ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
କିଛି ଦିନର ନିରବତା ପରେ ବଲାଙ୍ଗିର ଜିଲ୍ଲାରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ନକ୍ସଲ । ଖପ୍ରାଖୋଲ ନିକଟ ଜଙ୍ଗଲରେ ମୁହାଁମୁହିଁ ବେଳେ ପୋଲିସ ଗୁଳିରେ ଜଣେ କ୍ୟାଡର ନକ୍ସଲ ନିହତ ହୋଇଛି । ମୃତକର ନାଁ ହେଲା ଶଙ୍କର । ସେ ଏସିଏମ୍ ରାଙ୍କର ଥିଲା । ଆଉ ୩ ଜଣ ନକ୍ସଲ ଫେରାର ହୋଇଯାଇଥିଲେ । ଏହାପରେ କାଲିଠୁ ସେହି ଅଞ୍ଚଳରେ କୁମ୍ବିଂ ଅପରେସନ୍ ଜୋରଦାର କରାଯାଇଛି । କାଲି ରାତିରେ ଖପ୍ରାଖୋଲ ବ୍ଲକର ଜୁନାନିବାହାଲ ଗାଁକୁ ୩ ଜଣ ମାଓବାଦୀ ଆସିଥିବା ଖବର ପାଇଥିଲା ଖପ୍ରାଖୋଲ ପୋଲିସ । ଏସ୍ପିଙ୍କ ନିର୍ଦ୍ଦେଶରେ ଖପ୍ରାଖୋଲ ଥାନା ଅଧିକାରୀ ଡିଭିଏଫ୍ ଟିମ୍ ସହିତ ଅପରେସନ୍ ଆରମ୍ଭ କରିଥିଲେ । ଉଭୟ ପଟୁ ଗୁଳିବିନିମୟ ହୋଇଥିଲା । ଶେଷରେ ପୋଲିସ ଗୁଳିରେ ଜଣେ କ୍ୟାଡର ନକ୍ସଲ ନିହତ ହୋଇଥିଲା । ସେପଟେ ମାଓ ସ୍ଥିତିର ସମୀକ୍ଷା ପାଇଁ ବଲାଙ୍ଗିରରେ ପହଞ୍ଚିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ହିଂସାର ବାଟ ତ୍ୟାଗ କରିବାକୁ ମାଓବାଦୀଙ୍କୁ ସେ ଆହ୍ବାନ ଦେବା ସହିତ ଏହି ଅପରେସନର ସଫଳତା ପାଇଁ ପୋଲିସକୁ ପ୍ରଶଂସା କରିଛନ୍ତି ।
ବିଧାନସଭାର ଶୀତକାଳୀନ ଅଧିବେଶନରେ କଂଗ୍ରେସ ଦର ଦାମ ବୃଦ୍ଧି, ନାରୀ ନିର୍ଯାତନାକୁ ମୁଖ୍ୟ ପ୍ରସଙ୍ଗ କରିବ । ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସ ଟାର୍ଗେଟ କାରିବ ବୋଲି କହିଛି । ବିଧାନସଭାରେ ଆଲୋଚନାରେ ଭାଗ ନେବୁ, ଦରକାର ପଡ଼ିଲେ ବିରୋଧ ବି କରିବୁ । ତେବେ ବାଚସ୍ପତି କଟକଣା ଲଗାଇଲେ ତାକୁ ବିରୋଧ କରିବୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଗୃହରେ ବିରୋଧ କରିବା ନେଇ ପୂର୍ବରୁ ସାଲୁଜା କହିଛନ୍ତି ୯ଜଣ ବିଧାୟକ ବସି ଏ ବାବାଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ ।
ଦେବଗଡ଼ କଲା ଟୋଲ୍ ଗେଟ୍ ପାଖରେ ରବୀନ୍ଦ୍ର ଗାଡ଼ି ରଖି ପରିସ୍ରା ଯାଇଥିବାବେଳେ ୩ ଯୁବକ ବାଇକରେ ଆସି ତାଙ୍କୁ କାବୁ କରିଥିଲେ । ଜଣେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାର ପଛ ସିଟ୍ରେ ବସାଇଥିଲା । More
ମାୟାନଗରୀ ମୁମ୍ବାଇରେ ଚମକିଲେ ଓଡିଆ ଝିଅ । ଢେଙ୍କାନାଳର ଝିଅ ସ୍ୱପ୍ନା ପ୍ରିୟଦର୍ଶିନୀ ‘ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । More
କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଲା ହାର୍ଡକୋର୍ କଣ୍ଟ୍ରାକ୍ଟ କିଲର୍। ୧୦ ମିନିଟ୍ ଧରି ଧସ୍ତାଧସ୍ତି ପରେ ପୋଲିସ ଏହି ହାର୍ଡକୋର୍ କଣ୍ଟ୍ରାକ୍ଟ କିଲର୍କୁ କାବୁ କରିବାରେ ସଫଳ ହୋଇଥିଲା। More
ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ରଟି ବାତ୍ୟାର ରୂପ ନେଇପାରେ। ଲଘୁଚାପ କ୍ଷେତ୍ର ସ୍ପଷ୍ଟ ହେବା ପରେ ବାତ୍ୟା ସମ୍ଭାବନା ସ୍ପଷ୍ଟ ହେବ। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁଠି ପ୍ରଭାବ ପଡ଼ିବ ତାହା ଏବେ କହି ହେବ ନାହିଁ ବୋଲି ଆଇଏମ୍ଡି ଡିଜି କହିଛନ୍ତି। More
ବୁର୍ଲା ଭୀମସାର୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ ଛାତ୍ରଛାତ୍ରୀ ହୋଇଥିବାବେଳେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। More
ଫୋର୍ବସ୍ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଲେ ମାତିଲଦା । ସେବା ଯାହାର ପରିଚୟ । ଜଣେ ଆଶା ଦିଦିଙ୍କ ସଫଳତାର କାହାଣୀ More
କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆତଙ୍କ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍ଲାଇନ୍ ଜାରି ହୋଇଛି। More
୨୦୨୧ ମସିହା, ନଭେମ୍ବର ମାସ ୨୮ତାରିଖ, ରବିବାର, ବିଛା ୧୩ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ନବମୀତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ପଚାଂୟତ ସଂସାମୁରା ଗାଁର ଅଙ୍ଗନଦୀ ମଝିରେ ପଥର ଖୋଳ ଭିତରେ ଥିବା ବାବା କାଳେଶ୍ୱରଙ୍କ ପୀଠ । ଏଠାରେ ବାବା କାଳେଶ୍ୱର କାହିଁ କେତେ ଦିନରୁ ପୂଜା ପାଇଁ ଆସୁଛନ୍ତି । More
ଏମିତି ଝିଅ ଭାଗ୍ୟରେ ଥିଲେ ମିଳେ । ଗରିବ ବାପାମାଆଙ୍କୁ ଚଳାଇବାକୁ ଗାଈ ଚରାଉଛନ୍ତି ଓ ମୂଲ ଲାଗୁଛନ୍ତି । କିନ୍ତୁ ବିଡମ୍ୱନା ହେଉଛି, ଏଇ ଝିଅ ଜାତୀୟ ସ୍ତରର ଜଣେ କ୍ରୀଡାବିତ୍ । ତାଙ୍କ ପ୍ରତିଭାକୁ ସାରା ଦେଶ ଦେଖିଥିଲା ବେଳେ ରାଜ୍ୟ ସରକାର ଦେଖି ନ ଦେଖିଲା ପରି ହେଉଛନ୍ତି More
ଏକ ଭିଡ଼ିଓକୁ ଟ୍ୱିଟ୍ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶେଷ ପଯର୍ୟାୟରେ ପହଞ୍ଚିଥିବା ଟନେଲ୍ ଖୋଳା ସମୟର ଚିତ୍ର ସେ ସେୟାର କରିଛନ୍ତି । More
ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର୍ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛି ଭାରତ। ଆଜିର କର ବା ମର ମ୍ୟାଚ୍ରେ ଆୟୋଜକ ଭାରତ ୮-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଯାଇଛି। More
ଅବେଳରେ ଅକାରଣରେ ଚାଲି ଯାଉଛି ମୂଲ୍ୟବାନ ଜୀବନ । ଜାତୀୟ ହାରଠୁ ବି ରାଜ୍ୟରେ ଅଧିକ ରାସ୍ତା ଦୁର୍ଘଟଣା ମୃତ୍ୟୁ। ଓଡ଼ିଶାରେ ଏବେ ଦୈନିକ ପ୍ରାୟ ୨୭ଟି ଦୁର୍ଘଟଣା ଘଟୁଛି ଓ ୧୩ ଜଣ ପ୍ରାଣ ହରାଉଛନ୍ତି । More
ବଲାଙ୍ଗୀର ଜିଲ୍ଲାର ନାରାୟଣଟିକ୍ରା ଠାରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି କଂଗ୍ରେସ କର୍ମୀ । More
ଏବେ ଅସୁରକ୍ଷିତ ହୋଇପଡିଛି ବ୍ୟାଙ୍କ୍ ଆଉ ଏଟିଏମ୍। ଲୁଟେରାଙ୍କ ଦୌରାତ୍ମ୍ୟରେ ଲୁଟ୍ ହେଉଛି ଲକ୍ଷ ଲକ୍ଷ ଟଙ୍କା। ବନ୍ଧୁକ ଦେଖାଇ କେବେ ବ୍ୟାଙ୍କରେ ଲୁଟୁଛନ୍ତି ତ କେବେ ଏଟିଏମ୍ରେ ପଶି ବୁଲାଇଦେଉଛନ୍ତି କଳାକନା। More