Advertisment

ଜୋବ୍ରା ଆନିକଟରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ, ସନ୍ଦେହ ଘେରରେ ଗର୍ଲଫ୍ରେଣ୍ଡ୍‌

କଟକ ମହାନଦୀ ଜୋବ୍ରା ଆନିକଟରୁ ଜଣେ ନିଖୋଜ ଛାତ୍ରଙ୍କ ମୃତଦେହ ମିଳିଛି। କିଛି ଦିନ ପୂର୍ବେ ଛାତ୍ର ଜଣକ ନିଖୋଜ ଥିବାବେଳେ ଆଜି ତାଙ୍କ ମୃତଦେହକୁ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ଆନିକଟରୁ ଉଦ୍ଧାର କରିଛନ୍ତି।

author-image
Rajalaxmi Sahoo
ଜୋବ୍ରା ଆନିକଟରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ, ସନ୍ଦେହ ଘେରରେ ଗର୍ଲଫ୍ରେଣ୍ଡ୍‌

jobra

କଟକ: କଟକ ମହାନଦୀ ଜୋବ୍ରା ଆନିକଟରୁ ଜଣେ ନିଖୋଜ ଛାତ୍ରଙ୍କ ମୃତଦେହ ମିଳିଛି। କିଛି ଦିନ ପୂର୍ବେ ଛାତ୍ର ଜଣକ ନିଖୋଜ ଥିବାବେଳେ ଆଜି ତାଙ୍କ ମୃତଦେହକୁ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ଆନିକଟରୁ ଉଦ୍ଧାର କରିଛନ୍ତି। ମୃତ ଛାତ୍ର ହେଲେ ତୁଷାରକାନ୍ତ ସାହୁ। ସେ ଖ୍ରୀଷ୍ଟ କଲେଜରେ ପଢ଼ୁଥିଲେ। ପ୍ରେମ ବ୍ୟାପାରକୁ ନେଇ ତୁଷାରଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ।

Advertisment

ସୂଚନା ଅନୁସାରେ, ୩ ତାରିଖ ରାତିରେ ତୁଷାରଙ୍କ ବାଇକ୍ ମହାନଦୀ ବ୍ରିଜ୍‌ରୁ ଠାବ ହୋଇଥିଲା। ତୁଷାରଙ୍କ ଗର୍ଲଫ୍ରେଣ୍ଡଙ୍କ ପୂର୍ବତନ ବୟଫ୍ରେଣ୍ଡ ତୁଷାରଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ତୁଷାରଙ୍କୁ ଅପହରଣ ନେଇ ପରିବାର ଲୋକ  କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ।

Advertisment

ତୁଷାରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଏପରିକି ତାଙ୍କୁ ପୂର୍ବରୁ ଧମକ ମଧ୍ୟ ମିଳୁଥିଲା ବୋଲି ତୁଷାରଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ପ୍ରକୃତରେ ତୁଷାରଙ୍କ ମୃତ୍ୟୁ କିପରି ହେଲା ? ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏହା ହତ୍ୟା ନା ଆଉ କିଛି, ସେନେଇ ପୋଲିସ୍‌ ଘଟଣାର ଛାନ୍‌ଭିନ୍‌ ଚଳାଇଛି। 

Student Youth Deadbody Recovered
Advertisment
Advertisment