• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 05 August 2021

  • Chandan Shishu
  • 3 years ago

'ଜାତୀୟ ଦଳକୁ ଆସିବେ ଅଧିକ ଓଡ଼ିଆ ଖେଳାଳି'

ଭାରତୀୟ ହକି ଦଳର ଦୁଇ ଓଡିଆ ସଦସ୍ୟ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇବା ସହ ପଡ଼ିଆରେ ଅମିତ ରୋହିଦାସଙ୍କ ଶକ୍ତି ଓ ସାମର୍ଥ୍ୟକୁ  ପ୍ରଶଂସା କରିଛନ୍ତି ମୋଦି। More
  • Chandan Shishu
  • 3 years ago

ଏଯାଏଁ ଅଧା ଲୋକଙ୍କ ପାଖରେ ପହଞ୍ଚିନି ପ୍ରଥମ ଡୋଜ୍ ଟିକା  

ତେବେ ଆଜି ସୁଦ୍ଧା ଦିଆଯାଇଛି ୧ କୋଟି ୭୪ ଲକ୍ଷ ଡୋଜ୍ ଟିକା। ୧ କୋଟି ୩୩ ଲକ୍ଷ ପ୍ରଥମ ଡୋଜ୍ ଟୀକା ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ନେଇଛନ୍ତି ୪୦ ଲକ୍ଷ ୬୮ ହଜାର। ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ କହିବା କଥା, ସହରାଞ୍ଚଳରେ ପାଖାପାଖି ୮୦ ଭାଗ ଲୋକ ଟୀକା ନେଲେଣି। ଏବେ ଗ୍ରାମାଞ୍ଚାଳକୁ ଫୋକସ୍ ଦିଆଯାଉଛି। More
  • Chandan Shishu
  • 3 years ago

ପାରମିତା ଶତପଥୀଙ୍କୁ ମିଳିବ ଶାରଳା ପୁରସ୍କାର

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କୌଣସି ସମାରୋହ ଆୟୋଜନ କରାନଯାଇ ବ୍ୟକ୍ତିଗତ ଭାବେ ପୁରସ୍କାର ପ୍ରଦାନ କରାଯିବ। ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ପକ୍ଷରୁ ଶାରଳା ପୁରସ୍କାର ପ୍ରଦାନ କରାଯାଉଛି।  More
  • Chandan Shishu
  • 3 years ago

ମୋ ପୁଅକୁ ହତ୍ୟା କରିଛି ତା' ବାନ୍ଧବୀ: ତୁଷାରଙ୍କ ବାପା

କଟକ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ବାଣିଜ୍ୟର ତୁଷାର ଛାତ୍ର ଥିଲେ। ସେହି କଲେଜର ଜଣେ ଛାତ୍ରୀଙ୍କ ସହିତ ତୁଷାରଙ୍କ ଭଲ ସଂପର୍କ ଥିଲା। ଏମିତିକି ଘର ପରିବାର ସହିତ ମଧ୍ୟ ଉଭୟ ଚିହ୍ନାଜଣା ବୋଲି ଜଣାପଡିଛି। ଏବେ ତୁଷାରଙ୍କ ପରିବାର କହୁଛନ୍ତି, ସେହି ଝିଅଟିର ତା ବୟଫ୍ରେଣ୍ଡ ସହିତ ବ୍ରେକ୍ଅପ ହୋଇଥିବାରୁ ଏଥିପାଇଁ ତୁଷାରକୁ ସେ ଦାୟୀ କରିଥିଲା। More
  • Sarbeswar
  • 3 years ago

ପଞ୍ଚାୟତ ଭୋଟ୍ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍: ଘରେ ଘରେ ବଣ୍ଟାହେବ ସ୍ମାର୍ଟ ହେଲ୍ଥ କାର୍ଡ

ପ୍ରତି ଘରକୁ ଦୁଇଟି କାର୍ଡ ଦିଆଯିବ ବୋଲି ଜଣାପଡ଼ିଛି। ତେଣୁ ରାଜ୍ୟର ୯୨ ଲକ୍ଷ ୫୦ ହଜାର ଘର ପାଇଁ ପ୍ରସ୍ତୁତ ହେବ କୋଟିଏ ୮୫ ଲକ୍ଷ କାର୍ଡ। କାର୍ଡ଼ରେ ବ୍ୟକ୍ତିର ନାଁ ଓ ୧୨ ଡିଜିଟ ୟୁନିକ ରେଜିଷ୍ଟ୍ରେସନ ନମ୍ବର ରହିବ। ସ୍ମାର୍ଟ ହେଲଥ କାର୍ଡ ବଣ୍ଟନବେଳେ ଦିଆଯିବାକୁ ଥିବା କିଟରେ ହସ୍ପିଟାଲର ତାଲିକା ବି ରହିଛି। ସିଲେଟେ୍ ଭେଣ୍ଡର ଜରିଆରେ ଅକ୍ଟୋବର ୨ ତାରିଖ ଭିତରେ ପ୍ରତି ପଞ୍ଚାୟତ ଅଫିସରେ କାର୍ଡ ଡେଲିଭରିର ବ୍ୟବସ୍ଥା ରହିଛି। More
  • Chandan Shishu
  • 3 years ago

ଅଗଷ୍ଟ ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ

ରାଜ୍ୟରେ ଅଗଷ୍ଟ ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ। ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ କ୍ଲାସ ଚାଲିବ। କୋଭିଡ୍ କଟକଣା ମଧ୍ୟରେ କ୍ଲାସ କରିବାକୁ ଗଣଶିକ୍ଷା ସଚିବ ଚିଠି କରିଛନ୍ତି। ରବିବାର ଓ ସାଧାରଣ ଛୁଟି ଦିବସରେ କ୍ଲାସ ହେବନି। ସ୍କୁଲ ଖୋଲିଲେ ମଧ୍ୟ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ। ଅଭିଭାବକ ଚାହିଁଲେ ପିଲା ଅନଲାଇନ୍ କ୍ଲାସ୍ ମଧ୍ୟ କରିପାରିବେ। ନବମ କ୍ଲାସ୍ ଆରମ୍ଭ ସହ ଛାତ୍ରାବାସ ମଧ୍ୟ ଖୋଲିବ। ସଂପୂର୍ଣ୍ଣ କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ କ୍ଲାସ୍ ଚାଲିବ।

  • Sarbeswar
  • 3 years ago

ଠିକାଦାର-ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପାଣିରେ ପଡ଼ିଲା ଲକ୍ଷାଧିକ ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ଜଣାପଡିଛି । ହିଞ୍ଜିଳିକାଟୁ ବ୍ଲକ୍ ପଲ୍ଲୀ ପଦ୍ମନାଭପୁର ଗ୍ରାମରେ କ୍ଷୁଦ୍ରଜଳ ସେଚନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା କେନାଲ ଗାର୍ଡ ୱାର୍ଡ଼ କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ହିଞ୍ଜିଳିକାଟୁ ବ୍ଲକ୍ ମକରଝୋଳ ପଞ୍ଚାୟତ ପଦ୍ମନାଭପୁର ଗ୍ରାମରେ ସ୍ଥାନୀୟ ଅଞ୍ଚଳର ଚାଷ ଜମିକୁ ଜଳ ଯୋଗାଣର ସୁବନ୍ଦୋବସ୍ତ କରି ପ୍ରାୟ ୧ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟରେ କେନାଲ ଗାର୍ଡ ୱାଲ କାମ ଦୀର୍ଘ ଦେଢ଼ ବର୍ଷ ଧରି କାମ ଚାଲିଲା ପରେ ପ୍ରାୟ ଦୁଇମାସ ତଳେ ନିର୍ମାଣ କାମ ଶେଷ ହୋଇଥିଲା More

  • Chandan Shishu
  • 3 years ago

ଭିଡିଓ କଲିଂ କରି ଉଲଗ୍ନ ହୋଇଗଲେ ଯୁବତୀ, ଫସିଗଲେ ଯୁବକ !

ରାତିରେ ମୋ ପାଖକୁ ଜଣେ ଯୁବତୀଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା। ମୁଁ ତାଙ୍କୁ ଜାଣିନଥିଲି। ମୁଁ ଆସେପ୍ଟ କରିବା ପରେ ସେ ପ୍ରଥମେ ମୋ ସହ ଭଲରେ କଥା ହେଲେ। ତା ପରେ ଫେସ୍‌ବୁକ୍‌ରୁ ଡାଟା ସଂଗ୍ରହ କରିବା ଆରମ୍ଭ କରିଦେଲେ। More

  • Satyendu Shekher Mishra
  • 3 years ago

ବିଧାୟିକାଙ୍କ ଘରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ; ଖଣ୍ଡାରେ ହାଣିଲେ ବାଇକ୍‌, ସମର୍ଥକଙ୍କୁ ବୋମାମାଡ଼ !

ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ଦୁର୍ବୃତ୍ତଙ୍କ ଭଂଗାରୁଜା । ଘରେ କେହି ନଥିବା ବେଳେ ବାହାରେ ଭଂଗାରୁଜା କରିଛନ୍ତି ଦୁର୍ବୃତ୍ତ । ଖଲ୍ଲିକୋଟ ନିର୍ମଳଝର ନିକଟ ଭଡ଼ାଘରେ ଭଂଗାରୁଜା ହୋଇଥିବା ଜଣାପଡ଼ିଛି । More

  • Chandan Shishu
  • 3 years ago

୬୪୧ କୋଟି ଟଙ୍କାର ଏକ ଜାଲ୍ ବିଲ୍ ରାକେଟ୍‌ର ମାଷ୍ଟରମାଇଣ୍ଡ ଗିରଫ

ଦେଢବର୍ଷ ହେଲା ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ବସନ୍ତଙ୍କୁ ଖୋଜୁଥିଲା। ଯାଜପୁର ଏନଫୋର୍ସମେଣ୍ଟ ୟୁନିଟ୍ ଦ୍ୱାରା ତଦନ୍ତ ଚାଲିଥିବା ଆଉ ଏକ ମାମଲାରେ ମଧ୍ୟ ସେ ସମ୍ପୃକ୍ତ ଥିଲେ। ଅନ୍ୟ ଦୁଇ ଜଣଙ୍କ ସହ ମିଶି ବସନ୍ତ ୬ଟି ଜାଲ୍ ବ୍ୟବସାୟୀକ କମ୍ପାନୀ ଚଳାଇଥିଲେ। ଏଥିରେ ୨୧୯ କୋଟି ୬୧ ଲକ୍ଷ ଟଙ୍କାର ଜାଲ୍ ବିଲ୍ କାରବାର ହୋଇଥିଲା। More

  • Satyendu Shekher Mishra
  • 3 years ago

ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ

ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ଦୁର୍ବୃତ୍ତଙ୍କ ଭଂଗାରୁଜା । ଖଲ୍ଲିକୋଟ ନିର୍ମଳଝର ନିକଟ ଭଡ଼ାଘରେ ଭଂଗାରୁଜା । ନିଜ ଗାଁ କେଶପୁର ପାଟଣାସାହିରେ ସମର୍ଥକଙ୍କୁ ବୋମା ମାଡ଼ । ବିଧାୟକଙ୍କ ସମର୍ଥକଙ୍କ ଉପରକୁ ଏକାଧିକ ବୋମା ଫିଙ୍ଗିଥିବା ସୂଚନା । ବୋମାମାଡ଼ରେ ୪ ଗୁରୁତର । ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି । ପୂର୍ବ ଶତ୍ରୁତାକୁ ନେଇ ଭଙ୍ଗାରୁଜା, ବୋମା ମାଡ଼ ସୂଚନା ।

  • Satyendu Shekher Mishra
  • 3 years ago

ଖୋଲିବ ଶ୍ରୀମନ୍ଦିର, ଭକ୍ତଙ୍କ ପାଇଁ ସଜବାଜ ହେଲାଣି ବଡ଼ ଦାଣ୍ଡ

ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଭକ୍ତଙ୍କୁ ପାଛୋଟିବା ପାଇଁ ଆରମ୍ଭ ହେଲାଣି ସଜବାଜ । ସଜେଇ ହେଲାଣି ବଡ଼ ଦାଣ୍ଡ । ମହାପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତ ମନରେ ଅନେକ ଖୁସି । More

  • Sarbeswar
  • 3 years ago

୫୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହେଲା ଓଭରହେଡ୍ ଟ୍ୟାଙ୍କ୍ କିନ୍ତୁ ଏବେ ବି ପାଣି ପାଉନାହାନ୍ତି ଲୋକେ ଟଙ୍କା ଖର୍ଚ୍ଚ ହେଲା, ହେଲେ ଲାଭ ହେଲାନି ପାଣି ସଂଗ୍ରହ କରିବାକୁ ଯିବାକୁ ପଡ଼ୁଛି ମାଇଲ୍‌ ମାଇଲ୍‌ ବାଟ ଢେଙ୍କାନାଳ: ପାଣିରେ ପଡିଲା ୫୭ ଲକ୍ଷ ଟଙ୍କା। ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ନିର୍ମାଣ ହୋଇଥିବା ଓଭରହେଡ୍ ଟ୍ୟାଙ୍କ୍ ଅଚଳ ହୋଇ ପଡ଼ିଥିବା ବେଳେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଟୋପାଏ ପାଣି ପାଇଁ ଯିବାକୁ ପଡୁଛି ମାଇଲ୍ ମାଇଲ୍ ବାଟ। ଢେଙ୍କାନାଳ ସଦାଶିବପୁରରେ ଏମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ମଝି ନଈରେ ଚୁଆ ଖୋଳି ମୁନ୍ଦେ ମୁନ୍ଦେ କରି ପାଣି ସଂଗ୍ରହ କରୁଛନ୍ତି ମହିଳା। ଗରା, ଡେକ୍ଚି ଫୁଲ୍ ହେବା ପରେ ମୁଣ୍ଡରେ ମୁଣ୍ଡେଇ ଗୋଟିଏ ଗୋଟିଏ ଚାଲିଛନ୍ତି ଘର ଅଭିମୁଖେ। ଦିନେ ଅଧେ ନୁହେଁ, ପାଣି ପାଇଁ ନିଇତି ଏମିତି ସଂଘର୍ଷ କରୁଛନ୍ତି। କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଏମିତି ଦୃଶ୍ୟ ଢେଙ୍କାନାଳ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୫ କିଲୋମିଟର ଦୂର ସଦାଶିବପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ଗାଁରେ ପାଇପ୍ ଲାଇନ୍ ପଡ଼ିଛି, ମାତ୍ର ସେଥିରୁ ଯେଉଁ ପାଣି ବାହାରୁଛି ତାହା ପିଇବା ଯୋଗ୍ୟ ନୁହେଁ। ବାଧ୍ୟ ହୋଇ ମାଇଲ ମାଇଲ୍ ବାଟ ଚାଲିଚାଲି ଯାଇ ନଈ ମଝିରେ ଚୂଆ ଖୋଳି ପାଣି ଆଣୁଛନ୍ତି ଲୋକେ। ପଞ୍ଚାୟତ ଅଧିନରେ ଥିବା ପ୍ରାୟ ୫ ଖଣ୍ଡ ଗାଁର ୬ ହଜାରରୁ ଅଧିକ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଇବା ପାଣି ସମସ୍ୟାର ସମାଧାନ ପାଇଁ ୨୦୦୭ ମସିହାରେ ତତ୍କାଳୀନ ସାଂସଦଙ୍କ ପାଣ୍ଠିରୁ ୫୭ ଲକ୍ଷ ଟଙ୍କା ଖର୍ଚ୍ଚରେ ଏକ ଓଭରହେଡ ଟାଙ୍କି କରାଯାଇଥିଲା ମାତ୍ର, ଉଦଘାଟନର କିଛି ଦିନ ପରେ ଏହା ଅକାମୀ ହୋଇପଡ଼ିଥିଲା। ସ୍ଥାନୀୟ ସରପଞ୍ଚ ୨୦୧୭ ମସିହାରେ ୩ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରି ନିଜସ୍ୱ ଉଦ୍ୟମରେ ଜଳ ସଂଗ୍ରହ ହେଉଥିବା ବନ୍ଧକୁ ସଫା କରାଇଥିଲେ। ମାତ୍ର ଏବେ ପୁଣି ଏହା ଅପରିଷ୍କାର ହୋଇଗଲାଣି। ଏ ନେଇ ବାରମ୍ବାର ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ବିଡିଓ କହିଛନ୍ତି।

କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଏମିତି ଦୃଶ୍ୟ ଢେଙ୍କାନାଳ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୫ କିଲୋମିଟର ଦୂର ସଦାଶିବପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ଗାଁରେ ପାଇପ୍ ଲାଇନ୍ ପଡ଼ିଛି, ମାତ୍ର ସେଥିରୁ ଯେଉଁ ପାଣି ବାହାରୁଛି ତାହା ପିଇବା ଯୋଗ୍ୟ ନୁହେଁ। ବାଧ୍ୟ ହୋଇ ମାଇଲ ମାଇଲ୍ ବାଟ ଚାଲିଚାଲି ଯାଇ ନଈ ମଝିରେ ଚୂଆ ଖୋଳି ପାଣି ଆଣୁଛନ୍ତି ଲୋକେ। ପଞ୍ଚାୟତ ଅଧିନରେ ଥିବା ପ୍ରାୟ ୫ ଖଣ୍ଡ ଗାଁର ୬ ହଜାରରୁ ଅଧିକ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। More

  • Chandan Shishu
  • 3 years ago

ରାସ୍ତା ଖଣ୍ଡିଏ ୨୦ ବର୍ଷ ହେଲାଣି ଦାବି, ଫଳ ଶୂନ

ସହରର ହାର୍ଟ କୁହାଯାଉଥିବା ଷ୍ଟେସନରୋଡ ଏବଂ ଓଟି ରୋଡକୁ ସଂଯୋଗ କରୁଛି ଏହି ରାସ୍ତା। ଏହି ରାସ୍ତାରେ ଗଲେ ଘରୋଇ ନର୍ସିଂହୋମ, ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ସହ କିଛି ପ୍ରତିଷ୍ଠିତ ଲୋକଙ୍କ ଘର ବି ରହିଛି। ହେଲେ ସାମାନ୍ୟ ବର୍ଷା ହେଲେ ରାସ୍ତା ହୋଇପଡେ ଜଳାର୍ଣ୍ଣବ। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ହୋଲଡିଂ ଟ୍ୟାକ୍ସ ଦେବା ସତ୍ତ୍ୱେ ସମସ୍ୟାରୁ ମୁକୁଳି ପାରୁନୁ।  More

  • Prangyan Parimita
  • 3 years ago

ଧୋକାବାଜ ସ୍ୱାମୀ....ସ୍ତ୍ରୀ,ପିଲାକୁ ଛାଡି ଅନ୍ୟ ମହିଳାଙ୍କୁ ଆଣି ଘରେ ରଖିଛି, ଏସପିଙ୍କ ନିକଟରେ ଅଭିଯୋଗ ହେଲେ ପୀଡ଼ିତା

ଧୋକା ଦେଲା ସାତ ଜନମର ସାଥୀ । ରୀତି ନୀତିରେ ହୋଇଥିଲା ବାହାଘର । ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥି ହେବା ପାଇଁ ଉଭୟେ ଶପଥ ନେଇଥିଲେ । କିନ୍ତୁ ସାତଜନମର ସାଥି ହେବା ପାଇଁ ଶପଥ କରିଥିବା ସ୍ୱାମୀ, ଦଶ ବର୍ଷରେ ସ୍ତ୍ରୀକୁ ଦେଲା ଧୋକ୍କା । More

  • Satyendu Shekher Mishra
  • 3 years ago

ଆବାସ କେଳେଙ୍କାରୀ, ତାଲିକାରୁ ଜାଣିଶୁଣି କଟାଯାଇଛି ହିତାଧିକାରୀଙ୍କ ନାଁ

ପୁଣି ଉଠିଲା ଆବାସ କେଳେଙ୍କାରୀ କଥା । ରାଜ୍ୟରେ ଆବାସ କେଳେଙ୍କାରୀ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିବା ପରେ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । More

  • Prangyan Parimita
  • 3 years ago

ପରୀକ୍ଷା ଫଳକୁ ନେଇ ଅସନ୍ତୋଷ : ତାତିଲେ ଅଭିଭାବକ, ପ୍ରିନ୍ସିପାଲଙ୍କୁ ଘେରିଲେ

୩ ତାରିଖ ସିବିଏସଇ ରେଜଲ୍ଟ ବାହାରିଥିବା ବେଳେ ଏହି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ରେଜଲ୍ଟ ଭଲ ହୋଇନାହିଁ ବୋଲି ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଅଭିଯୋଗ କରିଛନ୍ତି । ଯେଉଁ ମାନେ ଅଷ୍ଟମ ଏବଂ ନବମରେ ୯୦ ପ୍ରତିଶତ ନମ୍ବର ରଖୁଥିଲେ, ସେମାନଙ୍କୁ ୪୦ ପ୍ରତିଶତରୁ କମ୍ ନମ୍ବର ମିଳିଛି More

  • Satyendu Shekher Mishra
  • 3 years ago

ଭାରତୀୟ ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୋଦି, ଭିସିରେ କଥା ହେଲେ ନବୀନ

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ଏଥିପାଇଁ ସାରା ଭାରତରେ ଉତ୍ସବର ମାହୋଲ । ଭାରତୀୟ ପୁରୁଷ ହକି ଟିମ୍‌ର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । More

  • Rajalaxmi Sahoo
  • 3 years ago

ସରିଲା ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା, ୧୨ରୁ ଖାତା ଦେଖା 

ସରିଲା ମାଟ୍ରିକ୍‌ ଅଫଲାଇନ ପରୀକ୍ଷା। ଆସନ୍ତା ୧୨ରୁ ଖାତା ଦେଖା ହେବ। ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି।  More

  • Rajalaxmi Sahoo
  • 3 years ago

ଜୋବ୍ରା ଆନିକଟରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ, ସନ୍ଦେହ ଘେରରେ ଗର୍ଲଫ୍ରେଣ୍ଡ୍‌

କଟକ ମହାନଦୀ ଜୋବ୍ରା ଆନିକଟରୁ ଜଣେ ନିଖୋଜ ଛାତ୍ରଙ୍କ ମୃତଦେହ ମିଳିଛି। କିଛି ଦିନ ପୂର୍ବେ ଛାତ୍ର ଜଣକ ନିଖୋଜ ଥିବାବେଳେ ଆଜି ତାଙ୍କ ମୃତଦେହକୁ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ଆନିକଟରୁ ଉଦ୍ଧାର କରିଛନ୍ତି। More

  • Prangyan Parimita
  • 3 years ago

ଅସହାୟ ଦୂରଙ୍କ ଦୁଃଖ ଶୁଣିବ କିଏ ? ‍ବୟସର ଅପରାହ୍ନରେ ବୃଦ୍ଧ ମହିଳାଙ୍କ ଉପରେ ପରିବାର ବୋଝ

ସରକାରୀ ସହାୟତା ଆକାଶ କଇଁୟା ଚିଲିକା ମାଛ ପରି । ‍ବୟସର ଅପରାହ୍ନରେ ବୃଦ୍ଧ ମହିଳାଙ୍କ ଉପରେ ପରିବାର ବୋଝ । ବଳବୟସ ଗଲାଣି, ଚମ ଧୁଡ଼ୁ ଧୁଡ଼ୁ କରୁଛି, ତଥାପି ଘର କାମ କରୁଛନ୍ତି । ପୁଅ କାମ କରିପାରୁନି, ପରିବାର ଚଳାଉଛନ୍ତି । ଏମିତି ସମସ୍ୟାରେ ଜୀବନ ଜିଉଁଛନ୍ତି ଅସହାୟ ଦୂର ମାଝି । More

  • Prangyan Parimita
  • 3 years ago

ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଡାକ୍ତର ଖାଦ୍ୟନଳୀ କାଟି ଦେଇଥିବା ଅଭିଯୋଗ, ଯନ୍ତ୍ରଣାରେ ଛଟପଟ୍ ହେଉଛନ୍ତି ମହିଳା

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଗୋପାଳପୁର ଗାଁର କ୍ଷତିପ୍ରଭା ବାରିକ । ଦୁଇ ସନ୍ତାନ ଥିବାରୁ ଜୁଲାଇ ମାସ ୧୭ ତାରିଖରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଗର୍ଭନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ଅସ୍ତ୍ରୋପଚାର କରାଇଥିଲେ। ସେଠାରେ ସ୍ଵତନ୍ତ୍ର ଡାକ୍ତରୀ ଦଳ ଅସ୍ତ୍ରୋପଚାର କରିବା ସହ ଆବଶ୍ୟକୀୟ ଚିକିତ୍ସା ପରେ ଘରକୁ ପଠାଇଥିଲେ More

  • Rajalaxmi Sahoo
  • 3 years ago

ପାର୍ବଣରେ କଟକଣାକୁ ଆହୁରି କଡାକଡି କରିବାକୁ ପରାମର୍ଶ

ପାର୍ବଣରେ କଟକଣାକୁ ଆହୁରି କଡାକଡି କର। ସମସ୍ତ ରାଜ୍ୟକୁ ଏନେଇ ଚିଠି ଲେଖି ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ଆଗକୁ ଗଣେଷ ପୂଜା, ଦଶହରା ଏବଂ ଦୀପାବଳି ଭଳି ବଡ ବଡ ପୂଜା ପର୍ବ ଆସୁଥିବାରୁ ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ପାର୍ବଣରେ ଲୋକଙ୍କ ଭିଡ ଏଡାଇବାକୁ ସ୍ଥାନୀୟ ପ୍ରଶାସନର କଟକଣା ଉପରେ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ। କେବଳ କଟକଣା ଦ୍ୱାରା ଗହଳି ଏଡାଇହେବ ଏବଂ ସଂକ୍ରମଣକୁ ରୋକିହେବ ବୋଲି ରାଜେଶ ଭୂଷଣ କହିଛନ୍ତି। ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଗତ କିଛି ଦିନ ହେଲା ସଂକ୍ରମଣ ପୁଣି ୪୦ ହଜାର ଉପରେ ରହୁଛି। ତେବେ ଅନେକ ରାଜ୍ୟ କଟକଣା କୋହଳ କରିବା ସହ ଅନଲକ୍ ପ୍ରକ୍ରିୟା ଜାରି ରଖିଛନ୍ତି। ତେଣୁ ସଂକ୍ରମଣ ପୁଣି ବଢିବା ଆଶଙ୍କା ରହିଛି।  ଏଭଳି ସ୍ଥିତିରେ ଦେଶରେ ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା କରି ସମସ୍ତ ରାଜ୍ୟକୁ ପାର୍ବଣରେ କଟକଣା କଡାକଡି କରିବାକୁ ପରାମର୍ଶ ଦିଆଯାଇଛି। 

  • Rajalaxmi Sahoo
  • 3 years ago

ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜନର ଆଜି ପ୍ରଥମ ବାର୍ଷିକୀ ଉତ୍ସବ

ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜନର ଆଜି ପ୍ରଥମ ବାର୍ଷିକୀ ଉତ୍ସବ। ଏଥିପାଇଁ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେଠାକୁ ଯାଇ ପୂଜାପାଠ ଓ ଯଜ୍ଞ କରିବେ। ରାମଲାଲାଙ୍କୁ ନୂତନ ବସ୍ତ୍ର ପରିଧାନ କରାଯିବ। କୋଭିଡ କଟକଣା ଯୋଗୁ ନିରାଡମ୍ବର ଭାବେ ଭୂମି ପୂଜନ ବାର୍ଷିକ ଉତ୍ସବ ପାଳନ ହେବ। ଗତବର୍ଷ ପ୍ରଧାନମନ୍ତ୍ରୀ ରାମ ମନ୍ଦିରର ଭୂମି ପୂଜନ ଉତ୍ସବରେ ସାମିଲ ହୋଇଥିଲେ। ସେପଟେ ୨୦୨୩ ଡିସେମ୍ବର ସୁଦ୍ଧା ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ଖୋଲିପାରେ ବୋଲି ସୂଚନା ମିଳିଛି। ଏଥିପାଇଁ ଗର୍ଭଗୃହ ସ୍ଥାପନ କରି ରାମଲାଲା, ସୀତା ଓ ଲକ୍ଷ୍ମଣଙ୍କୁ ସ୍ଥାପନ କରାଯିବ। ଏହି ସମୟରେ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିପାରିବେ।  ୨୦୨୫ ଶେଷସୁଦ୍ଧା ରାମ ମନ୍ଦିରର ସମ୍ପୂର୍ଣ୍ଣ ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। 

  • Rajalaxmi Sahoo
  • 3 years ago

ହାଇକୋର୍ଟ ବିଚାର ପ୍ରକ୍ରିୟାର ଲାଇଭ୍ ଷ୍ଟ୍ରିମିଂକୁ ଓକିଲ ସଂଘର ବିରୋଧ

ହାଇକୋର୍ଟ ବିଚାର ପ୍ରକ୍ରିୟାର ଲାଇଭ୍ ଷ୍ଟ୍ରିମିଂକୁ ଓକିଲ ସଂଘର ବିରୋଧ ଜାରି। ଆସନ୍ତା ୯ ତାରିଖ ଯାଏ ଏହି ପ୍ରତିବାଦ ଜାରି ରହିବ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ଲାଇଭ ଷ୍ଟ୍ରିମିଂ ପ୍ରସଙ୍ଗରେ ଓକିଲ ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟ ବିଚାରପତିଙ୍କୁ ଭେଟିବ ବୋଲି ସ୍ଥିର ହୋଇଛି। ସଂଘର ଶୃଙ୍ଖଳା ଭଙ୍ଗ କରି ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଉପସ୍ଥିତ ହୋଇଥିବା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଂଘର ସଭାପତି କହିଛନ୍ତି।  

  • Rajalaxmi Sahoo
  • 3 years ago

ଯୁକ୍ତ ଦୁଇ ପ୍ରଥମ ବର୍ଷ ‌ଆଡମିଶନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ଯୁକ୍ତ ଦୁଇ ପ୍ରଥମ ବର୍ଷ ‌ଆଡମିଶନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା। ଆଡମିଶନ ପାଇଁ ଆବେଦନ କେବଳ ଅନ୍‌ଲାଇନ୍‌ରେ କରି ହେବ। ସାମ୍ସ ପୋର୍ଟାଲରେ ଅନ୍‌ଲାଇନ୍‌ରେ ଆବେଦନ କରାଯାଇ ପାରିବ। ଏଥିପାଇଁ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି।  ଆବେଦନ ସମୟରେ କୌଣସି ଘରୋଇ ଏଜେଣ୍ଟ କିମ୍ବା ଏଜେନ୍ସିକୁ ଛାତ୍ରଛାତ୍ରୀମାନେ ଡକ୍ୟୁମେଣ୍ଟ ନଦେବା ଲାଗି ନିର୍ଦ୍ଦେଶାଳୟ ପକ୍ଷରୁ ସତର୍କ କରାଇ ଦିଆଯାଇଛି। 

  • Rajalaxmi Sahoo
  • 3 years ago

ସିମ୍‌କାର୍ଡ କେଳେଙ୍କାରୀ

ସିମ୍‌କାର୍ଡ କେଳେଙ୍କାରୀର ୩ ଅଭିଯୁକ୍ତଙ୍କ ୨ ଦିନିଆ ରିମାଣ୍ଡ  ସରିଛି।  ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଆଉ ଗୋଟିଏ ମାମଲାରେ ସେମାନଙ୍କ ସଂପୃକ୍ତି ଥିବା ସୁରାଗ ପାଇଛି କମିଶନରେଟ ପୋଲିସ।  ସେମାନଙ୍କର ଅଲ ଇଣ୍ଡିଆ ଓଟିପି ଗ୍ରୁପ ଥିବା ସୁରାଗ ମଧ୍ୟ ମିଳିଛି। ଓଡ଼ିଶାରୁ ରାଜ୍ୟ ବାହାରକୁ ଯାଇଥିବା ସିମ୍ ଓଡିଶା କିମ୍ବା ଓଡିଶା ବାହାରେ କେଉଁ ସବୁ ସାଇବର ଫ୍ରଡରେ ବ୍ୟବହାର ହୋଇଛି, ତାର ଚାଲିଛି ଅନୁସନ୍ଧାନ। ପ୍ରି-ଆକ୍ଟିଭ୍‌ ସିମ୍ କେଳେଙ୍କାରି ସାମ୍ନାକୁ  ଆସିବା ପରେ ଅଭିଯୁକ୍ତଙ୍କଠାରୁ ୧୬ ହଜାରରୁ ଅଧିକ ସିମ୍ ଜବତ ହୋଇଥିଲା। 

  • Rajalaxmi Sahoo
  • 3 years ago

ବିଜେପିର ଗଣ ଧାରଣା

କେନ୍ଦ୍ରାପଡା ପୌରସଂସ୍ଥାରେ ବ୍ୟାପକ ଅନିୟମିତତା, ଦୁର୍ନୀତି ଓ ଅବ୍ୟବସ୍ଥା ଅଭିଯୋଗ ଉଠାଇ ବିଜେପି ପକ୍ଷରୁ ପୌରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଥିଲା।   ପୌରସଂସ୍ଥାର ପରିମଳ ବ୍ୟବସ୍ଥା  ଭୁଶୁଡ଼ି ପଡିଥିବା ବେଳେ ଜଳ ନିଷ୍କାସନ ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି। ଦୀର୍ଘ ବର୍ଷ ଧରି କାର୍ଯ୍ୟରତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି ସହ ଅନିୟମିତତା ଓ ଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବି କରିଛି ଜିଲ୍ଲା ବିଜେପି। ଏଥିସହ କେନ୍ଦ୍ରୀୟ ଅନୁଦାନ ବାଟମାରଣାରେ ନିରପେକ୍ଷ ତଦନ୍ତ ଦାବି କରିଛି ଦଳ। ଯଦି ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱର ସହିତ ନ ନିଅନ୍ତି ତେବେ ଆଗାମୀ ଦିନରେ ଦଳ ଆନ୍ଦୋଳନକୁ ଜୋରଦାର କରିବ ବୋଲି ବିଜେପି ଚେତାବନୀ ଦେଇଛି। ଉପଜିଲ୍ଲାପାଳ ଗଣଧାରଣା ସ୍ଥଳରେ ପହଞ୍ଚି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। 

  • Rajalaxmi Sahoo
  • 3 years ago

ଆଜିଠୁ ଖୋଲିଲା ଭିତରକନିକା

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ୩ ମାସ ଧରି ବନ୍ଦ ରହିଥିବା ଭିତରକନିକା ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଛି। ବଉଳା କୁମ୍ଭୀରଙ୍କ ପ୍ରଜନନ ଓ କୋଭିଡ୍ କଟକଣା ପାଇଁ ଗତ ମେ’ ୧ରୁ ଭିତରକନିକାକୁ ବନ୍ଦ ଥିଲା। ରାଜ୍ୟ ସରକାରଙ୍କ ଅଗଷ୍ଟ ମାସର ଗାଇଡଲାଇନ ଆସିବା ପରେ ଆଜି ଭିତରକନିକା ଖୋଲାଯିବା ନେଇ ବନ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ତେବେ ଦିନ ବେଳା ପର୍ଯ୍ୟଟକ ମାନେ ଭିତରକନିକା ବୁଲିପାରିବେ। ଏବେ ରାତି ରହଣି ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ନାହିଁ।   

  • Prangyan Parimita
  • 3 years ago

ଜଣେ ନିଆରା ନେତା : ସାଧାରଣ ଚାଷୀଙ୍କ ପରି କାଦୁଅ ବିଲରେ କାମ କରୁଛନ୍ତି, ଠୋଲାରେ ଭାତ ଖାଉଛନ୍ତି, ମାଟି ଘରେ ରହୁଛନ୍ତି

ନେତା ହେବା ପରେ ବି ବଦଳି ନାହାନ୍ତି । ଚାରିଥର ସରପଞ୍ଚ, ଥରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଥରେ ଜିଲ୍ଲା ପରିଷଦ ସଦସ୍ୟ ଆଉ ଏବେ ବିଧାୟକ । ବିଧାୟକଙ୍କୁ ଛୁଇଁପାରିନି ଭିଆଇପି କଲଚର୍ । ପଦବୀ ପାଇବାର ପରେ ବି ତାଙ୍କର ଚାଲିଚଳନ, ଆଚାର ବ୍ୟବହାରରେ କିଛି ପରିବର୍ତ୍ତନ ଆସିନି । ଆଜିକାଲି ନେତା ମାନେ ପଦ ପଦବୀ ପାଇଗଲା ସେମାନଙ୍କ ଢାଞ୍ଚା ବଦଳି ଯାଉଥିବା ଦେଖାଯାଉଛି । More

  • Rajalaxmi Sahoo
  • 3 years ago

ମିଥ୍ୟା ଦୁର୍ଘଟଣା ବୀମା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମିଥ୍ୟା ଦୁର୍ଘଟଣା ବୀମା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କ୍ଷତି ପୂରଣ ବାବଦରେ ଦିଆଯାଇଥିବା ଟଙ୍କା ସୁଧ ସହିତ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। More

  • Rajalaxmi Sahoo
  • 3 years ago

ରାଜ୍ୟରେ ନୂଆ ୧୩୪୨ କରୋନା ସଂକ୍ରମିତ ଚିହ୍ନଟ, ଆଖି ବୁଜିଲେ ୬୮ ଆକ୍ରାନ୍ତ

ରାଜ୍ୟରେ ୧୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୭୭୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୫୬୭ରହିଛି। More

  • Rajalaxmi Sahoo
  • 3 years ago

ନିଲମ୍ବିତ ହେଲେ ୪ ପୋଲିସ୍‌

ନିଲମ୍ବିତ ହେଲେ ୪ ପୋଲିସ୍‌ କର୍ମଚାରୀ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ଜଣ ପୋଲିସ୍‌ଙ୍କୁ ନିଲମ୍ବନ କରାଯାଇଛି।  More

  • Satyendu Shekher Mishra
  • 3 years ago

ପାୱାରଫୁଲ୍‌ ଫାଇଭ୍‌-ଟି ସଚିବକୁଙ୍କୁ ଛଟେଇ ନର୍ସିଂ ଷ୍ଟାଫ୍‌ଙ୍କ ବିରୋଧ

ପାୱାରଫୁଲ୍‌ ଫାଇଭ୍‌-ଟି ସଚିବକୁଙ୍କୁ ବିରୋଧ । ସ୍ଥିତି ସମୀକ୍ଷା ବେଳେ ସଚିବଙ୍କୁ ବିରୋଧ କଲେ ଛଟେଇ ନର୍ସିଂ ଷ୍ଟାଫ୍‌ । ରାଜ୍ୟ ସରକାରଙ୍କ ସଚିବ ସ୍ତରୀୟ ହାଇଲେଭେଲ୍ ଟିମ୍ ଆଜି ବଲାଙ୍ଗୀର ଗସ୍ତ କରି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଓ ଭିତ୍ତିଭୂମିର ତଦାରଖ କରିଛନ୍ତି । More

  • Sarbeswar
  • 3 years ago

ଶିଶୁ ଯୌନ ଉତ୍ପୀଡ଼ନରେ ଓଡ଼ିଶା ଦେଶରେ ଚତୁର୍ଥ

ନୟାଗଡ଼ ନାବାଳିକା ପରୀ ଦୁଷ୍କର୍ମ ଓ ହତ୍ୟା, ସମ୍ବଲପୁର ବଡ଼ମାଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବଂ ନୟାଗଡ଼ରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ସହ ଭିଡିଓ ଭାଇରାଲ୍ ଘଟଣା ରାଜ୍ୟରେ ବଢିଚାଲିଥିବା ଶିଶୁ ଯୌନ ଉତ୍ପୀଡ଼ନର ଗୋଟିଏ ଗୋଟିଏ ନଗ୍ନ ଚିତ୍ର। More

  • Satyendu Shekher Mishra
  • 3 years ago

ଟିକା କେନ୍ଦ୍ରରେ ଲମ୍ବା ଲାଇନ୍‌, ହେଲେ BMC କହୁଛି କେହି ନାହାନ୍ତି ଟିକା ନେବାକୁ !

ଜୁଲାଇ ଶେଷ ସୁଦ୍ଧା ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ୍ ଟିକାକରଣ ଲକ୍ଷ୍ୟ ହାସଲ ହୋଇଥିବା ନେଇ ଦାବି କରୁଛି ବିଏମ୍‌ସି । ଏମିତିକି ବିଭିନ୍ନ ଆଞ୍ଚଳିକ ତଥା ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କିତ ଖୁବ୍ ପ୍ରଚାର ଦେଖିବାକୁ ମିଳୁଛି । More

  • Sarbeswar
  • 3 years ago

ଯୋଜନା ଆସୁଛି କାହା ପାଇଁ ଆଉ ପାଉଛି କିଏ?

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଦରଡ଼ା ପଞ୍ଚାୟତର ୨ଟି ଘର ଦେଖିବାକୁ ମିଳିଛି। ସରକାରଙ୍କ ଆଖିରେ ୨ ମହଲା କୋଠା ତୋଳୁଥିବା ସୁଜୟ ପଟ୍ଟନାୟକ ଆବାସ ଯୋଜନା ପାଇଁ ଯୋଗ୍ୟ, ହେଲେ ଆଜବେଷ୍ଟସ୍ ଓ ଜରିପାଲ ତଳେ ଥିବା କାଶୀନାଥ ରାଉଳ ଅଯୋଗ୍ୟ ହୋଇଛନ୍ତି। ପଲସିଆ ଗାଁର ସୁଜୟଙ୍କର ଆନୁମାନିକ ୫୦ ଲକ୍ଷ ଟଙ୍କାର ସଂପତ୍ତି ଥିଲେ ବି ୨୦୧୯-୨୦ରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ଅଭିଯୋଗ ହୋଇଛି। ଏବେ ସେ ୧୬ଶହ ବର୍ଗଫୁଟର ୨ମହଲା କୋଠା ତୋଳୁଛନ୍ତି। ହେଲେ ବିଡ଼ମ୍ବନା, ବାରମ୍ବାର ଆବେଦନ ପରେ ବି କାଶୀନାଥଙ୍କ ଭାଗ୍ୟ ଫିଟୁନି। ସେପଟେ ଏନେଇ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି ବସ୍ତା ବିଡିଓ। More

  • Satyendu Shekher Mishra
  • 3 years ago

OSSC ବିରୋଧରେ ତେଜୁଛି ଅସନ୍ତୋଷ, କେବେ ଗିରଫ ହେବେ ବିରଞ୍ଚିଙ୍କ ଗଡ୍‌ଫାଦର ?

ଷ୍ଟାଫ୍ ସିଲେକ୍ସନ୍ କମିଶନ୍‌ରେ ନିଯୁକ୍ତି କେଳେଙ୍କାରୀକୁ ନେଇ ତେଜୁଛି ଅସନ୍ତୋଷ । କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ପଦବୀରୁ ତଡ଼ା ଖାଇଥିବା କରିତକର୍ମା କୋଟିପତି ବିରଞ୍ଚି ସାହୁ କେବଳ ଜଣେ ନୁହଁନ୍ତି, ଦୀର୍ଘଦିନ ଧରି ଅନେକ ଲୋକଙ୍କ ସଂପୃକ୍ତିରେ ଏ ଦୁର୍ନୀତି ଚାଲିଥିବା ଅଭିଯୋଗ ଉଠିଛି । More