ଆଇନରେ ପରିଣତ ହୋଇଛି ଓବିସି ସଂରକ୍ଷଣ ବିଲ୍। ରାଷ୍ଟ୍ରପତିଙ୍କ ମୋହର ପରେ ଏନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟମାନଙ୍କୁ ସଂରକ୍ଷଣ କ୍ଷମତା ଦେବାକୁ ସଂସଦରେ ୧୫୦ତମ ସମ୍ବିଧାନ ସଂଶୋଧନ ବିଲ ପାରିତ ହୋଇଥିଲା। ଏହାପରେ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯାଇଥିଲା। ରାଷ୍ଟ୍ରପତିଙ୍କ ମୋହର ପରେ ଓବିସି ସଂରକ୍ଷଣ ବିଲ୍ ଆଇନରେ ପରିଣତ ହୋଇଛି। ପୂର୍ବରୁ ଓବିସି ସଂରକ୍ଷଣ କ୍ଷମତା କେବଳ କେନ୍ଦ୍ର ସରକାରଙ୍କ ପାଖରେ ଥିଲା। ଏହି ବିଲ୍ ଆଇନ୍ରେ ପରିଣତ ହେବାପରେ ରାଜ୍ୟମାନେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କ୍ଷମତା ପାଇବେ।
ପୂର୍ବ ସିକିମ୍ରେ ଭାରତୀୟ ସେନାର ଶକ୍ତି ପ୍ରଦର୍ଶନ। ଭାରତୀୟ ସେନା ପକ୍ଷରୁ କରାଯାଇଛି ଗନ୍ ଡ୍ରିଲ। ଆପାତକାଳୀନ ସ୍ଥିତିରେ କିଭଳି ଶତ୍ରୁର ମୁକାବିଲା କରାଯିବ ତାହାର ଅଭ୍ୟାସ କରିଛନ୍ତି ଭାରତୀୟ ଯବାନ। ପୂର୍ବ ସିକିମ୍ରେ ମୁତୟନ ଥିବା ଯବାନ ନିଜ ଶକ୍ତି ପ୍ରଦର୍ଶନ ସହ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି କରିଛନ୍ତି।
ଢେଙ୍କାନାଳ ପରଜଂଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ବଅଁରପାଳ ଗାଁ ଛକ ନିକଟରେ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ସମୀର ନାଏକ। ରାତିରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି।
ଭୁବନେଶ୍ୱର ସାଲିଆ ସାହିରେ ଅବକାରୀ ବିଭାଗର ଚଢଉ। ପୋଚ୍ ଓ ଦେଶୀମଦ ତିଆରି କରୁଥିବା ଅଭିଯୋଗରେ ୬ ଜଣ ମହିଳାଙ୍କ ସହ ୮ ଜଣଙ୍କୁ ଗିରଫ କରାଯାଇଛି। ଚଢଉ ବେଳେ ଅବକାରୀ ବିଭାଗ ପକ୍ଷରୁ ୮ ଶହ ଲିଟର ପୋଚ୍ ଓ ୧ ହଜାର ଲିଟର ଦେଶୀ ମଦ ଜବତ କରାଯାଇଛି।
ବିଧାନସଭା ଅଧିବେଶନ ପୂର୍ବରୁ ଆସନ୍ତା ଅଗଷ୍ଟ ୨୭ରେ ବସିବ ସର୍ବଦଳୀୟ ବୈଠକ। ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ସେପ୍ଟେମ୍ବର ୧ରୁ ବିଧାନସଭା ଅଧିବେଶନ ଥିବାରୁ ଏହା ପୂର୍ବରୁ ବୈଠକ ଆହ୍ୱାନ କରାଯାଇଛି। ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ପାଇଁ ବୈଠକରେ ଆଲୋଚନା ହେବ। କୋଭିଡ କଟକଣା ଭିତରେ ଅଧିବେଶନ ଚାଲିବା ନେଇ ଏହି ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ମାଲକାନଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ କରଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ସଦର ମହକୁମା ସ୍ଥିତ ସଂସ୍କୃତି ଭବନରେ ବ୍ୟାପକ ଆୟୋଜନ କରାଯାଇଛି। ଏହି ସ୍ୱାସ୍ଥ୍ୟ ବୀମା କାର୍ଡରେ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷର ଚିକିତ୍ସା ସୁବିଧା ଥିବାବେଳେ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଛି। ଅଗଷ୍ଟ ୧୫ରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ।
ସିସିଟିଭିରେ କଏଦ ପେଟ୍ରୋଲ୍ ପମ୍ପରେ ଡକାୟତି ବେଳର ଦୃଶ୍ୟ। ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ପେଟ୍ରୋଲ ପମ୍ପରେ ଗତକାଲି ହୋଇଥିଲା ଲୁଟ୍। ଯାହାର ଲାଇଭ୍ ଫୁଟେଜ୍ ସିସିଟିଭିରେ କଏଦ ହୋଇଛି। ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ପେଟ୍ରୋଲ ପକାଇ ସାରିବା ପରେ ଟାଙ୍କି କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ଲୁଟ୍ କରିଥିଲେ। ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ହଠାତ୍ ବନ୍ଧୁକ ଦେଖାଇ କର୍ମଚାରୀଙ୍କ ବ୍ୟାଗ୍ ଛଡ଼ାଇ ନେଇଥିଲେ। ବ୍ୟାଗ୍ରେ ଲକ୍ଷାଧିକ ଟଙ୍କା ଥିଲା ବୋଲି ପମ୍ପ କର୍ମଚାରୀ କହିଛନ୍ତି। ତିଗିରିଆ ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ୍ପାଟ୍ ଘଟଣା ବଢ଼ି ଚାଲିଥିବାବେଳେ ପୋଲିସ ନିଷ୍କ୍ରିୟତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାୟଗଡ଼ାରେ ପହଞ୍ଚିବା ପରେ ମାଆ ମଝିଘରିଆଣୀ ମନ୍ଦିର ଯାଇ ଦର୍ଶନ କରିବା ସହ ବୃକ୍ଷରୋପଣ କରିଛନ୍ତି। ଏହାପରେ ଏକ ସମ୍ବର୍ଦ୍ଧନା ସଭାରେ ଦଳୀୟ ପଦାଧିକାରୀ ଓ କର୍ମୀଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଗତ ସନ୍ଧ୍ୟାରେ ହୀରାଖଣ୍ଡ ଏକ୍ସପ୍ରେସ ଯୋଗେ ରେଳ ମନ୍ତ୍ରୀ ରାୟଗଡ଼ା ଗସ୍ତ କରି ଆଜି ଭୋରରୁ ରାୟଗଡ଼ାରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ରେଳ ଷ୍ଟେସନ୍ରେ ସ୍ୱାଗତ କରାଯାଇଥିଲା। ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ନେଇ ବିଭିନ୍ନ ଜିଲ୍ଲା ବୁଲି କେନ୍ଦ୍ର ରେଳ ମନ୍ତ୍ରୀ ଜନତାଙ୍କୁ ଅବଗତ କରାଇବେ। ଏହାସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦାସଙ୍କୁ ରାୟଗଡ଼ାରେ ସାକ୍ଷାତ କରି ତାଙ୍କ ଆଶୀର୍ବାଦ ନେଇଛନ୍ତି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆଦିବାସୀଙ୍କ ଶିକ୍ଷାର ଉନ୍ନତି ଓ ଶାନ୍ତି ପାଇଁ ଅହରହ ଚେଷ୍ଟିତ ଶାନ୍ତି ଦାସଙ୍କୁ ଭେଟିବା ସମ୍ପର୍କରେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ।
ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅରୁଗୁଳ ସ୍ଥିତ ଭୁବନେଶ୍ୱର ଆଇ.ଆଇ.ଟି. ପରିସରରେ ପୁଷ୍ପଗିରି ଲେକଚର ହଲ କମ୍ପ୍ଲେକ୍ସ ଓ ରୁଷିକୂଲ୍ୟା ହଲକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ସରକାର ଅନୁଷ୍ଠାନର ଭିତ୍ତିଭୂମି ପାଇଁ ଦୁଇଟି ପର୍ଯ୍ୟାୟରେ ୧୨୬୦ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ, ୧୪୮ କୋଟି ଟଙ୍କାର ଆଧୁନିକ ଲେକଚର ହଲ ର୍ନିମାଣ ହୋଇଛି। ୩ଟି କୋଠାକୁ ନେଇ ଏହି ଲେକଚର ହଲ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି। ସେହିପରି ୮୦୦ ସିଟ୍ ବିଶିଷ୍ଟ ହଷ୍ଟେଲର ମଧ୍ୟ ଉଦଘାଟନ ହୋଇଛି। ଆଜିର ଏହି ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଆରଭି ରାଜା କୁମାର ଓ ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଆସନ୍ତା ସୋମବାର ଠାରୁ ଭଦ୍ରକ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବ। କୋଭିଡ୍ କଟକଣା ଭିତରେ ପ୍ରତ୍ୟେକ ଦିନ ସକାଳ ୬ ରୁ ରାତି ୮ ଘଟିକା ପର୍ଯ୍ୟନ୍ତ ମନ୍ଦିର ଗୁଡିକ ଭକ୍ତମାନଙ୍କ ପାଇଁ ଖୋଲା ରହିବ। ଶ୍ରଦ୍ଧାଳୁମାନେ ମନ୍ଦିର ଭିତରେ ଓ ବାହାରେ ମାସ୍କ ବ୍ୟବହାର କରିବେ। ମନ୍ଦିରର କୌଣସି ମୂର୍ତ୍ତି ଛୁଇଁ ପାରିବେ ନାହିଁ। ମନ୍ଦିର ପରିସରରେ ଅନ୍ନ ପ୍ରସାଦ ସେବନ, ବିବାହ, ବ୍ରତଘର କିମ୍ବା କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ବାବା ଆଖଣ୍ଡଳମଣିଙ୍କ ମନ୍ଦିର ମଧ୍ୟ ଖୋଲାଯିବ। ପ୍ରତ୍ୟେକ ଶନିବାର ଭକ୍ତ ଓ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶନିବାର ଦିନ ପୁରା ଆଖଣ୍ଡଳମଣି ମନ୍ଦିରକୁ ସାନିଟାଇଜିଂ କରାଯିବ।
ଏବେ ଆଉ ଏକ ନୂଆ ଫଙ୍ଗସ୍ର ଆବିଷ୍କାର ହୋଇଛି। ଭୁବନେଶ୍ୱର ଏମ୍ସ ଗବେଷକଙ୍କ ଏହି ନୂଆ ଫଙ୍ଗସ୍ର ଆବିଷ୍କାର କରିଛନ୍ତି। ଏନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ଏହି ନୂଆ ଫଙ୍ଗସ୍ର ନାଁ ‘ଅରୁଣାଲୋକେ’ ରଖାଯାଇଛି। More
ରାଜ୍ୟରେ ୨୪ ଘଣ୍ଟାରେ ୯୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୫୭୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪୧୨ ରହିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୨୮ ଜଣ ଶୂନରୁ ୧୮ ବର୍ଷ ବୟସର ଅଛନ୍ତି। More
ଅଲିମ୍ପିକ୍ସରେ ଭାରତର ସଫଳତା ପରେ ଏବେ ହକିକୁ ନେଇ ଲୋକଙ୍କ ମନରେ କ୍ରେଜ୍ ଦେଖା ଦେଇଥିବା ବେଳେ ସରକାରଙ୍କ ବି ଶୁଭଦୁଷ୍ଟି ଏହା ଉପରେ ପଡ଼ଛି। ହେଲେ ଆଜି ବି ଅନେକ ଖେଳାଳି ଓ କୋଚ୍ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଅପରିଚିତ ଭାବେ ଜୀବନ କାଟୁଛନ୍ତି। More
ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାଜ୍ୟ ରାଜନୀତି । ଗାଁ ଭୋଟରଙ୍କୁ ଆକର୍ଷିତ କରିବାକୁ ଗାଁ ମୁହାଁ ନେତା । ବିଜେପି ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଜିଠୁ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି । More
ତାଲିବାନ ଆତଙ୍କ ମଧ୍ୟରେ ଆଜି ଆଫଗାନିସ୍ତାନ ପାଳନ କରୁଛି ସ୍ୱାଧୀନତା ଦିବସ । ୧୯୧୯ ମସିହା୧୯ ତାରିଖ ଆଜିର ଦିନରେ ବ୍ରିଟିଶ କବଳରୁ ଆଫଗାନିସ୍ତାନ ସ୍ୱାଧୀନ ହୋଇଥିଲା । ତେବେ ଏହି ଅବସରରେ ତାଲିବାନ ଆଫଗାନିସ୍ତାନର ସ୍ୱାଧୀନତା ଦିବସ ପାଳନ କରି ଆମେରିକାରେ ଏହା "ବିଶ୍ୱ ଶକ୍ତି କହିବାର ଅହଂକାର" କୁ ପରାସ୍ତ କରିଛି ବୋଲି ଘୋଷଣା କରିଛି। କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ଶାନ୍ତି ବଜାୟ ରଖିବା ପ୍ରତିଶ୍ରୁତି ଦେଇଥିଲେ ବି ତାଲିବାନ ନିଜର ବର୍ବରତା ଦେଖାଇଛି । More
ବହୁ ଚର୍ଚ୍ଚିତ ପିହୁ ନିଖୋଜ ମାମଲାରେ ପୋଲିସ ମହାନିର୍ଦ୍ଦେଶକଙ୍କୁ NHRC ଙ୍କ ଜବାବ ତଲବ । ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବା ପାଇଁ ଡିଜିପିଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ । More
ବୋହୂର ଅଭିଯୋଗ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା । ମୋ ଜୀବନ ଏକ ଖୋଲାବହି ବୋଲି କହିଲେ ଭର୍ତ୍ତୃହରି ମହତାବ । ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ଜାଣିଥିଲେ କହିଲେ ଭର୍ତ୍ତୃହରି । More
ସୀମାନ୍ତବର୍ତ୍ତୀ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ପୁଣି ପ୍ରବେଶ । ସୀମାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିଭୂମି ପ୍ରସ୍ତର ସ୍ଥାପନ । ଫାଟୁସିନେରୀରେ ପଞ୍ଚାୟତ ଭବନ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ More