• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲାଙ୍ଗୀରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡିକୁ ଅଣ୍ଡାମାଡ । ଜିଲ୍ଲାର ନାରାୟଣଟିକ୍ରା ଠାରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି କଂଗ୍ରେସ କର୍ମୀ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଚଢେଇପଙ୍କ ଯାଉଥିଲେ । ଏହି ସମୟରେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ଏହି ଘଟଣାରେ ପୋଲିସ୍ ୨ ଜଣ କଂଗ୍ରେସ କର୍ମୀଙ୍କୁ ଉଠାଇନେଇଛି ।

ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ  ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା ଆଜି BSKY ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ନବରଙ୍ଗପୁର ଯାଉଥିବା ବେଳେ ସେଠାରେ ମଧ୍ୟ ଉଭୟ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିବା ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ବିଜେପି କର୍ମକର୍ତ୍ତା ଏହି ଅଣ୍ଡା ମାଡ଼ କରିଥିବା ବେଳେ ନବରଙ୍ଗପୁର ପୋଲିସ ଦୁଇ ବିଜେପି କର୍ମୀଙ୍କୁ ଅଟକ ରଖିଛି ।