• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଜି ୩୫ ପଇସା ବୃଦ୍ଧି ସହ ସର୍ବୋଚ୍ଚ ସ୍ତରକୁ ଛୁଇଁଲା

  • ସେପଟେ କମର୍ସିଆଲ LPG ସିଲିଣ୍ଡର ଦର ୨୬୬ଟଙ୍କା ବୃଦ୍ଧି

  • ଅନ୍ୟପଟେ ବଜାରରେ ପରିବା ଦର ଆକାଶଛୁଆଁ

ଭୁବେନଶ୍ୱର : ସାଧାରଣ ଜନତାଙ୍କୁ ଅଣନିଶ୍ୱାସୀ କରୁଛି ତେଳ ଦର । ଗତ ୬ ଦିନ ଧରି ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ୍ ଦର । ଆଜି ପୁଣି ପୁଣି ବଢିଛି ତେଲ ଦର । ଉଭୟ ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱର ପେଟ୍ରୋଲ ଦର ୧୧୦ ଟଙ୍କା ୬୮ ପଇସା ଥିବା ବେଳେ ଡିଜେଲ ଦର ୧୦୭ଟଙ୍କା ୩୮ ପଇସାରେ ପହଞ୍ଚିଛି । ସେପଟେ ମାଲକାନଗିରିରେ ରେକର୍ଡ ଛୁଇଁଛି ତେଲ ଦର । ମାଲକାନଗିରିରେ ପେଟ୍ରୋଲ ୧୧୬ଟଙ୍କା ୬୧ ପଇସା ଓ ଡିଜେଲ ଦର ୧୧୩ ଟଙ୍କା ୧୨ ପଇସା ରହିଛି ।

ନଭେମ୍ବର ୧ରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ପ୍ରଥମ ଥର ପାଇଁ ଲିଟର ପିଛା ୧୧୦ ଟଙ୍କା ପାଖାପାଖି ପହଞ୍ଚିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୯.୬୯ ଥିବାବେଳେ ଡିଜେଲ ଲିଟର ୯୮.୪୨ ପଇସାରେ ବିକ୍ରି ହେଉଛନ୍ତି । ଏଥି ସହିତ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୧୫ ଟଙ୍କା ଅତିକ୍ରମ କରିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୫.୫୦ ଓ ଡିଜେଲ ୧୦୬.୬୨ ଟଙ୍କାରେ ବିକ୍ରି ହେଉଛି । ବର୍ତ୍ତମାନ ରାଞ୍ଚିରେ ପେଟ୍ରୋଲ ଏବଂ ଡିଜେଲ ମଧ୍ୟରେ ମାତ୍ର ୩ ପଇସା ବ୍ୟବଧାନ ବାକି ଅଛି । ଅନ୍ୟପଟେ ମଧ୍ୟପ୍ରଦେଶରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୨୦ରେ ବିକ୍ରି ହେଉଛି ।

ସେହିପରି ଆଜି ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି । କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ଏକାଥରେ ୨୬୬ ଟଙ୍କା ବୃଦ୍ଧି ପାଇଛି । ଏଥିସହ ଦିଲ୍ଲୀରେ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ୍ ୧୭୩୪ ଟଙ୍କାରୁ ୨ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଗତ କିଛି ଦିନ ଧରି ତେଳ ଦର ବଢୁଥିବା ବେଳେ କମର୍ସିଆଲ ଏଲପିଜି ସିଲିଣ୍ଡର ବଢିଥିବାରୁ ଖାଉଟିଙ୍କ ଚିନ୍ତା ବଢିଛି ।

ସେପଟେ କାର୍ତ୍ତିକ ମାସରେ ବଜାରରେ ପରିବା ଦର ଆକାଶଛୁଆଁ । ଅଧିକାଂଶ ପରିବା କିଲୋ ପ୍ରତି ୫୦ ଟଙ୍କା ଉପରେ ରହୁଛି । ବଜାରରେ ବାଇଗଣ, ଟମାଟୋ, ଭେଣ୍ଡି ଦର ଦେଖିଲେ ଗ୍ରାହକ ଚିନ୍ତା କରୁଛି କଣ ଓ କେତେ ପରିମାଣର ପରିବା ଘରକୁ ନେବ । ପୋଟଳ କିଲୋ ପିଛା ଚଢ଼ା ଦରରେ ବିକ୍ରି ହେଉଛି ।