Advertisment

ତୈଳଦର ପ୍ରତିବାଦରେ ଆଜି ଆନ୍ଦୋଳନ କରିବ ଶାସକ ଦଳ

ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାଜ୍ୟ ବ୍ୟାପୀ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି ବିଜୁ ମହିଳା ଜନତା ଦଳ। ବିଶେଷ କରି ତେଲ ଦର ବହୁତ ବାଧୁଛି। ତେଲ ଦର ବଢ଼ିବା ଯୋଗୁଁ ବାକି ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବଢୁଛି

author-image
Sarbeswar
ଅଦ୍ୟତନ ହୋଇଛି
BJD

BJD

ଭୁବନେଶ୍ୱର: ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାଜ୍ୟ ବ୍ୟାପୀ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି ବିଜୁ ମହିଳା ଜନତା ଦଳ। ବିଶେଷ କରି ତେଲ ଦର ବହୁତ ବାଧୁଛି। ତେଲ ଦର ବଢ଼ିବା ଯୋଗୁଁ ବାକି ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବଢୁଛି। ଏଥିପାଇଁ ମୋଦି ସରକାରକୁ ଟାର୍ଗେଟ କରିଛି ବିଜେଡି । ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଆଇଓସିଲ୍ ଅଫିସ ଆଗରେ ଗଣଧାରଣା ଦିଆଯିବ।

Advertisment

ତା ସହିତ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯିବ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିବାକୁ ବିଜୁ ମହିଳା ଜନତା ଦଳ ନିଷ୍ପତ୍ତି ନେଇଛି। କେବଳ ଆଜି ନୁହେଁ ବରଂ ଗତକାଲି ମଧ୍ୟ ବିଜେଡ଼ି ପକ୍ଷକୁ ପ୍ରତିବାଦ କରାଯାଇଥିଲା।

Advertisment

ଦରବୃଦ୍ଧି ପ୍ରସଙ୍ଗକୁ ନେଇ ରାଜଧାନୀ ଭୁବନେଶ୍ୱରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରୁଛି। ଟ୍ରଲି, ସାଇକେଲ୍, ଶଗଡ଼ରେ ବସି ଗତକାଲି ପ୍ରତିବାଦ ଜଣାଇଛନ୍ତି ବିଜେଡି ନେତା ଓ ବିଧାୟକ। ବିକ୍ଷୋଭ ଶୋଭାଯାତ୍ରା କରିବା ସହ ରାଜଭବନ ନିକଟରେ ଆନ୍ଦୋଳନ ବି କରିଛନ୍ତି। ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି କାଠ ଚୁଲି ଧରି ବସିଥିଲେ ବିଜେଡି ମହିଳା ନେତ୍ରୀ । ଏହାପରେ ରାଜ୍ୟପାଳଙ୍କୁ ଭେଟି ଏନେଇ ସ୍ମାରକ ପତ୍ର ଦେଇଥିଲା ଦଳ। ବଢ଼ୁଥିବା ତୈଳ ଓ ରନ୍ଧନ ଗ୍ୟାସ ଦର ଖାଉଟିକୁ ବାଧୁଥିବା ବେଳେ ଏହାର ପ୍ରଭାବ ସମସ୍ତ ଲୋକଙ୍କ ଉପରେ ପଡ଼ୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି।

Bhubaneswar BJD Oil Price Hike
Advertisment
Advertisment