ଆଜି ମହାବାରୁଣି ସ୍ନାନ । ଅନେକ ବର୍ଷ ପରେ ମହା ବାରୁଣି ଯୋଗ ପଡ଼ିଥିବାରୁ ଯାଜପୁର ବୈତରଣୀ ନଦୀ ଦଶ୍ୱାଶମେଧ ଘାଟରେ ବୁଡ଼ ଓ ପିଣ୍ଡ ପକାଇବା ଲାଗି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଚଳିତ ବର୍ଷ ଶତଭିଷା ନକ୍ଷତ୍ର ସହ ଶନିବାର ଯୁକ୍ତ ହୋଇଥିବାରୁ ମହାବାରୁଣି ଯୋଗ ହୋଇଛି ।
Also Read
ଆଜି ସକାଳ ୬.୦୯ ଠାରୁ ୧୨.୫୭ ଯାଏ ବୁଡ଼ ଯୋଗ ରହିଛି । ଏହି ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁମାନେ ସେମାନଙ୍କ ପିତୃପୁରୁଷଙ୍କ ମୋକ୍ଷ ଓ ସ୍ୱର୍ଗ ପ୍ରାପ୍ତି ଉଦ୍ଦେଶ୍ୟରେ ବୈତରଣୀ ନଦୀରେ ବୁଡ଼ ପକାଇବା ସହ ପିଣ୍ଡ ଦାନ କରୁଛନ୍ତି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।
#ଆଜି_ମହା_ବାରୁଣି_ସ୍ନାନ
— ଓଟିଭି (@otvkhabar) April 6, 2024
ଆଜି ମହା ବାରୁଣି ସ୍ନାନ । ଅନେକ ବର୍ଷ ପରେ ମହା ବାରୁଣି ଯୋଗ ପଡ଼ିଥିବାରୁ ଯାଜପୁର ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ବୁଡ ଓ ପିଣ୍ଡ ପକାଇବା ଲାଗି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । #Jajpur #Baruni #BaitaraniRiver #OTV pic.twitter.com/e6vbl1Ax0C