Advertisment

କୋରାପୁଟର କଫି କିଣିବ ଟାଟା କମ୍ପାନୀ, ଉତ୍ସାହିତ ଚାଷୀ

ଦେଶବିଦେଶରେ ମହକିବ କୋରାପୁଟ କଫି । ଟାଟା କମ୍ପାନୀ ଏହାକୁ କିଣିବା ପାଇଁ ଆଗ୍ରହ ଦେଖାଇବାପରେ ବେସ୍ ଉତ୍ସାହିତ ଅଛନ୍ତି କୋରାପୁଟର ଚାଷୀ । ବିଶେଷ କରି ଆଦିବାସୀ କଫି ଚାଷୀମାନଙ୍କ ମଧ୍ୟରେ ଦେଖାଦେଇଛି ଆନନ୍ଦ ଓ ଉତ୍ସାହ । କୋରାପୁଟ କଫିର ଚାହିଦା ବଢିବା ସହ ଆଦିବାସୀ ଚାଷୀଙ୍କ ଆର୍ଥିକ ଅବସ୍ଥା ସୁଧୁରିବାର ଆଶା ମଧ୍ୟ ଦେଖାଦେଇଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
କୋରାପୁଟର କଫି କିଣିବ ଟାଟା କମ୍ପାନୀ, ଉତ୍ସାହିତ ଚାଷୀ

cofee

କୋରାପୁଟ/ଲମଟାପୁର(ସୂର୍ଯ୍ୟ ନାରାୟଣ,ଜଗତ ଜୀବନ): ଦେଶବିଦେଶରେ ମହକିବ କୋରାପୁଟ କଫି । ଟାଟା କମ୍ପାନୀ ଏହାକୁ କିଣିବା ପାଇଁ ଆଗ୍ରହ ଦେଖାଇବାପରେ ବେସ୍ ଉତ୍ସାହିତ ଅଛନ୍ତି କୋରାପୁଟର ଚାଷୀ । ବିଶେଷ କରି ଆଦିବାସୀ କଫି ଚାଷୀମାନଙ୍କ ମଧ୍ୟରେ ଦେଖାଦେଇଛି ଆନନ୍ଦ ଓ ଉତ୍ସାହ । କୋରାପୁଟ କଫିର ଚାହିଦା ବଢିବା ସହ ଆଦିବାସୀ ଚାଷୀଙ୍କ ଆର୍ଥିକ ଅବସ୍ଥା ସୁଧୁରିବାର ଆଶା ମଧ୍ୟ ଦେଖାଦେଇଛି ।

Advertisment

ଏବେ ଆହୁରି ଅଧିକ ଆନନ୍ଦିତ ଓ ଅଧିକ ଉତ୍ସାହିତ କୋରାପୁଟର କଫି ଚାଷୀ । ଟାଟା କମ୍ପାନୀ ଏହି ଚାଷୀଙ୍କଠାରୁ କଫି କିଣିବା ପାଇଁ ଆଗ୍ରହ ଦେଖାଇବାପରେ ଏବେ ଚାଷୀ ମନରେ ଭରିଛି ହସ । କୋରାପୁଟ ସମେତ ଲକ୍ଷ୍ମୀପୁର, କାଶୀପୁର, ନନ୍ଦପୁର, ଲମତାପୁଟ ଓ ପଟାଙ୍ଗୀ ବ୍ଲକରେ କଫି ଚାଷ କରାଯାଏ । ସରକାରୀ ପ୍ରୋତ୍ସାହନରେ ଏଠାରୁ କୋରାପୁଟ କଫି ଉତ୍ପାଦିତ ହୋଇ ବଜାରରେ ଉପଲବ୍ଧ ହେଉଥିଲା ତେବେ ଟାଟା କମ୍ପାନୀର ନିଷ୍ପତ୍ତି ପରେ ଚଳିତ ବର୍ଷ ଆହୁରି ଅଧିକ କଫି ଉତ୍ପାଦିତ ହେବେ ବୋଲି ଅଶା ପ୍ରକାଶ କରିଛି କୋରାପୁଟ ଆଦିବାସୀ ଉନ୍ନୟନ ସମବାୟ ନିଗମ ।

ନିଗମ ଓ କୋରାପୁଟ ଅଗ୍ରୋ ପ୍ରଡ୍ୟୁସର ଲିମିଟେଡ ମିଳିତ ଭାବେ ଜିଲ୍ଲାର ବିଭିନ୍ନ କଫି ଚାଷୀଙ୍କଠାରୁ ପ୍ରାୟ ୬୦ ମେଟ୍ରିକ୍ ଟନ୍ କ୍ରୟ କରିଥିବାବେଳେ ୩୧ ମେଟ୍ରିକ ଟନ୍ ଚୋପା ଛଡା କଫି କର୍ଣ୍ଣାଟକକୁ ପଠାଇଛି । ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ କୋରାପୁଟ କଫିର ଚାହିଦା ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଚଳିତ ବର୍ଷ ୧୯୩ ଜଣ କଫି ଚାଷୀଙ୍କଠାରୁ ପ୍ରାୟ ୨୮ ହଜାର ୭୯୦ କଫି ଚେରି କ୍ରୟ କରାଯାଇଛି । ସେହିପରି ଏବର୍ଷ ଆହୁରି ଅଧିକ ୮୦ ହେକ୍ଟର ଜମିରେ କଫି ଚାଷ କରାଯାଇଥିବା ମଧ୍ୟ ସୂଚନା ମିଳିଛି ।

Advertisment

ସେହିପରି ଆଗାମୀ ଦିନରେ ଟାଟା କମ୍ପାନୀ ଆହୁରି କଫି କ୍ରୟ କରିବ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି । ଏବେ କୋରାପୁଟ କଫି ବ୍ରାଣ୍ଡ ପରିଚୟ ହାସଲ କରିବା ସହ ଆଦିବାସୀଙ୍କ ଜୀବନମାନରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି ।

Odisha Koraput Tata To Market Koraput Coffee
Advertisment
Advertisment