/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635746983.jpg)
Vegitable Price
ଭୁବନେଶ୍ୱର: କାର୍ତ୍ତିକ ମାସରେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି। ଅଧିକାଂଶ ପରିବା କିଲୋ ପ୍ରତି ୫୦ ଟଙ୍କା ଉପରେ ରହୁଛି। ବଜାରରେ ବାଇଗଣ, ଟମାଟୋ, ଭେଣ୍ଡି ଦର ଦେଖିଲେ ଗ୍ରାହକ ଚିନ୍ତା କରୁଛି କଣ ଓ କେତେ ପରିମାଣର ପରିବା ଘରକୁ ନେବ। ପୋଟଳ କିଲୋ ପିଛା ଚଢ଼ା ଦରରେ ବିକ୍ରି ହେଉଛି । ପରିବା ଦର ଆକାଶ ଛୁଆଁ ହେବା ପରେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କଟକରେ ପିଆଜ ୫୦, ଭେଣ୍ଡି ୬୦, ପୋଟଳ ୮୦, କଲରା ୭୦, ବିନ୍ସ ୮୦, ଝୁଡ଼ଙ୍ଗ ୭୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ରାଜ୍ୟର ସମସ୍ତ ସହରରେ ଉଚ୍ଚା ରହିଛି ପରିବା ଦର ।
Advertisment
Also Read
ସେପଟେ କଟକ ଜିଲ୍ଲା ଟାଙ୍ଗୀ - ଚୌଦ୍ଵାର ବ୍ଲକ ଗରୁଡ ଗାଁ ପଞ୍ଚାୟତ ବିଶ୍ଵନାହାକାଣି ହାଟ ଉପରେ ନିର୍ଭର କରନ୍ତି ୫ଟି ପଞ୍ଚାୟତର ଲୋକେ । ସପ୍ତାହକୁ ଥରେ ଏଠୁ ପରିବା କିଣିବାକୁ ଆସି ଥାଆନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସ ବାସ କରୁଥିବା ଗ୍ରାମବାସୀ । ତେବେ ଏଠି ବି ଚଢା ଦରରେ ବିକ୍ରି ହେଉଛି ପରିବା। ଯାହାକୁ ନେଇ ଚିନ୍ତାରେ ଗ୍ରାହକ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)