• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କଲବଲ କରୁଛି ଖରା । ଗତକାଲି ରାଜଧାନୀରେ ପାରଦ ୪୩.୫ ଡିଗ୍ରୀ ସହ ଏସିଆର ଷଷ୍ଠ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ୯ଟି ସ୍ଥାନରେ ୪୨ ଉପରେ ତାପମାତ୍ରା ରେକର୍ଡ ହୋଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସହ ବଢିଛି ଅଂଶୁଘାତ ଆଶଙ୍କା । ଆଜି ୧୪ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ୭ ଓ ୮ ତାରିଖ ଅର୍ଥାତ୍ ଆସନ୍ତାକାଲିଠାରୁ ଦୁଇଦିନ ତାତିରେ ବ୍ରେକ୍ ଲାଗିବ । ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ଏବଂ କିଛି ସ୍ଥାନରେ କୁଆପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

ସେପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା । ତେବେ ସରକାର ଏଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ଅଂଶୁଘାତଜନିତ ଚିକିତ୍ସା ପାଇଁ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଟି, ସିଏଚସିରେ ୨ଟି ଏବଂ ପିଏଚସିରେ ଗୋଟିଏ ଲେଖାଏଁ ବେଡ୍‌ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ତାତିକୁ ଦେଖି SRC ଙ୍କ କଡ଼ା ନିର୍ଦ୍ଦେଶ, ପର୍ଯ୍ୟାପ୍ତ ଜଳଛତ୍ର ଖୋଲ..

ସେହିପରି ଅଂଶୁଘାତ ରୋକିବାକୁ ଖରାରେ ଦିନ ୧୧ରୁ ସାଢ଼େ ୩ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବାକୁ ବାରଣ କରାଯାଇଛି। ଏପ୍ରିଲରୁ ଜୁନ୍ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ରଖିବା ସହ ବିହୀତ ପଦକ୍ଷେପ ନେବାକୁ ସମସ୍ତ ରାଜସ୍ୱ କମିଶନର ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ଶ୍ରମ ବିଭାଗ। ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ମହାନଗର ନିଗମ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଅନ୍ୟପକ୍ଷରେ ହିଟ୍ ୱେଭ୍ ୱାର୍ଣ୍ଣିଂ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ସକାଳ ସାଢେ ୬ଟାରୁ ସାଢେ ୧୦ଟା ଯାଏଁ ଖୋଲା ରହିବ ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ନିଆଁ ବର୍ଷା ! ଘରୁ ବାହାରିଲେ ଦେହ ଜଳିଯାଉଛି