Advertisment

ଆହ୍ୱାନ, ଗର୍ଜନ, ମିଶ୍ରଣ... ପ୍ରଦୀପ ମାଝୀଙ୍କ ହୋମ୍ ଗ୍ରାଉଣ୍ଡରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ପ୍ରଦୀପ ମାଝିଙ୍କ ଗଡ଼ ନବରଙ୍ଗପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ସଂକଳ୍ପ ସମାବେଶ, ମହାମିଶ୍ରଣ ପର୍ବ ଏବଂ ବିଶାଳ ସମାବେଶ ଆୟୋଜନ କରି, ଅବିଭକ୍ତ କୋରାପୁଟ ଜିଲ୍ଲା ଏବେବି କଂଗ୍ରେସର ଗଡ଼ ଅଛି ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଦଳର ବହୁ ହେଭିୱେଟ୍ । ଆଉ କହିଛନ୍ତି କଂଗ୍ରେସ ଏକ ପୁରୁଣା ଦଳ ।

author-image
Prangyan Parimita
Congress

Congress

ଭୁବନେଶ୍ୱର : ପ୍ରଦୀପ ମାଝିଙ୍କ ଗଡ଼ ନବରଙ୍ଗପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ସଂକଳ୍ପ ସମାବେଶ, ମହାମିଶ୍ରଣ ପର୍ବ ଏବଂ ବିଶାଳ ସମାବେଶ ଆୟୋଜନ କରି, ଅବିଭକ୍ତ କୋରାପୁଟ ଜିଲ୍ଲା ଏବେବି କଂଗ୍ରେସର ଗଡ଼ ଅଛି ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଦଳର ବହୁ ହେଭିୱେଟ୍ । ଆଉ କହିଛନ୍ତି କଂଗ୍ରେସ ଏକ ପୁରୁଣା ଦଳ । କିଏ ଦଳ ଛାଡ଼ିଲେ ପ୍ରଭାବ ପଡ଼ିବନି । ଅନ୍ୟପକ୍ଷରେ ଇନ୍ଦିରାଗାନ୍ଧୀଙ୍କ ସ୍ମୃତିଚାରଣ ପରିବର୍ତ୍ତେ ସଭାରେ କଂଗ୍ରେସର ରାଜନୈତିକ ଆଲୋଚନାକୁ ନିନ୍ଦା କରିଛନ୍ତି ପ୍ରଦୀପ ମାଝୀ ।

Advertisment

ଗତ ୨୨ ତାରିଖରେ ପ୍ରଦୀପ କଂଗ୍ରେସ ଛାଡ଼ିଥିବା ବେଳେ, ଗତକାଲି ନବରଙ୍ଗପୁର ପାପଡ଼ାହାଣ୍ଡି ଜଟାବାଲରେ ବିଶାଳ ସମାବେଶ ଆୟୋଜନ କରି, ଅବିଭକ୍ତ କୋରାପୁଟ ଜିଲ୍ଲା ଏବେବି କଂଗ୍ରେସର ଗଡ଼ ଅଛି ବୋଲି ବାର୍ତ୍ତା ଦେବାକୁ ଜୋରଦାର କସରତ କରିଛି ଦଳ । ଓଡ଼ିଶା ପ୍ରଭାରୀ ଚେଲା କୁମାର ପ୍ରଥମ ଥର ପାଇଁ ଜିଲ୍ଲାକୁ ଗସ୍ତ କରି ଏଥିରେ ଯୋଗ ଦେଇଥିବା ବେଳେ, ସହ ପ୍ରଭାରୀ ଭି. ରୁଦ୍ରରାଜୁ ଏବଂ ରାଜ୍ୟରୁ ହେଭିୱେଟଙ୍କ ମଧ୍ୟରେ ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ସାଂସଦ ସପ୍ତଗିରି ଉଲ୍ଲାକା, ଗଣେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆଉ ସମସ୍ତଙ୍କ ଟାର୍ଗେଟରେ ଥିଲେ ପ୍ରଦୀପ ମାଝୀ ।

ପ୍ରଦୀପଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି ପଦ ଦେବା ସତ୍ତ୍ୱେ ସେ ଦଳ ସହ ଓ ଆଦିବାସୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । ହେଲେ ଏହା ଦ୍ୱାରା କଂଗ୍ରେସକୁ କିଛି ବି ଫରକ ପଡ଼ିବନି ବୋଲି କହିଛନ୍ତି ସମସ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ବି ସେମାନଙ୍କ ନିଶାନାରେ ଥିଲେ ।

Advertisment

କ୍ରମାଗତ ୯ ଥର ସାଂସଦ ଖଗପତି ପ୍ରଧାନୀ ହୁଅନ୍ତୁ, ଅବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏକଦା କଂଗ୍ରେସର ଶକ୍ତିଶାଳୀ, ସୁରକ୍ଷିତ ତଥା ଭରସାଯୋଗ୍ୟ ଗଡ଼ ଥିଲା । ନବରଙ୍ଗପୁର ସମେତ ଅବିଭକ୍ତ କୋରାପୁଟ ଜିଲ୍ଲା ହେଲେ ଏବେ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି । ନିର୍ବାଚନରେ ଦୁର୍ବଳ ପ୍ରଦର୍ଶନ ସହ ବହୁ ଟାଣୁଆ ନେତାଙ୍କ ଦଳ ତ୍ୟାଗ ହାତ ପାଇଁ ଚିନ୍ତା ବଢ଼ାଇଛି । ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ଓ କୈଳାସ ଚନ୍ଦ୍ର କୁଲେସିକାଙ୍କ ପରେ ପୂର୍ବତନ ସାଂସଦ ପ୍ରଦୀପ ମାଝି ବି କଂଗ୍ରେସ ଛାଡ଼ି ବିଜେଡି ମୁହାଁ ହୋଇଛନ୍ତି ।

ଆସନ୍ତା ୬ ତାରିଖରେ ସେ ବିଜେଡିରେ ମିଶିବାକୁ ଘୋଷଣା କରିଥିବା ବେଳେ, ତା ପୂର୍ବରୁ କଂଗ୍ରେସର ଏଭଳି ଶକ୍ତି ପ୍ରଦର୍ଶନ ବହୁ ଗୁରୁତ୍ୱବହନ କରୁଛି । କେବଳ ଆଗାମୀ ପଞ୍ଚାୟତ ନିର୍ବାଚନ ନୁହେଁ, ୨୦୨୪ ସାଧାରଣ ନିର୍ବାଚନକୁ ମଧ୍ୟ ଦୃଷ୍ଟିରେ ରଖି କଂଗ୍ରେସ ଦକ୍ଷିଣରେ ଥିବା ନିଜ ଭୋଟ୍ ବ୍ୟାଙ୍କକୁ ସମ୍ଭାଳିବାକୁ ଚେଷ୍ଟା କରୁଥିବା ଗତକାଲିର ସମାବେଶରୁ ସ୍ପଷ୍ଟ ହେଉଛି ।

Congress South Odisha Pradip Majhi
Advertisment
Advertisment