• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଚିଲି ମାଛ’ 

ଘରେ ଘରେ ମାଛକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଆମ ଘର ମାନଙ୍କରେ ବିଭିନ୍ନ ଶୈଳୀରେ ମାଛର ବିଭିନ୍ନ ରେସିପି ତିଆରି କରାଯାଇଥାଏ । ତେବେ ଆମେ ଆପଣମାନଙ୍କୁ ଆଜି ମାଛର ଏକ ଚଟପଟା ଓ ସରଳ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଚିଲି ମାଛ’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ଚିଲି ମାଛ ବନେଇବା ପାଇଁ ସାମଗ୍ରୀ: ରୋହି ପେଟି ମାଛ-୫ ପିସ୍, କ୍ୟାପସିକମ୍‌, ପିଆଜ, କଞ୍ଚା ଲଙ୍କା, ଅଦା, ରସୁଣ, ସିଜୱାଇନ୍‌ ସସ୍‌, ଟମାଟୋ ସସ୍‌, କର୍ଣ୍ଣଫ୍ଲୋର, ମଇଦା, ଗୋଟିଏ ଅଣ୍ଡା, ଗୋଲମରିଚ ଗୁଣ୍ଡ, ଲୁଣ, ରିଫାଇନ୍‌ ତେଲ,ଭିନେଗାର  ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କଡ଼େଇରେ ଅଳ୍ପ ପାଣି ଗରମ କରନ୍ତୁ । ମାଣି ଗରମ ହୋଇଗଲା ପରେ ମାଛ ପିସ୍ ଗୁଡିକ ଭଲଭାବେ ସିଝେଇ ଦିଅନ୍ତୁ।
  • ଏହାପରେ ସିଝା ମାଛରୁ କଣ୍ଟା କାଢି ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ ଏକ ପାତ୍ରରେ କର୍ଣ୍ଣଫ୍ଲୋର, ମଇଦା, ଗୋଲମରିଚ ଗୁଣ୍ଡ, ଲୁଣ, ସିଜୱାଇନ୍‌ ସସ୍‌ ଓ ଆଣ୍ଡାକୁ ଭାଙ୍ଗି ସେଥିରେ ମିଶାନ୍ତୁ 
  • ଏହାପରେ ସେଥିରେ ଅଳ୍ପ ପାଣି ମିଶାଇ ଏକ ପତଳା ମିଶ୍ରଣ ପ୍ରସ୍ତୁତ କରନ୍ତୁ
  • ଏକ ପ୍ଲେଟରେ କିଛି ମଇଦା ନିଅନ୍ତୁ ଏହାପରେ ମାଛ ଖଣ୍ଡ ଗୁଡିକ ମଇଦାରେ ଗୋଳାଇ ମିଶ୍ରଣରେ ବୁଡ଼ାନ୍ତୁ।
  • ଏହା ପରେ ଆଉ ଏକ ଏକ କଡେଇରେ ତେଲ ଗରମ କରନ୍ତୁ । ଏହାପରେ ମାଛର ମିଶ୍ରଣକୁ ପକାଇ ତାହାକୁ ଅଳ୍ପ ଆଞ୍ଚରେ ଫ୍ରାଏ କରି ଏକ ପାତ୍ରକୁ କାଢି ଦିଅନ୍ତୁ।
  • ଏହାପରେ ଆଉ ଏକ କଡେଇରେ ଅଳ୍ପ ତେଲ ପକାନ୍ତୁ ,ତେଲ ଗରମ ହେବା ପରେ ସେଥିରେ ଛୋଟ ଛୋଟ କଟା ହୋଇଥିବା ଅଦା, ରସୁଣ, କଞ୍ଚାଲଙ୍କା ପକାଇ ଫ୍ରାଏ କରନ୍ତୁ ଓ ଏହାପରେ ସେଥିରେ ପିଆଜ, କ୍ୟାପସିକମ୍‌ ପକାନ୍ତୁ।
  • ଅଳ୍ପ ଭାଜି ହୋଇଗଲା ପରେ ସେଥିରେ ଟମାଟୋ ସସ୍‌, ସୋୟା ସସ୍‌, ଭିନେଗାର ଓ ଅଳ୍ପ ଲୁଣ ପକାଇ ଗୋଳାଇ ଦିଅନ୍ତୁ ଓ ସେଥିରେ ଅଳ୍ପ ପାଣି ପକାଇ କିଛି ସମୟ ଫୁଟାନ୍ତୁ ।
  • ଏହାପରେ ଏକ ଛୋଟ ପାତ୍ରରେ କିଛି କର୍ଣ୍ଣଫ୍ଲୋର ନେଇ ସେଥିରେ ପାଣି ମିଶାଇ କଡେଇରେ ପକାନ୍ତୁ ।
  • କଡେଇରେ ପାଣି ଫୁଟିବା ପରେ ସେଥିରେ ଆଗରୁ ଛଣା ହୋଇଥିବା ମାଛକୁ ପକାଇ ଗୋଳାଇ ଦିଅନ୍ତୁ ।
  • ଏହାପରେ ଚୁଲିକୁ ବନ୍ଦ କରି ଏହାକୁ ଏକ ପ୍ଲେଟ୍ କୁ କାଢି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ଚିଲି ମାଛ’ । ଏହି ଚିଲି ମାଛ ରେସିପିଟିକୁ ରୁଟି କିମ୍ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ