Advertisment

ରାତି ୨ଟାରେ ଫାର୍ମ ହାଉସ୍‌ରେ ପଶିଥିଲେ ଛାତ୍ରୀ, ସକାଳୁ ମିଳିଲା ମୃତଦେହ

ଏକ ଫାର୍ମ ହାଉସ୍‌ର ପୋଖରୀ ଭିତରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି। ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏହି ଫାର୍ମ ହାଉସ୍‌ର ପୋଖରୀ ଭିତରୁ ସନ୍ଦେହଜନକ ଅବସ୍ଥାରେ ସମ୍ପୃକ୍ତ ଛାତ୍ରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ରାତି ୨ଟାରେ ଫାର୍ମ ହାଉସ୍‌ରେ ପଶିଥିଲେ ଛାତ୍ରୀ, ସକାଳୁ ମିଳିଲା ମୃତଦେହ

Deadbody of a girl student

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ଫାର୍ମ ହାଉସ୍‌ର ପୋଖରୀ ଭିତରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି। ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏହି ଫାର୍ମ ହାଉସ୍‌ର ପୋଖରୀ ଭିତରୁ ସନ୍ଦେହଜନକ ଅବସ୍ଥାରେ ସମ୍ପୃକ୍ତ ଛାତ୍ରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣଙ୍କ ନୟାଗଡର ଜଣେ ପ୍ରଫେସରଙ୍କ ଝିଅ ବୋଲି ସୂଚନା ମିଳିଛି।

Advertisment

ମୃତଦେହ ଉଦ୍ଧାର ପରେ ସମ୍ପୃକ୍ତ ଛାତ୍ରୀଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସିସିଟିଭିରୁ ଜଣାପଡୁଛି ରାତି ୨ଟାରେ ସେ ଫାର୍ମ ହାଉସ୍‌କୁ ପଶିଛି।  ଏତେ ଅନ୍ଧାର ରାତିରେ, ଉଚ୍ଚ ପାଚେରୀ ଡେଇଁ ଆସିଲା କେମିତି ? ସେ ଆତ୍ମହତ୍ୟା କରିଥିବ ବୋଲି ମୁଁ ଭାବି ପାରୁନାହିଁ। ମନକୁ ମନ ସେ ଫାର୍ମ ହାଉସକୁ ଆସିଥିବ ବୋଲି ଭାବିପାରୁନି।  କୌଣସି ଲୋକ ହୁଏତ ତାକୁ ପ୍ରଲୋଭିତ କରି ଆଣିଥାଇପାରନ୍ତି ବୋଲି ମୃତ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି। 

Advertisment

ସେ ଆହୁରି କହିଛନ୍ତି, JEE ପରୀକ୍ଷାରେ ଝିଅର ଟିକେ ଖରାପ ହୋଇଥିଲା। ସେ ବହୁତ ମେଧାବୀ ଥିଲା ଏବଂ ଭଲ ଆର୍ଟ ମଧ୍ୟ କରୁଥିଲା। ପାଠପଢ଼ା ନେଇ ଘର ପକ୍ଷରୁ ତା’ ଉପରେ କୌଣସି ପ୍ରକାର ଚାପ ନଥିଲା।

Bhubaneswar Girl Student Dead Body Found Odisha
Advertisment
Advertisment