ଏବେ ଚାଲିଛି କାର୍ତ୍ତିକ ମାସ । ସାଧାରଣତଃ ଆମ ଘର ମାନଙ୍କରେ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କୁ ପନିର ଏକ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ପନିର୍ ପଲାଉ’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
‘ପନିର୍ ପଲାଉ’ ବନେଇବା ପାଇଁ ସାମଗ୍ରୀ:
ପନିର୍, ବାସୁମତୀ ଚାଉଳ, ପିଆଜ ଓ ରସୁଣ ପେଷ୍ଟ, କଟା ପିଆଜ, ଅଳେଇଚ, ଗୋଲମରିଚ, ତେଜ ପତ୍ର, ଲଙ୍କା ଗୁଣ୍ଡ, କଟା ଟମାଟୋ, ଡାଲଚିନି, ଜିରା, ଲୁଣ ଓ ତେଲ ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ବାସୁମତୀ ଚାଉଳକୁ ଭଲଭାବେ ଧୋଇ ଦିଅନ୍ତୁ
- ଚାଉଳକୁ ଭଲ ଭାବେ ଧୋଇ ଅଧଘଣ୍ଟା ଯାଏ ପାଣିରେ ବତୁରାଇ ଏକ ପାତ୍ରରେ ରଖି ଦିଅନ୍ତୁ।
- ଏହାପରେ ପନିର୍କୁ ସମାନ ଆକାରରେ କାଟି ଦିଅନ୍ତୁ ।
- ଏହାପରେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ ।
- କଡ଼େଇଇରେ ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜ ପକାନ୍ତୁ ।
- ଏହାପରେ ସେଥିରେ ରସୁଣ ପେଷ୍ଟକୁ ପକାଇ ଭଲ ଭାବରେ କଷନ୍ତୁ ।
- ଏହାପରେ ସେଥିରେ କଟା ଟମାଟୋ, ଲଙ୍କା ଗୁଣ୍ଡ, ପନିର୍ ଏବଂ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବରେ ଭାଜି ଦିଅନ୍ତୁ ।
- ପନିର୍ ଭାଜି ଗଲାପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
- ଚୁଲିରେ ଆଉ ଏକ କଡ଼େଇ ବସାଇ ଅଳ୍ପ ତେଲ ପକାନ୍ତୁ ।
- ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜ ଓ ମସଲା ପେଷ୍ଟ ଦେଇ ଭଲଭାବେ କଷନ୍ତୁ।
- ଏବେ ସେଥିରେ ଆଗରୁ ରଖାଯାଇଥିବା ଚାଉଳକୁ ଛାଣି ପକାଇ ଦିଅନ୍ତୁ।
- ଏହାକୁ ଅଳ୍ପ ଭାଜି ସେଥିରେ ୩ କପ୍ ପାଣି ଦିଅନ୍ତୁ ।