Advertisment

ମଉସା ପଚାରିଲେ, ମନ୍ମଥ ବାବୁ କୁଆଡ଼େ...ଏଠି ତ ଅପରାଜିତା...

ମନ୍ମଥ ଭୋଟ୍ ମାଗିଲେ କ’ଣ ହେବ, ଭୁବନେଶ୍ୱର ଲୋକେ ଅପରାଜିତାଙ୍କୁ ଚାହୁଁଛନ୍ତି । ଏଥର ବିଜେପି ଲୋକସଭାରେ ୪୦୦ ପାର୍ କରିବ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Aparajita Sarangi

Aparajita Sarangi

ପ୍ରଚାର ବେଳେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ଆଜି ସକାଳେ ସେ ଭୁବନେଶ୍ୱରର ଏକ ପାର୍କକୁ ପ୍ରଚାର ପାଇଁ ଯାଇଥିଲେ । ମନ୍ମଥଙ୍କ ସହ ଭୁବନେଶ୍ୱର ମେୟର ଏବଂ ବିଜେଡିର ଉତ୍ତର ଭୁବନେଶ୍ୱର ପ୍ରାର୍ଥୀ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିଲେ। ମନ୍ମଥଙ୍କ ସପକ୍ଷରେ ଉତ୍ତର ଭୁବନେଶ୍ୱର ପ୍ରାର୍ଥୀ ସୁଶାନ୍ତ ରାଉତ ଭୋଟ୍ ନିବେଦନ କରିଥିଲେ।

Advertisment

ତେବେ ଏହାର ଜବାବ କିଛି ଅଲଗା ଢଙ୍ଗରେ ଦେଇଥିଲେ ପାର୍କରେ ଯୋଗାଭ୍ୟାସ କରୁଥିବା ବ୍ୟକ୍ତି ଜଣକ । ସେ କହିଥିଲେ, ମନ୍ମଥ ଭୋଟ୍ ମାଗିଲେ କ’ଣ ହେବ, ଭୁବନେଶ୍ୱର ଲୋକେ ଅପରାଜିତାଙ୍କୁ ଚାହୁଁଛନ୍ତି । ଏଥର ବିଜେପି ଲୋକସଭାରେ ୪୦୦ ପାର୍ କରିବ । ଖାଲି ଓଡ଼ିଶାରେ ନୁହେଁ ସାରା ଦେଶରେ ଏହାର ପ୍ରଭାବ ରହିବ ବୋଲି କହିଥିଲେ । ବିଜେଡି ନେତାଙ୍କ ମୁହଁ ଉପରେ ସାଧାରଣ ଜନତାଙ୍କ ଏଭଳି ଜବାବ କିଛି ସମୟ ପାଇଁ ଘଟଣାସ୍ଥଳରେ ଅସହଜ ପରିସ୍ଥିତି ସୃଷ୍ଟି କରିଥିଲା ।

Advertisment

ସାଧାରଣ ନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ବେଶ୍‌ ସରଗରମ। ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ଅପରାଜିତା ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ପ୍ରାର୍ଥୀ ଘୋଷଣା ହେବା ପରେ ଉଭୟ ଜୋରସୋରରେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ମନ୍ମଥ ଆଜି ସକାଳୁ ଏକ ପାର୍କରେ ପ୍ରଚାର କରୁଥିବାବେଳେ ଏଭଳି ଅସହଜ ପରିସ୍ଥିତି ଉପୁଜିଥିଲା ।

BJD BJP Aparajita Sarangi General Elections 2024
Advertisment
Advertisment