• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ: ପୁଣି ଖାକିରେ ଲାଗିଲା ଦୁଷ୍କର୍ମ ଦାଗ । ରକ୍ଷକ ସାଜିଲା ଭକ୍ଷକ ! ଲୋକଙ୍କ ସୁରକ୍ଷା ପାଇଁ ରହିଛି ପୋଲିସ । ହେଲେ ସେହି ପୋଲିସ ପାଖରେ ହିଁ ଅସୁରକ୍ଷିତ ମଣୁଛନ୍ତି ଲୋକ । ଖାଲି ସେତିକି ନୁହେଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ମହିଳା ଥାନା ପ୍ରତିଷ୍ଠ କରିଛନ୍ତି । ମହିଳାଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ତଥା ଥାନାକୁ ଆସି ମହିଳାମାନେ ଯେଭଳି ହଟହଟା ନହୁଅନ୍ତୁ ସେଥିପାଇଁ ସରକାର ଏହି ମହିଳା ଥାନା ବ୍ୟବସ୍ଥା କରିଛନ୍ତି । ହେଲେ ଏହା କେବଳ ଏବେ କଥାରେ ବା ଘୋଷଣାରେ ସୀମିତ ଭଳି ଜଣାପଡ଼ୁଛି । କାରଣ ଅନେକ ସମୟରେ ମହିଳାଙ୍କୁ ଥାନାରେ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି ।

ଠିକ୍‌ ଏମିତି ଏକ ଘଟଣା, କଟକ ଜିଲ୍ଲା ଟଙ୍ଗୀ ଥାନା ମଙ୍ଗୁଳି ଫାଣ୍ଡିରେ ଘଟିଛି । ଫାଣ୍ଡି ଭିତରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ହୋମଗାର୍ଡଙ୍କ ସମେତ ତିନି ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ହୋମଗାର୍ଡ ଜଣକ ଡ୍ୟୁଟିରେ ଥିବା ବେଳେ ହିଁ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ଏନେଇ ଖୋଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରିଫ କରିବା ପରେ ତୁରନ୍ତ କୋର୍ଟ ଚାଲାଣ ମଧ୍ୟ କରିଛି । ତେବେ ଫାଣ୍ଡିରେ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ନେଇ ମହିଳା ଜଣକ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ । 

ସୂଚନାଯୋଗ୍ୟ, କଟକ ଜିଲ୍ଲା ମଙ୍ଗୁଳି ଫାଣ୍ଡିରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସେହି ଥାନାର ହୋମ୍‌ଗାର୍ଡ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହେଉଛନ୍ତି  ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପର । ତେବେ ଏହି ଘଟଣା ପରେ ପୋଲିସ ଉକ୍ତ ମହିଳାଙ୍କୁ ସଖି ଆଶ୍ରମରେ ରଖିଥିବା ଜଣାପଡିଛି ।