• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକ : ପୂର୍ବତନ ଓଏଏସ ଅଫିସରଙ୍କ ନାଁରେ ଏତଲା । ଜାଲ ବିଲ୍ କରି ୨ କୋଟି ଟଙ୍କା ହଡପ ଅଭିଯୋଗରେ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ପୁରୀଘାଟ ଥାନାରେ ଏତଲା ଦିଆଯାଇଛି । ପୂର୍ବତନ ସିଏମସି ଡେପୁଟି ସେକ୍ରେଟାରୀ ଏବଂ ଜଣେ କେୟାର ଟେକର୍ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ତେବେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ସିଏମସି ଜଏଣ୍ଟ କମିଶନର ଏତଲା ଦେବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଜାଲ ରସିଦରେ ଚାଲିଥିଲା ମଣ୍ଡପ ବୁକିଂ । ଲୋକେ ଟଙ୍କା ଦେଇ ବୁକିଂ କରୁଥିଲେ ମଣ୍ଡପ, ହେଲେ ସିଏମସି ଖାତାକୁ ନଯାଇ ତତ୍କାଳୀନ ସିଏମସି ଡେପୁଟି ସେକ୍ରେଟାରୀ ନିର୍ମଳ ନାୟକଙ୍କ ପକେଟକୁ ଯାଉଥିଲା ଟଙ୍କା । ବର୍ଷ ବର୍ଷ ଧରି ଜାଲ ରସିଦରେ ଚାଲିଥିଲା ଏଭଳି ଠକାମୀ । ଆଉ ଏହି ଠକେଇରେ ସମୂର୍ଣ୍ଣ ସହଯୋଗ କରିଥିଲେ ଶହୀଦଭବନ ଏବଂ ସିଏମସି କଲ୍ୟାଣ ମଣ୍ଡପର ପୂର୍ବତନ କେୟାର ଟେକର ପ୍ରଦୀପ ସାମଲ ।

ପ୍ରାୟ ୨କୋଟିରୁ ଅଧିକ ଟଙ୍କା ଠକେଇ ନେଇ ଅଡିଟ୍ ରିପୋର୍ଟରୁ ହୋଇଥିଲା ସ୍ପଷ୍ଟ । ଶହୀଦଭବନ ଓ ସିଏମସି କଲ୍ୟାଣ ମଣ୍ଡପ ବୁକିଂରେ ଏଭଳି ଠକେଇ ହୋଇଥିବା ନେଇ ୨୦୧୬ରେ ସିଏମସି ଅଡିଟ୍ ରିପୋର୍ଟରେ ଧରାପଡିଥିଲା । ଜଣେ ବ୍ୟକ୍ତି ଏନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ । ।

୨୦୧୬ ମସିହାରେ ଅଫଲାଇନ୍ ମାଧ୍ୟମରେ ଶହୀଦଭବନ ଏବଂ କଲ୍ୟାଣ ମଣ୍ଡପ କରାଯାଉଥିଲା ବୁକିଂ । ସେତେବେଳେ ଲୋକଙ୍କୁ ଜାଲ୍ ବିଲ୍ ଦେଇ ହଡପ କରାଯାଉଥିଲା ଟଙ୍କା ସିଏମସି ଅଡିଟ୍ ଟିମ୍ ଏହି ଚଞ୍ଚକତାକୁ ଧରିବା ପରେ ତତ୍କାଳୀନ କେୟାର ଟେକର ପ୍ରଦୀପ ସାମଲଙ୍କୁ ସସପେଣ୍ଡ୍ କରାଯାଇଥିଲା । ଏମିତିକି ପ୍ରଦୀପଙ୍କ ନାଁରେ ବି ଦିଆଯାଇଥିଲା ଏତଲା । ପରେ ପ୍ରଦୀପ ହାଇକୋର୍ଟରୁ ପାଇଥିଲେ ଜାମିନ୍ ।

କେବଳ କେୟାର ଟେକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ, ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଦୁର୍ନୀତିର ତଦନ୍ତ ପାଇଁ ଜଣେ ବ୍ୟକ୍ତି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନେଇ ଏତଲା ଦେବା ପାଇଁ ସିଏମସିକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ ।