Advertisment

ବାଣ ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ

ଦୀପାବଳିରେ ବାଣ ଫୁଟିବ ନା ନାହିଁ, ଏନେଇ ସସପେନ୍ସ ଲାଗି ରହିଥିଲା। କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ। ତେବେ ରାଜ୍ୟରେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟ ଯାଇଥିଲା ବାଣ ବ୍ୟବସାୟୀ ସଂଘ।

author-image
Chandan Shishu
ଅଦ୍ୟତନ ହୋଇଛି
Green Cracker Permission

Green Cracker Permission

ଭୁବନେଶ୍ୱର: ଏଥର ଦୀପାବଳିରେ ଫୁଟିବ ବାଣ। ହେଲେ କେବଳ ଗ୍ରୀନ୍ କ୍ରାକରକୁ ହିଁ ଲୋକେ ଫୁଟାଇ ପାରିବେ। ଗ୍ରୀନ କ୍ରାକର୍ ଫୁଟାଇବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। କେବଳ ଦୀପାବଳି ଦିନ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ମିଲିଛି ଅନୁମତି ଦୀପାବଳିରେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବା ଲାଗି ଅନୁମତି ମିଳିଛି ପେଟ୍ରୋଲିଅମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ୍-PESO ଅନୁମତିପ୍ରାପ୍ତ କ୍ରାକର ଫୁଟାଇ ହେବ ବୋଲି କହିଛନ୍ତି ହାଇକୋର୍ଟ। 

Advertisment

ଗ୍ରୀନ କ୍ରାକର ଫୁଟାଇବା ଲାଗି ଅଲ୍ ଓଡ଼ିଶା ଫାୟାର ଡିଲର ଆସୋସିଏସନ ଅନୁମତି ମାଗିଥିଲା। ଏନେଇ ଏସ୍ଆ ରସି ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲେ।ଏହାପରେ ହାଇକୋର୍ଟ ଆଜି ରାୟ ଶୁଣାଇଛନ୍ତି।

ଦୀପାବଳିରେ ବାଣ ଫୁଟିବ ନା ନାହିଁ, ଏନେଇ ସସପେନ୍ସ ଲାଗି ରହିଥିଲା। କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ। ତେବେ ରାଜ୍ୟରେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟ ଯାଇଥିଲା ବାଣ ବ୍ୟବସାୟୀ ସଂଘ। ହାଇକୋର୍ଟ ଗତ ଶୁକ୍ରବାର ଆବେଦନର ଶୁଣାଣି କରି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ବାଣଫୁଟାକୁ ନେଇ NGT ଗାଇଡଲାଇନ୍ସ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶବଳୀ ଏବଂ କୋଭିଡ୍ ପ୍ରୋଟୋକଲ ତଥା ସଂକ୍ରମଣ ସ୍ଥିତିକୁ ନଜରରେ ରଖି SRC ବିଭିନ୍ନ ପକ୍ଷ ସହ ଆଲୋଚନା ପରେ ତାଙ୍କ ନିଷ୍ପତ୍ତି ଆଜି ସାଢ଼େ ୧୦ଟା ସୁଦ୍ଧା ହାଇକୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ରହିଥିଲା। 

Green Cracker Happy Diwali 2021 Odisha High Court
Advertisment
Advertisment