇ ଅକଳରେ ବିଜେଡି। ସବୁଠୁ ବେଶି ଅଛିଣ୍ଡା ଅଙ୍କ ଭୁବନେଶ୍ୱର ମଧ୍ୟ, ଜଗତସିଂହପୁରର ପାରାଦୀପ ଏବଂ ଏରସମା-ବାଲିକୁଦାରେ। କାହା ଟିକେଟ କାଟିବେ କାହାକୁ ରଖିବେ ସେ ନେଇ ହାଇପର ଟେନସନରେ ସୁପ୍ରିମୋ।

Advertisment

ଅଙ୍କ ଛିଡୁନି, ଅକଲ ଗୁଡୁମ୍। ବଳକା ୩୯ ବିଧାନସଭା ଆସନକୁ ନେଇ ବିଜେଡିର ଏବେ ବେଶି ମୁଣ୍ଡବିନ୍ଧା। ୨୦ରୁ ଅଧିକ ଆସନରେ ନିଷ୍ପତ୍ତି ଟଳମଳ। ଯେମିତି ଜଗତସିଂହପୁରର ପାରାଦୀପ ଓ ବାଲିକୁଦା-ଏରସମା। ବାପି ସର୍ଖେଲଙ୍କ ପତ୍ନୀ ମନିଦୀପା ବିଜେଡିରେ ମିଶିବା ପରେ ସମୀକରଣ ବଦଳିଛି। ବିଧାୟକ ସମ୍ବିତ ରାଉତରାୟ ପୁଣି ଥରେ ଟିକେଟ ଲବିରେ ଆଗରେ ଥିବା ବେଳେ ପାରାଦୀପରୁ ଲଢ଼ିବାକୁ ଚାହୁଁଛନ୍ତି ଗତକାଲି କଂଗ୍ରେସ ଛାଡ଼ିଥିବା ନେତା ବାପି ସର୍ଖେଲ।

କୁହାଯାଉଛି ଦଳ ପାରାଦୀପରୁ ବାପି କିମ୍ବା ତାଙ୍କ ପତ୍ନୀଙ୍କୁ ଟିକେଟ ଦେଇ ସମ୍ବିତଙ୍କୁ ବାଲିକୁଦା-ଏରସମା ପଠାଇପାରେ। ତେବେ ଯଦି ସମ୍ବିତ ବାଲିକୁଦା ଯାଆନ୍ତି ତାହାଲେ ଏବେର ବିଧାୟକ ରଘୁନନ୍ଦନ ଦାଶ ବିଦ୍ରୋହୀ ସାଜିବେନି ତ ? ସେମିତି ବାଲେଶ୍ୱର ଲୋକସଭା ସହ ସେଠାର ୩ ବିଧାନସଭା ଆସନରେ ବି ବିଜେଡିର ସଂଗୀନ ସ୍ଥିତି। ପୂର୍ବତନ ସାଂସଦ ରବି ଜେନାଙ୍କ ପତ୍ନୀ ସୁବାସିନୀ ଜେନା ବସ୍ତାରୁ ଟିକେଟ ପାଇବା ପରେ ସାଂସଦ ଟିକେଟ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା। ରବି ଜେନା ଏବଂ ବାଲେଶ୍ୱର ସଦର ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ମଧ୍ୟରେ ଏବେ ଅହିନକୁଳ ସଂପର୍କ।ତେଣୁ ଏଠି କାହାକୁ ଦଳ ପ୍ରାର୍ଥୀ କଲେ ବିଜେପି ହେଭିୱେଟ୍ ପ୍ରତାପ ଷଡଙ୍ଗୀଙ୍କୁ ଟକ୍କର ଦେଇ ପାରିବ ସେ ନେଇ ବି ଆଙ୍କକଷା ଚାଲିଛି।

Advertisment

ତା ଭିତରେ ଚର୍ଚ୍ଚା ଚାଲିଛି-ଜଣେ ହେଭିୱେଟ୍ କଂଗ୍ରେସ ନେତାଙ୍କ ପୁଅକୁ ଆଣି ଟିକେଟ ଦେଇପାରେ ବିଜେଡି। ଏହା ହେଲେ ରବି ଜେନାଙ୍କ ସମର୍ଥନ ମିଳିବ କି ନା ତାଙ୍କୁ ନେଇ ବି ସଂଶୟ। ସେପଟେ ୨ ବିଧାନସଭା ସିମୁଳିଆ ଓ ନୀଳଗିରିରେ ବି ବିଜେଡି ଅଙ୍କ ଅଡୁଆ। ସଦରରେ ସ୍ବରୂପଙ୍କୁ ବିରୋଧ କରୁଛନ୍ତି ରବି।ସିମୁଳିଆରେ ବିଧାୟକ ଜ୍ୟାୋତି ପାଣିଗ୍ରାହୀ ଥିବା ବେଳେ ଶଶୀ ସାହୁ ବି ଲବିରେ। ନୀଳଗିରିରେ ବିଜେପି ଛାଡ଼ି ଶଙ୍ଖ ଧରିଥିବା ଷ୍ଟାଣ୍ଡିଂ ବିଧାୟକ ସୁକାନ୍ତ ନାୟକଙ୍କୁ ଟିକେଟ୍ ଦେଇ ସନ୍ତୋଷ ଖଟୁଆଙ୍କୁ କେମିତି ମ୍ୟାନେଜ କରିବ, ସେ କସରତରେ ଲାଗିଛି ଦଳ।

ଏଣେ ଖୋର୍ଦ୍ଧା ଜିଲ୍ଲାର ୩ ଚର୍ଚ୍ଚିତ ଆସନ ଚିଲିକା, ବେଗୁନିଆ ଓ ଖୋର୍ଦ୍ଧାକୁ ନେଇ ଦଳ ଏବେ ବି ଦ୍ୱନ୍ଦ୍ୱରେ। ଚିଲିକାରେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ମଇଦାନକୁ ଓହ୍ଲାଇ ନୂଆ ଏକ୍ସପେରିମେଣ୍ଟ କରିବାକୁ ଦଳ ପ୍ରୟାସ କରୁଥିବା ବେଳେ ତାଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି ରଘୁ ସାହୁ ଗୋଷ୍ଠୀ। ଅନ୍ୟପଟେ ପ୍ରଶାନ୍ତ ଜଗଦେବ ବିଜେପିରେ ମିଶିବା ପରେ ବିଜେଡି ପାଇଁ ଉଭୟ ବେଗୁନିଆ ଓ ଖୋର୍ଦ୍ଧା ସମ୍ମାନର ସିଟ୍। ଜଗଦେବ ଖୋର୍ଦ୍ଧାରୁ ଲଢିବା ଚର୍ଚ୍ଚା ହେଉଥିବା ବେଳେ ତାଙ୍କ ବିରୋଧରେ ଜିତୁ ମିତ୍ର ନା ଆଉ କାହାକୁ ଦଳ ଟିକେଟ ଦେବ ସ୍ଥିର କରିପାରୁନି। ସେପଟେ ବେଗୁନିଆରେ ରାଜେନ୍ଦ୍ର ସାହୁ ଓ ପ୍ରଦୀପ ସାହୁ ଦୁଇ ଜଣ ଲବିରେ।

ସେମିତି ଭୁବନେଶ୍ୱର ମଧ୍ୟ ଆସନକୁ ନେଇ ବି ହାଇପର ଟେନସନରେ ବିଜେଡି। ଏହି ନିର୍ବାଚନ ମଣ୍ଡଳୀରେ ଅନନ୍ତ- ଅମରେଶ ବିବାଦ ଦିନକୁ ଦିନ ଅଧିକା ତେଜିବାରେ ଲାଗିଛି। ଏମିତି ସ୍ଥିତିରେ ଦଳ କହୁଛି ଅଙ୍କ ଯେତେ ଜଟିଳ ଥିଲେ ବି ମ୍ୟାନେଜ କରିନେବୁ।

BJD Assembly Elections Odisha Politics General Elections 2024
Advertisment
Advertisment