Advertisment

ନବୀନ ପଟ୍ଟନାୟକ କାହାର ନୁହଁନ୍ତି ବୋଲି ହଜାର ଥର ପ୍ରମାଣ ଦେଇ ସାରିଛନ୍ତି: ପ୍ରତାପ ଦେବ

ଯଦି ବିଜେଡି ସରକାରରେ କାହା ବିରୋଧରେ ଅଭିଯୋଗ ଆସେ ଆଉ ମୁଖ୍ୟମନ୍ତ୍ରୀ କନ୍‌ଭିନ୍ସ ହୁଅନ୍ତି ତେବେ ତାଙ୍କୁ ଡ୍ରପ୍ କରାଯାଏ। ପୂର୍ବରୁ ଏପରି ହୋଇଛି ଆଗକୁ ବି ଏପରି ହୋଇପାରେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ନେଇ ସାରା ରାଜ୍ୟରେ ବିରୋଧ ଓ ବିକ୍ଷୋଭ ହେବା ପରେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପ୍ରତାପ ଦେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJD leader Pratap Deb

BJD leader Pratap Deb

ଭୁବନେଶ୍ୱର: ଯଦି ବିଜେଡି ସରକାରରେ କାହା ବିରୋଧରେ ଅଭିଯୋଗ ଆସେ ଆଉ ମୁଖ୍ୟମନ୍ତ୍ରୀ କନ୍‌ଭିନ୍ସ ହୁଅନ୍ତି ତେବେ ତାଙ୍କୁ ଡ୍ରପ୍ କରାଯାଏ। ପୂର୍ବରୁ ଏପରି ହୋଇଛି ଆଗକୁ ବି ଏପରି ହୋଇପାରେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ନେଇ ସାରା ରାଜ୍ୟରେ ବିରୋଧ ଓ ବିକ୍ଷୋଭ ହେବା ପରେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପ୍ରତାପ ଦେବ।

Advertisment

ପ୍ରତାପ ଦେବ କହିଛନ୍ତି, ‘ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସ୍ପଷ୍ଟ ଭାବରେ ତାଙ୍କର ବିବୃତି ରଖିଛନ୍ତି। ଯଦି ତାଙ୍କ ସଂକ୍ରାନ୍ତରେ କିଛି ତଥ୍ୟ କିଛି, ତା’ହେଲେ ପୋଲିସ୍‌ କିମ୍ବା କୋର୍ଟରେ ଦିଅନ୍ତୁ ବୋଲି ମନ୍ତ୍ରୀ ଦିବ୍ୟଶଙ୍କର କହିଛନ୍ତି। ହେଲେ ସେମାନେ(ବିରୋଧୀ) ସେଥିରେ ସନ୍ତୁଷ୍ଟ ନୁହଁନ୍ତି, ରାଜନୀତିକରଣ କରୁଛନ୍ତି। ବିରୋଧୀ ଆମକୁ ନୈତିକତା ପଢ଼ାନ୍ତୁନି। ସିବିଆଇ କଥା ନକହିଲେ ଭଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୈତିକତା ପରୀକ୍ଷା ୨୦ ବର୍ଷ ହେଲା ଦେଇ ସାରିଛନ୍ତି। ଯଦି, କାହା ବିରୋଧରେ ଅଭିଯୋଗ ଆସେ ଆଉ ମୁଖ୍ୟମନ୍ତ୍ରୀ କନ୍‌ଭିନ୍ସ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀ କାହାକୁ ନମାନି ସଙ୍ଗେସଙ୍ଗେ ତାଙ୍କୁ ଡ୍ରପ୍ କରନ୍ତି। ନବୀନ ପଟ୍ଟନାୟକ କାହାର ନୁହଁନ୍ତି ବୋଲି ହଜାର ଥର ପ୍ରମାଣ ଦେଇ ସାରିଛନ୍ତି।’

ପ୍ରତାପ ଦେବ ଆହୁରି କହିଛନ୍ତି,‘ ନୀତି ଓ ନୈତିକତା ଉପରେ ବିଜେପି ନେତାମାନେ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରିବା ବନ୍ଦ କରିଦେବା ଉଚିତ୍‌। ଗତ ୨୧ ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକ ବହୁବାର ନୈତିକତାର ପରୀକ୍ଷା ଦେଇ ସାରିଛନ୍ତି। ଓଡ଼ିଶାରେ ସମସ୍ତେ ଜାଣନ୍ତି ନବୀନ ପଟ୍ଟନାୟକ କଣ। ଯଦି, ବିରୋଧୀଙ୍କ ପାଖରେ ପ୍ରମାଣ ଅଛି, ତା’ହେଲେ ମିଡିଆ ଟ୍ରାଏଲ ନକରି କୋର୍ଟକୁ ଯାଆନ୍ତୁ। ପ୍ରମାଣ ଥିଲେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବେ। ୨୦ ବର୍ଷରେ ନବୀନ ପଟ୍ଟନାୟକଙ୍କୁ କେତେଥର ପରୀକ୍ଷା କରିବେ ? ଆଉଥରେ ପରୀକ୍ଷା କରିବେ ? ତା’ହେଲେ ପରୀକ୍ଷା ହେବ, ବ୍ୟସ୍ତ ହୁଅନ୍ତୁନି। ଅତୀତରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଆଗକୁ ନେଇପାରନ୍ତି।’

Advertisment

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ତେଣୁ ବିରୋଧୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୀତି ନକରନ୍ତୁ ବୋଲି ପ୍ରତାପ ଦେବ କହିଛନ୍ତି। ଉତ୍ତରପ୍ରଦେଶରେ ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପ୍ରତାପ ଦେବ।

Dibya Shankar Mishra BJD Spokesperson Pratap Deb Mamita Meher Mamita Murder Case BJD Leader Pratap Deb
Advertisment
Advertisment