• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଖରାରେ ଖେଳିବା ଉପରେ ଲାଗିଲା କଟକଣା । ପ୍ରବଳ ଖରା ହେଉଥିବାରୁ ଆଉଟ୍ ଡୋର୍ ଖେଳ ଉପରେ କଟକଣା ଲଗାଇଲେ ସରକାର । ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନ ଖେଳିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି SRC । ଖରାରେ ବିଭିନ୍ନ ଜାଗାରେ ଖେଳ ଚାଲୁଥିବା ଜଣାପଡ଼ିବା ପରେ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ବିଶେଷକରି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଶ୍ରମିକମାନଙ୍କୁ ମଧ୍ୟ ୧୧ଟାରୁ ୩ଟା ମଧ୍ୟରେ କାମ କରିବାକୁ ବାରଣ କରାଯାଇଛି ।

ସେପଟେ ସାରା ରାଜ୍ୟରେ କଲବଲ କରୁଛି ଖରା । ଗରମ ଏତେ ହେଉଛି କି ଘରେ ରହି ହେଉନି କି ବାହାରକୁ ଯାଇ ହେଉନି । ଦିନ ସାଢ଼େ ୧୧ ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡ଼ା ଓ ସମ୍ବଲପୁର ତାପମାତ୍ରା ୩୭.୪ ଡିଗ୍ରୀ, ଭୁବନେଶ୍ୱରରେ ୩୬.୨, ଚାନ୍ଦବାଲି ୩୭.୨, ହୀରାକୁଦ ୩୬.୯, ରାଉରକେଲା ୩୬.୬ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ରାଜ୍ୟରେ ତାତି ବଢିବା ସହ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ଅସୁସ୍ଥ ହେଲେଣି ୮ ଜଣ । ଅସୁସ୍ଥଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳରୁ ୫ ଜଣ। ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଅଛନ୍ତି। ଏଯାଏଁ ଅଂଶୁଘାତରେ କାହାରି ମୃତ୍ୟୁ ହୋଇନି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।