• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟରେ ତାତି ବଢିବା ସହ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ଅସୁସ୍ଥ ହେଲେଣି ୮ ଜଣ । ଅସୁସ୍ଥଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳରୁ ୫ ଜଣ । ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଅଛନ୍ତି । ଏଯାଏଁ ଅଂଶୁଘାତରେ କାହାରି ମୃତ୍ୟୁ ହୋଇନି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଅଂଶୁଘାତ ଜନିତ ଚିକିତ୍ସା ପାଇଁ ସତର୍କ ରହିବାକୁ ସବୁ ଡାକ୍ତରଖାନାକୁ କୁହାଯାଇଛି । ଜିଲ୍ଲା ହସ୍ପିଟାଲ, CHC, PHC ଗୁଡିକରେ ବେଡ଼ ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡିସିନ ପ୍ରସ୍ତୁତ ରଖାଯାଇଛି। ହିଟ କ୍ରାମ୍ପସ, ହିଟ ଷ୍ଟ୍ରୋକସର ଶିକାର ହୋଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ସବୁ ହସ୍ପିଟାଲ ପ୍ରସ୍ତୁତ ଥିବା ସେ କହିଛନ୍ତି ।

ଅଂଶୁଘାତ ଚିକିତ୍ସା ପାଇଁ ନିକଟରେ ୩ ଦିନ ଧରି ଶିଶୁରୋଗ ଓ ମେଡିସିନ ବିଭାଗ ଡାକ୍ତରମାନଙ୍କୁ ଟ୍ରେନିଂ ଦିଆଯାଇଛି । ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଲେ ତଦନ୍ତ ପାଇଁ ଜିଲ୍ଲା ସ୍ତରରେ ଟିମ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେହିପରି ଅତ୍ୟଧିକ ଖରାରେ କାମ କରିବା କିମ୍ବା ବାହାରେ ରହିବା ଦ୍ୱାରା ଅଂଶୁଘାତ ହେବା ଆଶଙ୍କା ରହିଛି ।

ଅଂଶୁଘାତର ଲକ୍ଷଣ ହେଉଛି ପ୍ରଥମେ ଜିଭ ଶୁଖିଯିବା । ପରେ ରୋଗୀକୁ ବାନ୍ତି ଲାଗିବା । ହଠାତ ବ୍ଲଡ ପ୍ରେସର କମିଯିବା । ଦେହ ହାତ ଘୋଳା ବିନ୍ଧା ହେବା ସହ ଦେହରୁ ଗମଗମ ଝାଳ ବୋହିବା ଭଳି ଲକ୍ଷଣ ଦେଖାଦେଇଥାଏ । ଏଭଳି ଅନୁଭବ ହେଲେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।