• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଲାଙ୍ଗୀର(ଘଟେଶ୍ୱର ମିଶ୍ର) : ଧୋକା ଦେଲା ସାତ ଜନମର ସାଥୀ । ରୀତି ନୀତିରେ ହୋଇଥିଲା ବାହାଘର । ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥି ହେବା ପାଇଁ ଉଭୟେ ଶପଥ ନେଇଥିଲେ । କିନ୍ତୁ ସାତଜନମର ସାଥି ହେବା ପାଇଁ ଶପଥ କରିଥିବା ସ୍ୱାମୀ, ଦଶ ବର୍ଷରେ ସ୍ତ୍ରୀକୁ ଦେଲା ଧୋକ୍କା । ଅନ୍ୟଜଣେ ବିବାହିତା ମହିଳା ସହିତ ରଖିଲା ସଂପର୍କ । ଆଉ ଏବେ ନ୍ୟାୟ ପାଇଁ ବାରଦୁଆର ହେଉଛନ୍ତି ସ୍ତ୍ରୀ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅଂଚଳରେ ।

ଗତ ୨୦୧୨ ମସିହାରେ ଲରମ୍ଭା ଥାନା ଖୁଣ୍ଟସମଲେଇ ପଂଚାୟତ ଅନ୍ତର୍ଗତ ମରାଲ ଗାଁର ପଦ୍ମିନୀ ସାହୁ ପାଟଣାଗଡ ଥାନା ବାଲିପଟା ପଂଚାୟତ ଅନ୍ତର୍ଗତ ଫୁଡୁକୁପରା ଗାଁର ଗଜାନନ ସାହୁଙ୍କୁ ବିବାହ କରିଥିଲେ । ଉଭୟଙ୍କର ୯ ବର୍ଷର ଝିଅଟିଏ ମଧ୍ୟ ଅଛି । କିନ୍ତୁ ଗତ ବର୍ଷେ ହେଲା ସ୍ୱାମୀ ଗଜାନନ ଯୌତୁକ ନିର୍ଯାତନା ଦେବର ଆରମ୍ଭ କରିଥିଲେ । ପରେ ଜଣା ପଡିଥିଲା ଯେ ତାଙ୍କ ସ୍ୱାମୀ ଗାଇସିଲେଟ ଥାନା ଲେଵଡି ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରୁଛନ୍ତି । ମହିଳା ଜଣକ ହେଉଛନ୍ତି ସ୍ୱାମୀ ଗଜାନନଙ୍କ ବଡଭାଇଙ୍କ ଶାଳୀ । ଦୁଇଟି ସନ୍ତାନର ମାଁକୁ ଘରକୁ ଅଣି ସ୍ତ୍ରୀର ମାନ୍ୟତା ଦେବା ପାଇଁ ଜିଦ୍ଦି କରିଥିଲେ ସ୍ୱାମୀ ଗଜାନନ । ଏହାକୁ ବିରୋଧ କରିଥିଲେ ପଦ୍ମିନୀ ।

ତାପରେ ସ୍ୱାମୀ ନିଜର ବଡଭାଇ ଓ ଭାଉଜ ସହିତ ମିଶି ପଦ୍ମିନୀକୁ ହତ୍ୟା ଉଦ୍ୟମ କରିବା ସହ ଘରୁ ତଡି ଦେଇଥିବା ନେଇ ଲରମ୍ଭା ଥାନାରେ ଅଭିଯୋଗ ହୋଇଛି । ପୋଲିସ କୌଣସି ପଦକ୍ଷେପ ନନେବାରୁ ଏବେ ଗଜାନନ ନିଜର ପ୍ରେମିକାକୁ ଆଣି ନିଜ ଘରେ ରଖିଛନ୍ତି । ସେପଟେ ଉକ୍ତ ମହିଳାଙ୍କ ସ୍ୱାମୀ ଗାଇସିଲେଟ ଥାନାରେ ସ୍ତ୍ରୀକୁ ନେଇ ଯାଇଥିବା ନେଇ ଗଜାନନ ନାଁରେ ଲିଖିତ ଅଭିଯୋଗ କରିଥିବା ଜଣାପଡଛି । ଲରମ୍ଭା ଥାନା ପୋଲିସ କୌଣସି ପଦକ୍ଷେପ ନନେବାରୁ ପଦ୍ମିନୀ ନିଜର ୯ ବର୍ଷର ଝିଅ ସହିତ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏ ନେଇ ଗଜାନନ କିମ୍ୱା ପୋଲିସର ପ୍ରତିକ୍ରିୟା ମିଲିପାରିନାହିଁ ।