/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712319706.jpg)
RTI Activist
5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ସୁରକ୍ଷା ସଂପର୍କିତ RTI କପିକୁ ପୋଲିସ କମିଶନର ଜାଲ୍ ବୋଲି କହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସୂଚନା ଅଧିକାରୀ କର୍ମୀ । ଏହି ପ୍ରସଙ୍ଗରେ ଯେଉଁ ସବୁ ତଥ୍ୟ ଉପସ୍ଥାପନ କରାଯାଇଥିଲା ତାହା ସୂଚନା ଅଧିକାର ଯୋଗେ ମିଳିଥିଲା ବୋଲି ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଅଧିକାରୀ କର୍ମୀଙ୍କ ପକ୍ଷରୁ କୁହାଯାଇଛି । ଘଟଣାର ଉପଯୁକ୍ତ ଓ ନିରପେକ୍ଷ ଯାଞ୍ଚ କରିବା ଲାଗି ଏନେଇ ଥାନାରେ FIR ଦିଆଯିବ ବୋଲି ସେମାନେ ପ୍ରେସମିଟ୍ କରି କହିଛନ୍ତି ।
ପ୍ରେସମିଟ୍ କରି ଆହୁରି କହିଛନ୍ତି ଯେ ଓଡ଼ିଶା ପୋଲିସ ଉପରେ ଆମର ବିଶ୍ୱାସ ନାହିଁ । କେନ୍ଦ୍ର ସରକାରଙ୍କ କୌଣସି ଏକ ସଂସ୍ଥା ଏହାର ଯାଞ୍ଚ କରୁ । ସେପଟେ ସୂଚନା ଅଧିକାରୀ କର୍ମୀଙ୍କ ଆଜିର ଏ ସାମ୍ବାଦିକ ସମ୍ମିଳନୀ ଓ ଅଭିଯୋଗ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।
ଅଧିକ ପଢ଼ନ୍ତୁ: ଏବେ କ’ଣ କରିବ କଂଗ୍ରେସ? ୨୪ ମହାଲଢ଼େଇ ପୂର୍ବରୁ ଦଳରୁ ଖାଲି ହୋଇଗଲେଣି ଡଜନରୁ ଅଧିକ ନେତା
ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ଜଣ ପୋଲିସ କର୍ମଚାରୀଙ୍କ ସହ ଗୋଟିଏ ଗାଡ଼ି ମଧ୍ୟ ଗୃହ ବିଭାଗ ଯୋଗାଇ ଦେଇଥିବା ନେଇ RTI ତଥ୍ୟ ମିଳିଥିବା ରାଜ୍ୟ ସୂଚନା ଅଧିକାର ଅଭିଯାନ-ଓସା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଏ ତଥ୍ୟ କମିଶନରେଟ୍ ପୋଲିସର ରିଜର୍ଭ ପୋଲିସ ଅଫିସରୁ ମିଳିଥିବା ଦର୍ଶାଇଥିଲା ଓସା । ତେବେ ସେଭଳି କୌଣସି ଡକ୍ୟୁମେଣ୍ଟ ଦିଆଯାଇ ନାହିଁ ବୋଲି ପୋଲିସ କମିଶନର ଗତ ୩ ତାରିଖରେ ସ୍ପଷ୍ଟ କରିଥିଲେ। ସେ କହିଥିଲେ, ଆମ ପକ୍ଷରୁ ଏଭଳି କୌଣସି ଡକ୍ୟୁମେଣ୍ଟ ଦିଆଯାଇନି । ସୂଚନା ଅଧିକାର କର୍ମୀ ଫେକ୍ ଡକ୍ୟୁମେଣ୍ଟ ଦେଖାଇ ପ୍ରେସମିଟ୍ କରିଥିଲେ । ସୂଚନା ଅଧିକାର କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ।
#5T_ଅଧ୍ୟକ୍ଷଙ୍କ_ସୁରକ୍ଷା_ସଂପର୍କିତ_RTI_କପି_ଫେକ୍_କୁହାଯିବା_ପ୍ରସଙ୍ଗ
5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ସୁରକ୍ଷା ସଂପର୍କିତ RTI କପିକୁ ପୋଲିସ କମିଶନର ଜାଲ ବୋଲି କହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସୂଚନା ଅଧିକାରୀ କର୍ମୀ#RTICopy#RTIofficial#Bhubaneswar#Odisha#OTVpic.twitter.com/blkklpXnLr— ଓଟିଭି (@otvkhabar) April 5, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)