• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଡ୍ରଗ୍ସ ରାକେଟ ଉପରେ ଅଭିଯୁକ୍ତକୁ ପଚରା ଉଚରା

  • କନ୍ଧମାଳରେ ଗଂଜେଇ ଚାଷ ନଷ୍ଟ

  • ୧୩ କୋଟି ଟଙ୍କାର ଗଂଜେଇ ଚାଷ ନଷ୍ଟ କରାଗଲା

ଭୁବନେଶ୍ୱର : ରାଜ୍ୟରେ ଥମୁନି ଡ୍ରଗ୍ସ କାରବାର । ମୟୂରଭଂଜ ଜିଲ୍ଲା ଉଦଳା ଥାନା ଯଇଦା ଗାଁରେ ଚଢ଼ାଉ କରି ଅବକାରୀ ବିଭାଗ ଓ ସ୍ପେସାଲ ସ୍କ୍ୱାର୍ଡ ଲକ୍ଷାଧିକ ଟଙ୍କାର ଡ୍ରଗ୍ସ ଜବତ କରିଛି । ଅଭିଯୁକ୍ତ ରଜତ କୁମାର କରକୁ ମଧ୍ୟ ଗିରଫ କରିଛି ମିଳିତ ଟିମ୍ । ରେଡ୍ ବେଳେ ରଜତର ଘରୁ ୧୦ ଗ୍ରାମର ବ୍ରାଉନ ସୁଗର ଜବତ ହୋଇଥିଲା । ଅଭିଯୁକ୍ତ ଜଣକ ବହୁ ଦିନରୁ ଡ୍ରଗ୍ସ କାରବାର କରୁଥିବା ଅବକାରୀ ବିଭାଗ ପାଖରେ ଖବର ଥିଲା । ତା ଉପରେ ନଜର ରଖାଯାଇଥିଲା ।

ଶେଷରେ ତା ଘରେ ଚଢାଉ କରି ବ୍ରାଉନ ସୁଗର ଜବତ କରାଯାଇଛି । ସେ କେଉଁଠାରୁ,କାହାଠାରୁ ଡ୍ରଗ୍ସ ଆଣୁଥିଲା, କାହାକୁ ବିକୁଥିଲା, ସେ ସଂପର୍କରେ ଅଭିଯୁକ୍ତକୁ ପଚରା ଉଚରା କରାଯାଉଛି । ଏହା ପଛରେ ଏକ ବଡ଼ ରାକେଟ ଥିବା ସନ୍ଦେହ କରାଯାଉଛି ।

ସେପଟେ କନ୍ଧମାଳ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗର ମିଳିତ ଟିମ୍ ଗୋଛାପଡ଼ା ଅଞ୍ଚଳର କେତେକ ଗାଁରେ ଚଢାଉ କରି କୋଟି କୋଟି ଟଙ୍କାର ଗଂଜେଇ ଗଛ ନଷ୍ଟ କରିଛନ୍ତି । ଜଙ୍ଗଲରେ ଏକ ପ୍ରକାର ଚାଷ କରାଯାଇଥିବା ୧୩୩ ଏକରର ଗଂଜେଇ ଗଛ ନଷ୍ଟ କରାଯାଇଛି । ଏହାର ମୂଲ୍ୟ ପ୍ରାୟ ୧୩ କୋଟି ହେବ ବୋଲି ଅନୁମାନ କରାଯାଉଛି । ପୋଲିସ ଓ ଅବକାରି ବିଭାଗର କନେଷ୍ଟବଳଙ୍କ ସହିତ ୩୦ରୁ ଅଧିକ ଶ୍ରମିକ ଏଥିରେ ନିୟୋଜିତ ହୋଇଥିଲେ ।