• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମମିତା ହତ୍ୟାକାଣ୍ଡ ମାମଲା

  • ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ବରଗଡରେ ବିଜେପି ପକ୍ଷରୁ ବନ୍ଦ ପାଳନ

  • ପିକେଟିଂ ସହ ବିଭିନ୍ନ ଛକରେ ରାସ୍ତା ଅବରୋଧ

  • ସକାଳ ୬ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ

ବରଗଡ଼ (ଦୀପକ କୁମାର ଶର୍ମା ) : ୮ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଆଜି ୮ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବରଗଡର ଦୋକାନ ବଜାର ବନ୍ଦ ସହ ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ଆଜି ସକାଳୁ ବରଗଡ଼ ବିଜେପି ପକ୍ଷରୁ ସହରରେ ପିକେଟିଂ କରିବା ସହ ବିଭିନ୍ନ ଛକ ମାନଙ୍କରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହି ବନ୍ଦ ପାଳନକୁ ଚାରିଆଡ଼ୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ ମିଳିଛି । ସେହିପରି ଜରୁରୀକାଳୀନ ସେବା ଭାବେ ଆମ୍ବୁଲାନ୍ସକୁ ଛାଡି ଦେଲେ ସମସ୍ତ ଯାନ ବାହାନ ଚଳାଚଳ ବନ୍ଦ ରହିଛି । ମମିତା ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଅଭିଯୋଗରେ ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରାଯାଇଛି ।

ଏହାସହ ବରଗଡ ଟାଉନ ଥାନାରେ ପୋଲିସ ହେପାଜତରେ ମୃତ୍ୟୁ ଘଟଣାରେ ପୋଲିସ କର୍ମଚାରୀଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି । ଗୋବିନ୍ଦ କୁମ୍ଭାରଙ୍କ ବିଧବା ପତ୍ନୀଙ୍କୁ ସରକାରୀ ଚାକିରୀ ପ୍ରଦାନ ତଥା ପରିବାରକୁ ଆଇନ ଅନୁଯାୟୀ ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରାଯାଇଛି ।

ସେପଟେ ମମିତା ମେହେର ମର୍ଡର ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଏସଡିପିଓ ଅଫିସ ଘେରାଉ କରାଯାଇଛି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ଏସଡିପିଓ ଅଫିସ ଘେରାଉ କରିଥିଲେ । ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ସହ ତାଙ୍କୁ ଗିରଫ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now