• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିନିକା( ଦିଲ୍ଲୀପ କୁମାର ସାହୁ) : କାହିଁ କେତେ କାଳରୁ ଅଙ୍ଗନଦୀ ମଝି ପଥର ଖୋଳରେ ପୂଜା ପାଉଛନ୍ତି କାଳେଶ୍ୱର ବାବା । ହେଲେ ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡିରହିଛି ବାବା କାଳେଶ୍ୱରଙ୍କ ପୀଠ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସଂସାମୁରାର ଏହି ଶୈବ ପୀଠ କାହିଁ କେତେ ଦିନର ପୁରୁଣା । ବର୍ଷ ତମାମ ଏହି ପୀଠରେ ଜାନିଯାତ୍ରା ହେଉଥିବା ବେଳେ ବାବାଙ୍କ ଦର୍ଶନ କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥାଏ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୀଠକୁ ରାସ୍ତା ଓ ପୋଲ ଟିଏ ତିଆରି ହୋଇନଥିବାରୁ ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତ ମାନେ ମୁହଁମୋଡି ଦେଉଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ପଚାଂୟତ ସଂସାମୁରା ଗାଁର ଅଙ୍ଗନଦୀ ମଝିରେ ପଥର ଖୋଳ ଭିତରେ ଥିବା ବାବା କାଳେଶ୍ୱରଙ୍କ ପୀଠ । ଏଠାରେ ବାବା କାଳେଶ୍ୱର କାହିଁ କେତେ ଦିନରୁ ପୂଜା ପାଇଁ ଆସୁଛନ୍ତି । ଛୋଟରୁ ବଡ ସମସ୍ତେ ଅଙ୍ଗନଦୀର ଛାତିଏ ପାଣି ଭିତରେ ବିପଦ ସଙ୍କୁଳ ଅବସ୍ଥାରେ ବାବା କାଳେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଯାଉଛନ୍ତି । କେତେ ବେଳେ ଯେ କିଏ ନଦୀରେ ଭାସିଯିବ ତାହା ମଧ୍ୟ କହିହେବ ନାହିଁ । କେବଳ ଏଇ ସମସ୍ୟା ନୁହେଁ ରାସ୍ତାସାରା ବଡବଡ ଖାଲଢିପ ହୋଇ ମରଣଯନ୍ତା ପାଳଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୀଠର ବିକାଶ ଦୀଗ ଉପରେ ସରକାରଙ୍କ ଶୁଭ ନଜର ପଡୁନଥିବା ଅଭିଯୋଗ ହୋଇଛି ।

ଏହି ପୀଠକୁ ଯିବାପାଇଁ ଭଳ ରାସ୍ତାଟିଏ ନଥିବା ବେଳେ ଏ ପର୍ଯ୍ୟନ୍ତ ପୋଲଟିଏ ମଧ୍ୟ ତିଆରି ହୋଇପାରିନାହିଁ । ଫଳରେ ଏହି ପୀଠକୁ ଦୁର ଦୁରାନ୍ତରୁ ଆସୁଥିବା ଶହଶହ ଶ୍ରଦ୍ଧାଳୁ ଭକ୍ତ ମାନେ ମୁହଁ ମୋଡି ଦେଉଛନ୍ତି । ତୁରନ୍ତ ରାସ୍ତା ତିଆରି କରିବା ସହିତ ପୋଲଟିଏ ମଧ୍ୟ ତିଆରି କରିବା ପାଇଁ ଲୋକେ ଦାବୀ କରିଛନ୍ତି ।

ସଂସାମୁଗା ଗାଁ ନିକଟରେ ଥିବା ଅଙ୍ଗନଦୀ ମଝିରେ ପ୍ରାକୃତିକ ସୈାନ୍ଦର୍ଯ୍ୟଭରା ପରିବେଶରେ ପଥର ଖୋଳ ଭିତରେ ବାବା କାଳେଶ୍ୱରଙ୍କୁ ନାଏକ ପରିବାର ରୀତିନୀତି ଅନୁସାରେ ପୁଜାର୍ଚ୍ଚନା କରି ଆସୁଛନ୍ତି । ବର୍ଷ ତମାମ ଏହି ପୀଠରେ ବାବା କାଳେଶ୍ୱରଙ୍କ ଦର୍ଶନ ପାଇଁ ବହୁଦୁର ଦୂରାନ୍ତରରୁ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସମାଗମ ହୋଇଥାଏ । ସେହିପରି ଶ୍ରାବଣ ମାସରେ ମଧ୍ୟ ବୋଲବମ୍ ଭକ୍ତଙ୍କ ବିପୁଳ ସମାଗମ ହୋଇଥାଏ । ଅପରପକ୍ଷରେ ଏନେଇ ବିନିକା ବିଡିଓଙ୍କୁ ପଚାରିବାରୁ ବ୍ରିଜ ତିଆରି ପାଇଁ ନିହାତି ଭାବେ ଧ୍ୟାନ ଦେବା ସହିତ ରାସ୍ତା ତିଆରି ପାଇଁ ପ୍ରଶାସନ ତରଫରୁ ନିହାତି ଚେଷ୍ଟା କରିବୁବୋଲି କହିଛନ୍ତି ।