/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638028872.jpg)
Berhampur Tapaswini Case
ବ୍ରହ୍ମପୁର: ଆସନ୍ତା ୨୯ ତାରିଖ ଯାଏ ବ୍ରହ୍ମପୁର ସଖୀ କେନ୍ଦ୍ରରେ ରହିବେ ବୋହୂ ତପସ୍ୱିନୀ ଦାସ । ବ୍ରହ୍ମପୁର ବ୍ରହ୍ମାନଗରରେ ଧାରଣାରେ ବସିଥିବା ବୋହୂ ତପସ୍ୱିନୀ ଦାସଙ୍କ ଆବେଦନର ଶୁଣାଣି ବ୍ରହ୍ମପୁର SDJM କୋର୍ଟରେ ହୋଇଛି । ତେବେ ଆସନ୍ତା ୨୯ରେ କୋର୍ଟ ରାୟ ପ୍ରକାଶ କରିବେ । ସେ ପର୍ଯ୍ୟନ୍ତ ତପସ୍ୱିନୀଙ୍କୁ ବ୍ରହ୍ମପୁର ସଖି କେନ୍ଦ୍ରରେ ରଖିବାକୁ କୋର୍ଟ କହିଛନ୍ତି । ବୈଦନାଥପୁର ପୋଲିସ ସୁରକ୍ଷା ଦାୟିତ୍ୱରେ ରହିବେ ।
ସେପଟେ ବୋହୂ ତପସ୍ୱିନୀ କହିଛନ୍ତି ‘ମୁଁ ସଖି କେନ୍ଦ୍ରକୁ ଯିବିନି । ମୋ ପ୍ରତି ଅନ୍ୟାୟ ହୋଇଛି ।ମୁଁ ଯେଉଁଠି ବସିଥିଲି ସେଇଠି ବସିବି । ମୋତେ ବୋହୂ ହିସାବରେ ନନେବା ଯାଏ ମୁଁ ବସିବି ବୋଲି କହିଛନ୍ତି ତପସ୍ୱିନୀ ।’
ବ୍ରହ୍ମପୁର ସ୍ଥିତ ବ୍ରହ୍ମାନଗରରେ ଥିବା ଶ୍ୱଶୁର ଘର ଆଗରେ ୬ ଦିନ ହେଲା ଧାରଣାରେ ବସିଥିଲେ ତପସ୍ୱିନୀ, ସ୍ୱାମୀଙ୍କ ସହ ରହିବାକୁ ଦାବି କରି ସେ ଧାରଣା ଦେଇଥିଲେ । ପରେ ଏନେଇ ବ୍ରହ୍ମପୁର SDJMଙ୍କ କୋର୍ଟରେ ଆବେଦନ କରିଥିଲେ । କୋର୍ଟରେ ଆଜି ମାମଲାର ଶୁଣାଣି ହୋଇଥିଲା । ସେପଟେ କୋର୍ଟ ଯାହା ରାୟ ଦେବେ ତାକୁ ଗ୍ରହଣ କରିବି ବୋଲି କହିଛନ୍ତି ଶ୍ୱଶୁର ପ୍ରମୋଦ ସାହୁ ।
ସୂଚନାଯୋଗ୍ୟ, ଶ୍ୱଶୂର ଘର ଆଗରେ ଦୀର୍ଘ ୫ ଦିନରୁ ଅଧିକ ସମୟ ଧରି ଧାରଣା ଦେଇଥିବା ବୋହୂକୁ ଆପଣେଇ ନେବା ପାଇଁ ଚାରିଆଡୁ ଉଠିଥିଲା ସ୍ୱର । ବହୁ ସମାଜସେବୀ, ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ତପସ୍ୱିନୀଙ୍କୁ ସମର୍ଥନ ଜଣାଇଥିବା ବେଳେ ନ୍ୟାୟ ପାଇଁ ବହୁମାତ୍ରାରେ ସ୍ଥାନୀୟ ଲୋକ ଏକାଠି ହୋଇଥିବା ଦେଖାଯାଇଛି । ତପସ୍ୱିନୀଙ୍କ ଶ୍ୱଶୂର ଘର ନିକଟରେ ଏକାଠି ହୋଇ ତପସ୍ୱିନୀଙ୍କୁ ଘରକୁ ନେବା ପାଇଁ କହିବା ସହ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିଲେ ସ୍ଥାନୀୟବାସିନ୍ଦା । ଏହି ସବୁ ଘଟଣା ଦିନକ ପୂର୍ବରୁ ଘଟିଥିବା ବେଳେ ଲାଗୁଥିଲା ସହଜରେ ହୋଇଯିବ ସବୁ ସମସ୍ୟାର ସମାଧାନ । ଶ୍ୱଶୂର ଆପଣାଇ ନେବେ ବୋହୂକୁ । ହେଲେ ତାହା ହେଲା ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)