• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବାଲେଶ୍ୱର ଲୋକସଭାରେ କିଏ ହେବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ? ବିଜେପିରୁ ପ୍ରତାପ ଷଡ଼ଙ୍ଗୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ କିଏ ? ବାଲେଶ୍ୱର ଲୋକସଭା ସହ ସେଠାର ୩ ବିଧାନସଭା ଆସନରେ ବି ବିଜେଡିର ସଂଗୀନ ସ୍ଥିତି । ପୂର୍ବତନ ସାଂସଦ ରବି ଜେନାଙ୍କ ପତ୍ନୀ ସୁବାସିନୀ ଜେନା ବସ୍ତାରୁ ଟିକେଟ ପାଇବା ପରେ ସାଂସଦ ଟିକେଟ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା । ଏଠି କାହାକୁ ଦଳ ପ୍ରାର୍ଥୀ କଲେ ବିଜେପି ହେଭିୱେଟ୍ ପ୍ରତାପ ଷଡଙ୍ଗୀଙ୍କୁ ଟକ୍କର ଦେଇ ପାରିବ ସେ ନେଇ ବି ଅଙ୍କକଷା ଚାଲିଛି ।

ଅଧିକ ପଢ଼ନ୍ତୁ: ବଲାଙ୍ଗିରରେ ସ୍ପଷ୍ଟ ଲଢ଼େଇର ଚିତ୍ର, ଦୁଇ ଭେଟେରାନଙ୍କ ଦାୟାଦଙ୍କୁ ଟକ୍କର ପାଇଁ ନୂଆ ମୁହଁ

ଏହାରି ମଧ୍ୟରେ ଚର୍ଚ୍ଚା ଚାଲିଛି-ଜଣେ ହେଭିୱେଟ୍ କଂଗ୍ରେସ ନେତାଙ୍କ ପୁଅକୁ ଆଣି ଟିକେଟ ଦେଇପାରେ ବିଜେଡି । ଏହା ହେଲେ ତାଙ୍କୁ ରବି ଜେନାଙ୍କ ସମର୍ଥନ ମିଳିବ କି ନାହିଁ ନେଇ ବି ସଂଶୟ । ସେପଟେ ୨ ବିଧାନସଭା ସିମୁଳିଆ ଓ ନୀଳଗିରିରେ ବି ବିଜେଡି ଅଙ୍କ ଅଡୁଆ । ସଦରରେ ସ୍ୱରୂପଙ୍କୁ ବିରୋଧ କରୁଛନ୍ତି ରବି । ସିମୁଳିଆରେ ବିଧାୟକ ଜ୍ୟାୋତି ପାଣିଗ୍ରାହୀ ଥିବା ବେଳେ ଶଶୀ ସାହୁ ବି ଟିକେଟ୍‌ ଲବିରେ ରହିଛନ୍ତି । ସେହିପରି ନୀଳଗିରିରେ ବିଜେପି ଛାଡ଼ି ଶଙ୍ଖ ଧରିଥିବା ଷ୍ଟାଣ୍ଡିଂ ବିଧାୟକ ସୁକାନ୍ତ ନାୟକଙ୍କୁ ଟିକେଟ୍ ଦେଇ ସନ୍ତୋଷ ଖଟୁଆଙ୍କୁ କେମିତି ମ୍ୟାନେଜ କରିବ, ସେ କସରତରେ ଲାଗିଛି ବିଜେଡି ।