/odishatv-khabar/media/post_attachments/uploadimage/library/16_9/16_9_0/Accident_1712369142.jpg)
Accident
ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ ଜଣ ଦଣ୍ଡୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ସେହିପରି ସଙ୍କଟାପନ୍ନ ଅବସ୍ଥାରେ ୭ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଗଞ୍ଜାମରେ ପିକଅପ୍ ଭ୍ୟାନ ଓଲଟି ୨ ଦଣ୍ଡୁଆ ମୃତ, ୧୫ ଗୁରୁତର। ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ୧୫ ଆହତଙ୍କ ମଧ୍ୟରୁ ୧୧ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର। ପିକଅପ୍ ଭ୍ୟାନରେ ଡ୍ରାଇଭରଙ୍କ ସହ ଥିଲେ ୨୨ ଜଣ ଦଣ୍ଡୁଆ।#Ganjam#Accident#OTVpic.twitter.com/3qzrRYJrHP
— ଓଟିଭି (@otvkhabar) April 6, 2024
ସୂଚନା ଅନୁସାରେ ଗଞ୍ଜାମ ପାଇଲପଡ଼ା ପଞ୍ଚାୟତ ଦହିମୁଣ୍ଡଳୀ ଗାଁର ଦଣ୍ଡୁଆମାନେ ବ୍ରହ୍ମପୁରରୁ କ୍ଷେତ୍ରି ବ୍ରହ୍ମପୁରକୁ ୨ଟି ପିକପ୍ ଭ୍ୟାନରେ ଯାଉଥିଲେ। ତେବେ ଗୋଟିଏ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ହିଞ୍ଜିଳୀ ଥାନା ଅନ୍ତର୍ଗତ ସାରୁ ନିକଟରେ ଦୁର୍ଘଟଘା ଘଟିଥିଲା । ଯାହାଫଳରେ ୨ ଜଣ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)