Advertisment

ଲୁଚା ଛପାରେ ମମିତାଙ୍କ ଭାଇଙ୍କୁ ଭେଟିଲେ ବିଜେଡି ନେତା !

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସାରା ରାଜ୍ୟରେ ପ୍ରତିବାଦ ଜୋର ଧରିଥିବା ବେଳେ କଣ୍ଟାବାଞ୍ଜିର ବିଜେଡି ନେତା ଅଜୟ ଦାସ ଝରଣୀ ଗାଁକୁ ଯାଇ ମମିତାଙ୍କ ଭାଇଙ୍କୁ ଭେଟିଛନ୍ତି। ଲୁଚା ଛପାରେ ବିଜେଡି ନେତା ମମିତାଙ୍କ ପରିବାରକୁ ଭେଟିଥିବା ଚର୍ଚ୍ଚା ହେଉଛି।

author-image
Rajalaxmi Sahoo
BJD Leader Meets Mamita's Brother

BJD Leader Meets Mamita's Brother

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସାରା ରାଜ୍ୟରେ ପ୍ରତିବାଦ ଜୋର ଧରିଥିବା ବେଳେ କଣ୍ଟାବାଞ୍ଜିର ବିଜେଡି ନେତା ଅଜୟ ଦାସ ଝରଣୀ ଗାଁକୁ ଯାଇ ମମିତାଙ୍କ ଭାଇଙ୍କୁ ଭେଟିଛନ୍ତି। ଲୁଚା ଛପାରେ ବିଜେଡି ନେତା ମମିତାଙ୍କ ପରିବାରକୁ ଭେଟିଥିବା ଚର୍ଚ୍ଚା ହେଉଛି। ଏପରିକି ହସ୍ପିଟାଲ ଯାଇଥିବା ମମିତାଙ୍କ ବାପାଙ୍କ ସହ ଅଜୟ ଦାସ କଥା ହୋଇଥିବା ସୂଚନା ମିଳିଛି।

Advertisment

ହତ୍ୟାର ଶିକାର ହୋଇଥିବା ମମିତାଙ୍କ ପରିବାରକୁ ବିଜେଡି ନେତା ସମବେଦନା ଜଣାଇବାକୁ ଯାଇଥିଲେ ନା ଅନ୍ୟ କିଛି ଉଦେଶ୍ୟରେ ଯାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ।  ଏନେଇ ମମିତାଙ୍କ ଭାଇ ମଧ୍ୟ କିଛି କହି ନାହାନ୍ତି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁ ଚର୍ଚ୍ଚାରେ ଥିବା ବେଳେ ବିଜେଡି ନେତା ତାଙ୍କ ପରିବାରକୁ ଭେଟିବା ଘଟଣାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

Advertisment

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ନେଇ ସାରା ରାଜ୍ୟରେ ବିରୋଧ ଓ ବିକ୍ଷୋଭ ହେବା ପରେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପ୍ରତାପ ଦେବ। ପ୍ରତାପ ଦେବ କହିଛନ୍ତି, ‘ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସ୍ପଷ୍ଟ ଭାବରେ ତାଙ୍କର ବିବୃତି ରଖିଛନ୍ତି। ଯଦି ତାଙ୍କ ସଂକ୍ରାନ୍ତରେ କିଛି ତଥ୍ୟ କିଛି, ତା’ହେଲେ ପୋଲିସ୍‌ କିମ୍ବା କୋର୍ଟରେ ଦିଅନ୍ତୁ ବୋଲି ମନ୍ତ୍ରୀ ଦିବ୍ୟଶଙ୍କର କହିଛନ୍ତି।

ସେପଟେ ମମିତା ହତ୍ୟା ମାମଲାକୁ ନେଇ ପୁଣି ବର୍ଷିଛି ବିଜେପି। ବିଜେପିର କେନ୍ଦ୍ରୀୟ ଟିମ୍ ପ୍ରେସ୍‌ମିଟ୍‌ କରି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛି। ମନ୍ତ୍ରୀ ଇସ୍ତଫା ଦେଇ ତଦନ୍ତର ସାମ୍ନା କରନ୍ତୁ ବୋଲି ବିଜେପି କହିଛି । 

Mamita Meher BJD BJP Mamita Murder Case Mamita Meher Murder Case
Advertisment
Advertisment