/odishatv-khabar/media/post_attachments/uploadimage/library/16_9/16_9_0/mamita__1635589041.jpg)
mamita
ମମିତାଙ୍କ ମା ଗୁରୁତର । ମୃତ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମା’ ତୁଳସୀ ମେହେରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ଛାତିରେ ଯନ୍ତ୍ରଣା ସାଙ୍ଗକୁ ବାରମ୍ବାର ଅଚେତ ହୋଇ ଯାଉଥିବା ସୂଚନା ମିଳିଛି । ତାଙ୍କର ଚିକିତ୍ସା ଲାଗି ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ପରିବାରର ଲୋକେ ସୂଚନା ଦେଇଛନ୍ତି । ଝିଅ ମମିତାଙ୍କୁ ହତ୍ୟା ପରେ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା ।
ସେପଟେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ନିଆଁ ଜଳୁଛି । ମମିତାଙ୍କ ପରିବାରକୁ ନ୍ୟାୟ, ଅଭିଯୁକ୍ତକୁ କଡ଼ା ଦଣ୍ଡ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି ନେଇ ଦିନକୁ ଦିନ ପ୍ରତିବାଦର ସ୍ୱର ତୀବ୍ର ହେଉଛି । ଏନେଇ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛି ବିଜେପି । ଆଜି କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତସିଂହପୁର, ବୌଦ୍ଧ ଏବଂ ଭଦ୍ରକରେ ବନ୍ଦ ଡାକରା ଦେଇଛି ଦଳ ।
Also Read
ବିଭିନ୍ନ ଛକରେ ଆନ୍ଦୋଳନ କରିବା ସହ ବିକ୍ଷୋଭ ଜାରି ରଖିଛି । ଭଦ୍ରକରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତସିଂହପୁର ଏବଂ ବୌଦ୍ଧ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଦଳ । ରାସ୍ତାରୋକ ହେବା ଯୋଗୁଁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଅଫିସ୍ ବନ୍ଦ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)