ସ୍ୱାସ୍ଥ୍ୟ ହିଁ ସଂପଦ । ଆମ ଶରୀର ପାଇଁ ସବୁଜ ପନିପରିବା ଖାଇବା ଅତ୍ୟନ୍ତ ଜରୁରୀ । ପନିପରିବା ମଧ୍ୟରେ ଭେଣ୍ଡିରେ ରହିଛି ଭରପୁର ଭିଟାମିନ୍ । ପୋଷକ ତତ୍ତ୍ୱରେ ଭରପୂର ଭେଣ୍ଡି । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍, ବିଟା କାରୋଟିନ୍, ଆଇରନ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ତେବେ ଆସନ୍ତୁ ଜାଣିବା ଭେଣ୍ଡିର ବିଭିନ୍ନ ଉପକାରିତା ବିଷୟରେ ।
ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ। ଫିକା ପଡ଼ିଗଲା ବାପାର ସେହ୍ନ ଓ ଭଲ ପାଇବା। ଶେଷରେ ଟଙ୍କା ପାଇଁ ବାପାକୁ ମାରିବାକୁ ପଛାଇଲେ ନାହିଁ ନିଜ ଜନ୍ମ କଲା ସନ୍ତାନ।
ଆସନ୍ତା ୧୬ ତାରିଖରୁ ପୁରୀ ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ମହାମାରୀର ଭୟାବହତା ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ କଟକଣା ଲାଗୁ କରାଯାଇଥିଲା । ଶବଦାହ ସମୟରେ କୋଭିଡ୍ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିପାରିବେ । ତେବେ ସ୍ୱର୍ଗଦ୍ୱାରରେ ଶବଦାହ କରିବାକୁ ମୃତକଙ୍କ କୋଭିଡ୍ ନେଗେଟିଭ ରିପୋର୍ଟ ଦେବା ବାଧ୍ୟତାମୂଳକ କରାଯାଇଛି । ଶନିବାର, ରବିବାର ସଟଡାଉନରେ କୌଣସି ଅସୁବିଧା ହେବନାହିଁ, ସଟଡାଉନରେ ମଧ୍ୟ ଶବଦାହ ହୋଇପାରିବ । ଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।
ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। CHSE କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଗଣଶିକ୍ଷା ମନ୍ତ୍ରୀ ରେଜଲ୍ଟ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନେ orissaresults.nic.in ୱେବ୍ସାଇଟ୍କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ।
ଚଳିତ ବର୍ଷ ଜୁଲାଇ ମାସର ତାପମାତ୍ରା ସବୁ ରେକର୍ଡ ଭାଙ୍ଗିଛି। ସାଧାରଣତଃ ଜୁଲାଇ ମାସରେ ବିଶ୍ୱର ତାପମାତ୍ରା ଅଧିକ ରହିଥାଏ, କିନ୍ତୁ ଚଳିତ ବର୍ଷ ତାପମାତ୍ରା ସବୁଠାରୁ ଅଧିକ ରେକର୍ଡ କରାଯାଇଛି।
ଆମ ଦେଶ ଅନେକ ବୀରଙ୍କର ପବିତ୍ର ରକ୍ତରେ ସ୍ୱାଧୀନତା ହାସଲ କରିଛି । ବର୍ଷ ବର୍ଷ ଧରି ଦାସତ୍ୱର ଶିକୁଳିରେ ବନ୍ଧା ହୋଇଥିବା ଭାରତ ୧୯୪୭ ମସିହାରେ ମୁକ୍ତ ହୋଇଛି। ଭାରତର ଏହି ମୁକ୍ତି ସଂଗ୍ରାମରେ ଝାସ ଦେଇ ଅନେକ ବୀର କାଳ କାଳ ପାଇଁ ଅମର ହୋଇ ରହିଯାଇଛନ୍ତି । ମାତୃଭୂମିର ସ୍ୱାଧୀନତା ପାଇଁ ହସି ହସି ପ୍ରାଣ ବଳୀ ଦେଇଛନ୍ତି । ଆଉ ଏହା ମଧ୍ୟରୁ ଆମେ ବି ଗର୍ବ କରୁ କାରଣ ଅନେକ ଓଡିଆ ସ୍ୱାଧୀନତା ସଂଗ୍ରାମୀ ଏଥିରେ ସାମିଲ ରହିଥିଲେ । ସ୍ୱାଧୀନତା ସଂଗ୍ରାମରେ କେବଳ ପୁରୁଷ ଯେ ସାମିଲ ହୋଇଥିଲେ ତାହା ନୁହେଁ ବରଂ ଅନେକ ମହିଳା ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯେଉଁମାନେ ଦେଶର ସ୍ୱାଧୀନତାରେ ଯୋଗ ଦେଇ ଥିଲେ । ଓଡିଶାର ସେହି ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶତକୋଟି ପ୍ରଣାମ, ଯେଉଁମାନେ ଏଥିରେ ସାମିଲ ହୋଇଥିଲେ ।
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏ ନେଇ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।
ବଳିଆକୁ ହରାଇବା ପରେ ଗୁମସୁମ୍ ହୋଇ ବସୁଥିବା ଜଗାର ମୁହଁରେ ହସ । କନ୍ଧମାଳ ଜିଲ୍ଲା ମେଲୁପଡ଼ା ଗାଁର ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-ବଳିଆଙ୍କ ଘରେ ଏବେ ଖୁସିର ଲହରୀ । କାରଣ ବଳିଆର ବିୟୋଗ ପରେ ଏକୁଟିଆ ହୋଇଯାଇଥିବା ଜଗା ପାଇଛି ସାଙ୍ଗଟିଏ । ତା’ ପାଇଁ ଖେଳିବା ଆଉ ବୁଲିବା ପାଇଁ ସାଙ୍ଗ ହୋଇ ଦୁନିଆକୁ ଆସିଛି ନବଜାତ ଭଉଣୀ ।
ବୁର୍ଲା ଭୀମସାର୍(Veer Surendra Sai Institute Of Medical Sciences And Research)ରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହୋଇଥିବା ୨ ଶିଶୁଙ୍କ ବୟସ ୮ ମାସ ଓ ୫ ବର୍ଷ ବୋଲି ଜଣାପଡ଼ିଛି।
ନୂଆ ରୂପ ନେବ ମୟୂରଭଞ୍ଜ ଜିଲ୍ଲାର ରେଳ ଐତିହ୍ୟ। ଭଙ୍ଗାଦଦରା ଭାବେ ଥିବା ମୟୂରଭଞ୍ଜ ରାଜତନ୍ତ୍ର ଅମଳର ରେଳ ଇଞ୍ଜିନ ଓ ଡବା ନୂଆ ରୂପ ନେବାକୁ ଯାଉଛି। ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟର ଏହି ରେଳ ଇଞ୍ଜିନ ଓ ରେଳ ଡବାର ପୁନରୁଦ୍ଧାର କରି ଏକ ନୂତନ ରେଳ ମ୍ୟୁଜିୟମ ନିର୍ମାଣ ହେବ।
ରାଜ୍ୟରେ ପୁଣି ୧୧ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୩ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୬୫୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୭୫ ରହିଛି।
କଳାରେ ୨ ଲକ୍ଷରୁ ଅଧିକ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ୫ ହଜାର ପିଲାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । କରୋନା ପାଇଁ ଏଥର ପରୀକ୍ଷା ବାତିଲ ହୋଇଥିବାରୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଫଳ ପ୍ରକାଶ କରାଯିବ ।
ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ । କଳାରେ ୨ ଲକ୍ଷରୁ ଅଧିକ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ୫ ହଜାର ପିଲାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । orissaresults.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ତେବେ ଆଜି କେଉଁ ସମୟରେ ଫଳ ପ୍ରକାଶ ପାଇବ, ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ସୂଚନା ଦିଆ ଯାଇନାହିଁ
ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ଓଡ଼ିଶା ପୌରପାଳିକା ନିୟମାବଳୀ-୧୯୯୪ର ଅଧ୍ୟାୟ ୩ରେ ସଂଶୋଧନ କରିଛନ୍ତି। ପୌରାଂଚଳ ଓ ବିଜ୍ଞପିତ ପରିଷଦର ଅଧ୍ୟକ୍ଷ ଏଣିକି ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ।
ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଏହି ପାଇଲଟ ପ୍ରୋଜେକ୍ଟ ବାଲେଶ୍ୱରରେ ଆରମ୍ଭ ହୋଇଛି। ତେବେ ପ୍ରକଳ୍ପ ପାଇଁ ଚଳିତବର୍ଷ ପ୍ରାୟ ୨ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ଓଡିଶାର ମତ୍ସ୍ୟଜୀବୀମାନେ ବେଶ ଲାଭବାନ ହୋଇପାରିବେ। ଆଗ୍ରାହୀ ଚାଷୀଙ୍କୁ ତାଲିମ ସହ ୬୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ମଧ୍ୟ ସରକାର ଯୋଗାଇବେ।
କଟକ ବାରବାଟୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ସରିଛି। ପୂର୍ବବର୍ଷ ଭଳି ଏ ବର୍ଷ ବି କରୋନା କଟକଣାରେ ଉତ୍ସବ ପାଳନ ହେବ। ଓଡ଼ିଶା ପୋଲିସ ଓ କମିଶନରେଟ ପୋଲିସର ଗୋଟିଏ ଲେଖାଏଁ ଗ୍ରୁପ ପରେଡ଼ରେ ଅଂଶଗ୍ରହଣ କରିବେ।
ଖୁବଶୀଘ୍ର ଏହାର ରୂପରେଖ ପ୍ରସ୍ତୁତ କରି ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ବି ଏଦିଗରେ କାର୍ଯ୍ୟ ଆରମ୍ଭ କରିଛି। ଭବିଷ୍ୟତରେ ମହାମାରୀ ଯୋଗୁ ପରୀକ୍ଷା ବାତିଲ ହେଲେ ବି କଲେଜ୍ ଏବଂ ପରିଷଦ ପାଖରେ ପିଲାଙ୍କ ପ୍ରଦର୍ଶନର ତଥ୍ୟ ରହିବ ଆଉ ସିବିଏସ୍ଇ ଭଳି ପିଲାଙ୍କୁ ଆସେସ୍ କରିବା ବି ସହଜ ହେବ।
ୟୁରିଆ ସାର ପାଇଁ ଚାଷୀଙ୍କ ରାସ୍ତାରୋକ୍ । ନବରଙ୍ଗପୁର ଜିଲ୍ଲାର ଗାନ୍ଧି ଛକ ନିକଟରେ ଶତାଧିକ ଚାଷୀ ଏବଂ ଜିଲ୍ଲା ବିଜେପି ଏହି ଧାରଣାରେ ସାମିଲ ହୋଇଥିଲେ ।
ନିଶାର ନିଆଁଧୂଆଁରେ ସତେ ଯେମିତି ଆକ୍ତାମାକ୍ତା ରାଜଧାନୀ। କାରଣ ଅଫିମ କାହିଁକି, ପୁଳା ପୁଳା ବ୍ରାଉନସୁଗାର ଜବତ ହେଉଛି ଭୁବନେଶ୍ୱର ସମେତ ଉପକଣ୍ଠରୁ। ଖୋର୍ଦ୍ଧା ପାଖରୁ ଗତକାଲି ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ସହ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍।
ରାୟଗଡ଼ା ଜିଲ୍ଲା ଅମ୍ବାଦଳା ନିକଟ ମଂଜରିକୋପା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେଥିରେ ଥିବା ସମସ୍ତ ୪ ଜଣଙ୍କ ମୃତ୍ୟୁ ହୋଇଛି ।
ଚଳିତବର୍ଷ ଆବଶ୍ୟକ ପରିମାଣରୁ କମ ବର୍ଷା ହୋଇଥିବାରୁ ପ୍ରଭାବିତ ହୋଇଛି ଚାଷୀକୁଳ । ଜୁନ୍ ମାସରେ ସ୍ୱାଭାବିକ ବର୍ଷା ହୋଇଥିବାରୁ ଚାଷୀକୁଳ ଧାନ ଚାଷ ପାଇଁ ନିଜ କ୍ଷେତକୁ ପ୍ରସ୍ତୁତ କରି ଚାଷ କାମ ଆରମ୍ଭ କରିଥିଲେ ।
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡିର ଏଭଳି ଘୋଷଣା ତୁଚ୍ଛା ଭେଳିକି ବୋଲି କହିଛନ୍ତି ବିରୋଧୀ। ରାଜ୍ୟ ବିଜେପି ଓବିସି ସେଲ୍ ମୁଖ୍ୟ କହିଛନ୍ତି, ଏହା ପଛୁଆବର୍ଗଙ୍କୁ ନୁହେଁ ବରଂ ବିଜେଡି ନେତାଙ୍କୁ ଥଇଥାନ ପାଇଁ ଯୋଜନା। ରାଜ୍ୟର ପ୍ରକୃତ ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବିଜେଡି ସରକାର ବଞ୍ଚିତ କରିଆସିଛି।
କରୋନା ଭୟ ଥିଲେ ବି ସ୍କୁଲ ଖୋଲା ଯାଇଥିବାରୁ ବାଧ୍ୟହୋଇ ପିଲାଙ୍କୁ ସ୍କୁଲ ଛାଡ଼ୁଛନ୍ତି ଅଭିଭାବକ। ସ୍କୁଲରେ ଅନ୍ୟ ପିଲାଙ୍କ ସହ ମିଶିବାକୁ ପଡ଼ୁଥିବାରୁ ଟୀକା ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ଶିଶୁରୋଗ ବିଶେଷଜ୍ଞଙ୍କ କହିବା କଥା, ସାଧାରଣ ଫ୍ଲୁ ଓ କୋଭିଡ୍ର ଲକ୍ଷଣରେ ବିଶେଷ ଫରକ୍ ନାହିଁ।
ପୁଣି ଖୋର୍ଦ୍ଧା ସହରରୁ ଜବତ ହେଲା ବ୍ରାଉନ ସୁଗର । ଗତକାଲି ୧ କେଜି ୩୨୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । ଖୋର୍ଦ୍ଧା ବସ୍ ଷ୍ଟାଣ୍ଡରେ ବ୍ରାଉନସୁଗର ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ନେଇ ଖବର ପାଇବା ପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଚଢ଼ଉ କରିଥିଲା ।