Advertisment

ସରିଲା ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା, ୧୨ରୁ ଖାତା ଦେଖା

ସରିଲା ମାଟ୍ରିକ୍‌ ଅଫଲାଇନ ପରୀକ୍ଷା। ଆସନ୍ତା ୧୨ରୁ ଖାତା ଦେଖା ହେବ। ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ସରିଲା ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା, ୧୨ରୁ ଖାତା ଦେଖା 

matric offline exam

ଭୁବନେଶ୍ୱର: ସରିଲା ମାଟ୍ରିକ୍‌ ଅଫଲାଇନ ପରୀକ୍ଷା। ଆସନ୍ତା ୧୨ରୁ ଖାତା ଦେଖା ହେବ। ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି।  ୯ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାଯିବ। ଅନ୍ୟପକ୍ଷେ, ପ୍ରଶ୍ନପତ୍ର ବଦଳ ପ୍ରସଙ୍ଗରେ ବୋର୍ଡ ସଭାପତି କହିଛନ୍ତି ଯେ, ତ୍ରୁଟି ହୋଇଥିବା ସାମ୍ନାକୁ ଆସିଛି। ଏହାର ବିଭାଗୀୟ ତଦନ୍ତ ଚାଲିଛି। ତେବେ ଘଣ୍ଟାଏ ମଧ୍ୟରେ ତ୍ରୁଟି ସୁଧାର କରାଯାଇ ଛାତ୍ରଛାତ୍ରୀଙ୍କୁ ଅଧିକ ୧ ଘଣ୍ଟା ସମୟ ଦିଆଯାଇଥିଲା।

Advertisment

ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ଆରମ୍ଭ ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଏହାପରେ ସେମାନଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିଥିଲା।ସମସ୍ତ ଶିକ୍ଷକଙ୍କ ଆଣ୍ଟିଜେନ୍ ପରୀକ୍ଷା ମଧ୍ୟ କରାଯାଇଥିଲା। ପ୍ରତିଟି ପରୀକ୍ଷା କେନ୍ଦ୍ରରେ ଅବଜରଭର ନିୟୋଜିତ ହୋଇଥିଲେ।  ହଲ୍‌ରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ସିଟିଂ ଆରେଞ୍ଜମେଣ୍ଟ ହୋଇଥିଲା। ଏହାସହ କ୍ୟାମ୍ପସକୁ ମଧ୍ୟ ବିଶୋଧନ କରାଯାଇଥିଲା। ପରୀକ୍ଷା ଦେବା ସମୟରେ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା।

Advertisment

ସୂଚନାଥାଉ କି, କରୋନା ପାଇଁ ଚଳିତ ବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷା କରାଯାଇନଥିଲା। ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇ ରେଜଲ୍ଟ ପ୍ରକାଶିତ କରାଯାଇଥିଲା। ତେବେ ରେଜଲ୍ଟକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ। ଏଥିପାଇଁ ଛାତ୍ରଛାତ୍ରୀଙ୍କ ଲାଗି ଆଜିଠାରୁ ଆରମ୍ଭ ହୋଇଛି ଅଫ୍ ଲାଇନ୍ ପରୀକ୍ଷା।ତେବେ କେତେକ ସ୍ଥାନରେ ଆଡ୍‌ମିଟ୍‌ କାର୍ଡ ମିଳିନଥିବା ଅଭିଯୋଗ ହୋଇଛି। ଚଳିତ ଥର ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷାରେ ୯୭.୮୯% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ମୋଟ୍‌ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ୍ କରିଥିଲେ।

Odisha Matric Offline Exam
Advertisment
Advertisment